Categories: ଜାତୀୟ

ଜ୍ୟାକ୍‌ଲିନ୍‌ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି: ଓକିଲ

ନୂଆଦିଲ୍ଲୀ, ୧୮ା୮: ମନିଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଚର୍ଜଶିଟ୍‌ ଦାଖଲର ଦିନକ ପରେ ଜ୍ୟାକ୍‌ଲିନ୍‌ଙ୍କ ଓକିଲ ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜ୍ୟାକ୍‌ଲିନ୍‌ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଓକିଲ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ପିଏମ୍‌ଏଲ୍‌ଏ କୋର୍ଟରେ ଦାଖଲ ଚାର୍ଜଶିଟ୍‌ରେ ଇଡି ୩୭ ବର୍ଷୀୟା ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଆସନ୍ତା ୩୧ ତାରିଖରେ କୋର୍ଟ ଏହାକୁ ବିଚାରକୁ ନେବ। ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ଙ୍କୁ ୨୦୦ କୋଟି ମନିଲଣ୍ଡରିଂ ମାମଲାରେ ଏକାଧିକ ଥର ଜେରା କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ଙ୍କୁ ୫.୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଉପହାର ଦେଇଥିଲେ ବୋଲି ଇଡି ଏହାର ପୂର୍ବ ଚାର୍ଜଶିଟ୍‌ରେ ଦର୍ଶାଇଥିଲା। ଏଥିସହ ଗତ ଏପ୍ରିଲରେ ଇଡି ଜ୍ୟାକ୍‌ଲିନ୍‌ଙ୍କ ୭.୨୭ କୋଟି ଟଙ୍କା ଜବତ କରିଥିଲା। ଚନ୍ଦ୍ରଶେଖର ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି ସେମାନଙ୍କୁ ଠକୁଥିଲେ। ତାଙ୍କ ସହ ଜ୍ୟାକ୍‌ଲିନ୍‌ ଲିଙ୍କ୍‌ରେ ଥିଲେ ବୋଲି ଇଡି କହିଛି।

Share