ଭାଇରାଲ ହେଉଛି ଜ୍ୟାକଲିନଙ୍କ ଟପ୍‌ଲେସ୍ ଫଟୋ

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡ୍‌ର ଆଗଧାଡିର ନାୟିକା । ସେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି କୋଟି କୋଟି ଦର୍ଶକଙ୍କର ହୃଦୟ ମଧ୍ୟ ଜିତି ଥାଆନ୍ତି ଏହି ନାୟିକା । ଏହାସହ ସୋସିଆଲ ମିଡିଆରେ ବି ବେଶ୍ ଆକ୍ଟିଭ ଜ୍ୟାକଲିନ । ବିଭିନ୍ନ ସମୟରେ ସେ ତାଙ୍କର କିଛି ହଟ୍ ଫଟୋ ଶେୟାର କରି ପ୍ରଶଂସକଙ୍କ ବାଃ ବାଃ ସାଉଁଟି ଥାଆନ୍ତି । ଏବେ ଇନଷ୍ଟାଗ୍ରାମରେ ଜ୍ୟାକଲିନଙ୍କର ରହିଛନ୍ତି ୪୬ ମିଲିୟନ ଫଲୋୟର୍ସ । ନିକଟରେ ଜ୍ୟାକଲିନ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏଥିରେ ଜ୍ୟାକଲିନଙ୍କ ଟପ୍‌ଲେସ୍ ଅବତାର ଦେଖିବାକୁ ମିଳିଛି । ହାତରେ ଏକ ଫୁଲତୋଡା ଧରି ଟପ୍‌ଲେସ୍ ଅବସ୍ଥାରେ ଦେଖାଯାଇଛନ୍ତି ଜ୍ୟାକଲିନ୍ । ଆଉ ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁବ୍ କମେଣ୍ଟ କରିଛନ୍ତି । ଅଧିକାଂଶ ଲଭ୍ ଓ ଫାୟାର ଉମୋଜିରେ କମେଣ୍ଟ କରିଥିବା ଦେଖାଯାଇଛି । ଏହି ଫଟୋ ଶେୟାର କରି ଜ୍ୟାକଲିନ ଲେଖିଛନ୍ତି ଲଭ୍ ୟୁ.. ଥ୍ୟାଙ୍କ ୟୁ ।

Share