ପ୍ରିୟଙ୍କାଙ୍କ ଘରକୁ ଭଡାରେ ନେଲେ ଜ୍ୟାକଲିନ

ମୁମ୍ବାଇ:ବଲିଉଡ୍ ନାୟିକା ଜ୍ୟାକଲନ୍ ଫର୍ଣ୍ଣାଡିଜ ମୁମ୍ବାଇର ଜୁହୁରେ ନିଜର ଠିକଣା ବନାଇଛନ୍ତି । ସେଠାରେ ଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ ନେଇଛନ୍ତି ଜ୍ୟାକଲିନ । ଯେଉଁଠାରେ ପ୍ରିୟଙ୍କା ୨୦୧୮ରେ ନିକ୍ ଜୋନସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିଛିଦିନ ହେବ ଜ୍ୟାକଲିନ ପ୍ରିୟଙ୍କାଙ୍କ ମୁମ୍ବାଇରେ ଥିବା ଆପାର୍ଟମେଣ୍ଟ କର୍ମଯୋଗକୁ ଭଡାରେ ନେଇଥିଲେ । ଏବେ ଏହିଠାରେ ହିଁ ଜ୍ୟାକଲିନ ରହିବେ ବୋଲି ଜଣାପଡିଛି । ବିବାହ ପରେ ପ୍ରିୟଙ୍କା ବିଦେଶ ଚାଲିଯିବା ପରେ ଏହି ଘରେ ତାଙ୍କ ମା’ ମଧୁ ଚୋପ୍ରା ଓ ଭାଇ ସିଦ୍ଧାର୍ଥ ରହୁଥିଲେ । ହେଲେ ଏମାନେ ଏବେ ୟାରି ରୋଡ ଆପାର୍ଟମେଣ୍ଟକୁ ସିପ୍ଟ ହୋଇଯିବା ପରେ ଜୁହୁ ଘର ଖାଲି ପଡିଛି । ଏହି ଆଲିସାନ ଆପାର୍ଟମେଣ୍ଟରେ ରହିବାକୁ ଜ୍ୟାକଲିନ ମୋଟା ଅଙ୍କର ଭଡା ବି ଦେଉଛନ୍ତି । ଶୁଣିବାକୁ ମିଳିଛି ଏହି ଘର ପାଇଁ ପ୍ରତି ମାସରେ ଜ୍ୟାକଲିନ କୁଆଡେ ୬.୭୮ ଲକ୍ଷ ଟଙ୍କା ଦେଉଛନ୍ତି । ତେବେ ସେ ୩ ବର୍ଷ ପାଇଁ ଏହାକୁ ଭଡାରେ ନେଇଥିବା ଜଣାପଡିଛି । ଏହି ୩ ବର୍ଷ ଭିତରେ ଜ୍ୟାକଲିନ ପ୍ରିୟଙ୍କାଙ୍କୁ ପ୍ରାୟ ୨ କୋଟି ୪୪ ଲକ୍ଷ ୮ ହଜାର ଟଙ୍କା ଦେବେ ବୋଲି କୁହାଯାଉଛି । ନିକଟରେ ଶୈଫ ଅଲିଙ୍କ ସହ ‘ଭୂତ ପୋଲିସ’ ଫିଲ୍ମର ଶୁଟିଂ ସାରିଥିବା ଜ୍ୟାକଲିନ ନିକଟରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ରେ କାମ ଆରମ୍ଭ କରିବେ ବୋଲି ଜଣାପଡିଛି । ଏବର୍ଷ ଜ୍ୟାକଲିନ ଖୁବ୍ ବ୍ୟସ୍ତ ବୋଲି କୁହାଯାଉଛି ।

Share