ଜ୍ୟାକଲିନଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ବେଶ କିଛିଦିନ ହେବ ମନି ଲଣ୍ଡରିଂ ମାମଲାରେ ଫସି ରହିଛନ୍ତି ବିଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ଏହି ମାମଲରେ ସେ ଶନିବାର ପଟିଆଲା କୋର୍ଟରେ ପହଞ୍ଚିଥିଲେ । ଏହି ମାମଲାରେ କୋର୍ଟ ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ୧୦ ନଭେମ୍ବରରେ ହେବ । ତେଣୁ ଏବେ ତାଙ୍କୁ ଗିରଫ କରାଯିବ ନାହିଁ । ଗତ ମାସରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଠକାମି ମାମଲାରେ ତାଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ମିଳିଥିଲା । ଏହାପରେ ଜ୍ୟାକଲିନ ପଟିଆଲା କୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ଆବେଦନକୁ ନେଇ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଜବାବ ଦାଖଲ କରିବାକୁ କହିଥିଲେ, ଯାହା ଉପରେ ଶନିବାର ଶୁଣାଣି ହେବାର ଥିଲା ।

ସୂଚନାଯୋଗ୍ୟ, ଏହି ମାମଲାରେ ଆଗରୁ ଇଡି କିଛିଥର ଜ୍ୟାକଲିନଙ୍କୁ ପଚରାଉଚରା କରି ସାରିଛି । ଗତ ମାସରେ ଜ୍ୟାକଲିନଙ୍କ ସହ ଇଡି ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ବି ପଚରା ଉଚରା କରିଥିଲା । ତାଙ୍କୁ ୧୫ ଘଣ୍ଟାର ଜେରା ପରେ ଅନେକ କଥା ସାମ୍ନାକୁ ଆସିଥିଲା । ତେବେ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁୁ ଜ୍ୟାକଲିନ ତାଙ୍କର ଡ୍ରିମ ମ୍ୟାନ ବୋଲି ଭାବିଥିବା କହିଥିଲେ । ସେ ଜ୍ୟାକଲିନଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସୁକେଶଙ୍କ ବିଷୟରେ ଜ୍ୟାକଲିନ ପୂର୍ବରୁ କିଛି ଜାଣି ନ ଥିବା କହିଥିଳେ । ଏହାପରେ ସେ ସୁକେଶଙ୍କଠାରୁ ସମ୍ପର୍କ ଛିଡାଇବାକୁ ଚେଷ୍ଟା କରୁଥିବା କହିଥିଲେ । ପଚରା ଉଚରାରେ ଏହାବି ସାମମ୍ନାକୁ ଆସିଥିଲା କି ସୁକେଶ ତାଙ୍କୁ ବହୁ ଦାମୀ ଉପହାର ସବୁ ଦେଇଥିଲେ । ୧୭ ଅଗଷ୍ଟରେ ଇଡି ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ।
ଇଡି ଭାବିଥିଲା ଯେ ସୁକେଶଙ୍କ ସମ୍ପର୍କରେ ଜାଣିବା ପରେ ବି ଜ୍ୟାକଲିଇନ ତାଙ୍କଠାରୁ ଉପହାର ଗ୍ରହଣ କରୁଥିଲେ । ସୋସିଆଲ ମିଡିଆରେ ବି ଜ୍ୟାାକଲିନ ଓ ସୁକେଶଙ୍କର କିଛି ଫଟୋ ଭାଇରାଲ ହୋଇଥିଲା ।

Share