ଜାକ୍‌ଲିନ୍‌ଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ, ୨୪ା୫: ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଯିବା ଲାଗି ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ସେ ମେ’୨୫ରୁ ଜୁନ୍‌ ୧୨ ମଧ୍ୟରେ ବିଦେଶ ଯାଇପାରିବେ। ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ଲାଗି ମେ’ ୨୫ରୁ ୨୭ ଆବୁଧାବୀ ଯିବା ନିମନ୍ତେ ଜାକ୍‌ଲିନ୍‌ ଆବେଦନ କରିଥିଲେ। ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ ଏଥିପାଇଁ ତାଙ୍କୁ ଅନୁମତି ଦେଇଛନ୍ତି। ଏଥିସହିତ ଏକ ଚଳଚ୍ଚିତ୍ର ଶୁଟିଂ ନିମନ୍ତେ ମେ’ ୨୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଇଟାଲୀର ମିଲନ ଗସ୍ତ ଲାଗି ତାଙ୍କୁ ଅନୁମତି ମିଳିଛି। ଗତବର୍ଷ ନଭେମ୍ବର ୧୫ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରେଲିଗେୟାର ଏଣ୍ଟରପ୍ରାଇସେସ୍‌ର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କଠାରୁ ଚନ୍ଦ୍ରଶେଖର ବହୁକୋଟି ଟଙ୍କା ଠକିନେବା ଘଟଣାରେ ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ ପକ୍ଷରୁ ଦାଏର ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ଜାକ୍‌ଲିନ୍‌ ଉକ୍ତ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର

ମୁମ୍ବାଇ: ବଲିଉଡ ତାରକା ରାଜକୁମାର ରାଓଙ୍କ ନୂଆ ଚଳଚ୍ଚିତ୍ର ’ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ବକ୍ସ...

ବାବା ସିଦ୍ଦିକିଙ୍କ ପରେ ଲରେନ୍ସ ବିଷ୍ଣୋଇଙ୍କ ରାଡାରରେ ଜଣେ ବଡ ହାସ୍ୟ ଅଭିନେତା, ଜାଣନ୍ତୁ ସେ କିଏ…

ମୁମ୍ବାଇ,୧୪।୧୦: ବାବା ସିଦ୍ଦିକିଙ୍କ ପରେ ଜଣେ ବଡ ହାସ୍ୟ ଅଭିନେତା ଏବେ ଲରେନ୍ସ ବିଷ୍ଣୋଇଙ୍କ ରାଡାରରେ ଅଛନ୍ତି। ଏହି ହାସ୍ୟ ଅଭିନେତା ହିନ୍ଦୁ ଦେବାଦେବୀଙ୍କ ଉପରେ...

ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ,୧୩।୧୦: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି...

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, କହିଲେ ହାଇକୋର୍ଟ ଯାଅ

ନୂଆଦିଲ୍ଲୀ,୧୪।୧୦: ଜମ୍ମୁ-କଶ୍ମୀର ବିଧାନସଭାରେ ଉପ ରାଜ୍ୟପାଳଙ୍କ ଦ୍ୱାରା ୫ଜଣ ବିଧାୟକଙ୍କୁ ମନୋନୀତ କରିଥିବା ବିରୋଧରେ ଆବେଦନ ସୋମବାର (ଅକ୍ଟୋବର ୧୪)ରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଆବେଦନ...

କାହିଁକି ଭୟ କରୁଛନ୍ତି ଖାର୍ଗେଙ୍କ ପରିବାର

ବେଙ୍ଗାଲୁରୁ,୧୪।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମସ୍ୟା ବଢିବାରେ ଲାଗିଛି। ତେବେ ଖାର୍ଗେଙ୍କ ପରିବାର ଏହି ଗୋଟିଏ ଅସୁବିଧାକୁ ଦୂର...

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ...

ବହରାଇଚରେ ବଢୁଛି ହିଂସା, ଗାଡି ଶୋ’ରୁମରେ ନିଆଁ ଲଗାଇଲେ ଲୋକେ

ବହରାଇଚ,୧୪।୧୦: ଉତ୍ତର ପ୍ରଦେଶର ବହରାଇଚରେ ହାର୍ଦ୍ଦିକ ପୋଲିସ ଷ୍ଟେଶନର ମହାରାଜଗଞ୍ଜରେ ରବିବାର ବିଳମ୍ବିତ ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପଥର ଫିଙ୍ଗିବା ଏବଂ ଗୁଳି...

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri