ହଲିଉଡ୍‌ରେ ଜ୍ୟାକ୍‌ଲିନ୍‌

ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। କାରଣ କ’ଣ ଜାଣନ୍ତି? ସେ ଏବେ ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ବଲିଉଡ୍‌ ପରେ ସେ ହଲିଉଡ୍‌ରେ ପାଦ ଦେଇଛନ୍ତି। ଏକ ନାରୀକୈନ୍ଦ୍ରିକ ହଲିଉଡ୍‌ ଫିଲ୍ମରେ ଅଭିୟନ କରିବାକୁ ସେ ଚୁକ୍ତିବଦ୍ଧ ହୋଇଛନ୍ତି। ଏହାର ଟାଇଟଲ୍‌ ରହିଛି ‘ଶେୟାରିଂ ଏ ରାଇଡ୍‌’। ଏଥିରେ ଜ୍ୟାକ୍‌ଲିନ୍‌ଙ୍କ ବ୍ୟତୀତ କାରା ଡେଭିଲେଞ୍ଜେ, ଇଭା ଲୋଙ୍ଗିରା, ମାରିକା ଗେ ହାର୍ଡେନ, ଲିନୋର ଭେରିଲା ମଧ୍ୟ ଅଭିନୟ କରିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଲିନା ଯାଦବ। ଏ ସମ୍ପର୍କରେ ଜ୍ୟାକ୍‌ଲିନ୍‌ କହନ୍ତି, ‘ଯେତେବେଳେ ଏହି ଅଫରଟି ମୋତେ ମିଳିଲା ମୋର ଖୁସିର ସୀମା ରହି ନ ଥିଲା। କାରଣ ଏହାର କାହାଣୀ ମୋ ମନକୁ ଛୁଇଁଥିଲା। ଏଭଳି କାହାଣୀକୁ ଆଧାର କରି ପ୍ରସ୍ତୁତ ସିନେମାରେ ଅଭିନୟ କଲେ ତାହା ମୋ କ୍ୟାରିୟରକୁ ଆହୁରି ମାଇଲେଜ୍‌ ଦେବ।’ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ଜ୍ୟାକ୍‌ଲିନ୍‌ କାହିଁ କେତେ ସ୍ବପ୍ନ ଦେଖିଥିଲେ। ହେଲେ ସେ ନାୟିକା ଦୌଡ଼ରେ ବେଶ୍‌ ପଛରେ ପଡ଼ିଯାଇଛନ୍ତି। ତେବେ ହଲିଉଡ୍‌ରେ ଜ୍ୟାକ୍‌ଲିନ୍‌ କି କମାଲ କରୁଛନ୍ତି ଦେଖିବାକୁ ବାକି ରହିଲା।

Share