ରାକୁଲଙ୍କୁ ସରପ୍ରାଇଜ୍‌ ଦେବେ ଜ୍ୟାକି

ମୁମ୍ବାଇ: ବୁଧବାର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ବଡ଼ ବିବାହ ଅନୁଷ୍ଠିତ ହେବାକୁ ଯାଇଛି। ଅଭିନେତ୍ରୀ ରକୁଲ୍‌ ପ୍ରୀତ ସିଂ ତାଙ୍କ ପୁରୁଷ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ଜ୍ୟାକି ଭଗ୍‌ନାନୀଙ୍କୁ ବିବାହ କରୁଛନ୍ତି। ଦୁହେଁ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌ କରୁଥିବାବେଳେ ବୁଧବାର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ବିବାହକୁ ସ୍ବତନ୍ତ୍ର ଓ ସ୍ମରଣୀୟ କରିବା ପାଇଁ ଜ୍ୟାକି ରାକୁଲ୍‌ଙ୍କ ପାଇଁ ଏକ ସରପ୍ରାଇଜ୍‌ ଗିଫ୍ଟ ମଧ୍ୟ ରଖିଛନ୍ତି। ବିବାହ ଦିନ ହେଉଥିବା ବିଶେଷ ଆୟୋଜନରେ ଜ୍ୟାକି ନିଜ ସ୍ତ୍ରୀଙ୍କ ପାଇଁ ଏକ ନୂଆ ଗୀତ ଉତ୍ସର୍ଗ କରୁଛନ୍ତି, ଯାହାର ଟାଇଟେଲ୍‌ ‘ବିନ୍‌ ତେରେ’ ରଖାଯାଇଛି। ଏହି ଗୀତ ମାଧ୍ୟମରେ ଜ୍ୟାକି ନିଜ ପ୍ରେମ ବ୍ୟକ୍ତ କରିବା ସହ ତାଙ୍କ ଜୀବନର ଏକ ନୂତନ ଇନିଂସ ଆରମ୍ଭ କରିବେ। ଗୀତଟିକୁ ମୟୂର ପୁରୀ ଲେଖିଥିବା ବେଳେ ତନିସ୍କ ବାଗ୍‌ଚି ଏହାର ସ୍ବର ପ୍ରଦାନ କରିଛନ୍ତି। ଏହି ଗୀତଟି ସମ୍ପୂର୍ଣ୍ଣ ଭାବେ ରକୁଲ୍‌ ଓ ଜ୍ୟାକିଙ୍କ ପ୍ରେମ କାହାଣୀ ଉପରେ ଉତ୍ସର୍ଗୀକୃତ ରହିଛି।
ଉଭୟ ରକୁଲ ଓ ଜ୍ୟାକିଙ୍କ ବିବାହ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିବା ବେଳେ ବୁଧବାର ଉଭୟ ବିବାହ କରିବେ। ଚଳଚ୍ଚିତ୍ର ନିର୍ମାତା ଭାବେ ଜ୍ୟାକି ଏବଂ ଅଭିନେତ୍ରୀ ଭାବେ ରକୁଲ୍‌ ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ୍‌ ଜଣାଶୁଣା ଥିବାରୁ ଏହି ବିବାହରେ ବହୁ ତାରକା ଯୋଗ ଦେବାର ସମ୍ଭାବନା ରହିଛି। ବିଭିନ୍ନ ରିପୋର୍ଟକୁ ବିଶ୍ୱାସ କରାଗଲେ, ଏହି ବିବାହରେ ଅନନ୍ୟା ପାଣ୍ଡେ, ଅକ୍ଷୟ କୁମାର, ଆଦିତ୍ୟ ରୟ କପୁର, ବରୁଣ ଧାୱନଙ୍କ ସମେତ ଅନେକ ବଲିଉଡ ତାରକା ଯୋଗ ଦେବେ। ଏହା ବ୍ୟତୀତ ଜ୍ୟାକିଙ୍କ ପ୍ରଡକ୍ସନ୍‌ ହାଉସ୍‌ ‘ପୂଜା ଏଣ୍ଟରଟେନମେଣ୍ଟ’ ସହ ଜଡିତ ଥିବା ସମସ୍ତ କର୍ମଚାରୀ ମଧ୍ୟ ଏହି ଗ୍ରାଣ୍ଡ ୱେଡିଂରେ ସାମିଲ ହେବେ। ବିବାହରେ ଅତିଥିମାନଙ୍କ ସୁରକ୍ଷା ଏବଂ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନିଆଯାଉିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri