ରାକୁଲଙ୍କୁ ସରପ୍ରାଇଜ୍‌ ଦେବେ ଜ୍ୟାକି

ମୁମ୍ବାଇ: ବୁଧବାର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ବଡ଼ ବିବାହ ଅନୁଷ୍ଠିତ ହେବାକୁ ଯାଇଛି। ଅଭିନେତ୍ରୀ ରକୁଲ୍‌ ପ୍ରୀତ ସିଂ ତାଙ୍କ ପୁରୁଷ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ଜ୍ୟାକି ଭଗ୍‌ନାନୀଙ୍କୁ ବିବାହ କରୁଛନ୍ତି। ଦୁହେଁ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌ କରୁଥିବାବେଳେ ବୁଧବାର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ବିବାହକୁ ସ୍ବତନ୍ତ୍ର ଓ ସ୍ମରଣୀୟ କରିବା ପାଇଁ ଜ୍ୟାକି ରାକୁଲ୍‌ଙ୍କ ପାଇଁ ଏକ ସରପ୍ରାଇଜ୍‌ ଗିଫ୍ଟ ମଧ୍ୟ ରଖିଛନ୍ତି। ବିବାହ ଦିନ ହେଉଥିବା ବିଶେଷ ଆୟୋଜନରେ ଜ୍ୟାକି ନିଜ ସ୍ତ୍ରୀଙ୍କ ପାଇଁ ଏକ ନୂଆ ଗୀତ ଉତ୍ସର୍ଗ କରୁଛନ୍ତି, ଯାହାର ଟାଇଟେଲ୍‌ ‘ବିନ୍‌ ତେରେ’ ରଖାଯାଇଛି। ଏହି ଗୀତ ମାଧ୍ୟମରେ ଜ୍ୟାକି ନିଜ ପ୍ରେମ ବ୍ୟକ୍ତ କରିବା ସହ ତାଙ୍କ ଜୀବନର ଏକ ନୂତନ ଇନିଂସ ଆରମ୍ଭ କରିବେ। ଗୀତଟିକୁ ମୟୂର ପୁରୀ ଲେଖିଥିବା ବେଳେ ତନିସ୍କ ବାଗ୍‌ଚି ଏହାର ସ୍ବର ପ୍ରଦାନ କରିଛନ୍ତି। ଏହି ଗୀତଟି ସମ୍ପୂର୍ଣ୍ଣ ଭାବେ ରକୁଲ୍‌ ଓ ଜ୍ୟାକିଙ୍କ ପ୍ରେମ କାହାଣୀ ଉପରେ ଉତ୍ସର୍ଗୀକୃତ ରହିଛି।
ଉଭୟ ରକୁଲ ଓ ଜ୍ୟାକିଙ୍କ ବିବାହ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିବା ବେଳେ ବୁଧବାର ଉଭୟ ବିବାହ କରିବେ। ଚଳଚ୍ଚିତ୍ର ନିର୍ମାତା ଭାବେ ଜ୍ୟାକି ଏବଂ ଅଭିନେତ୍ରୀ ଭାବେ ରକୁଲ୍‌ ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ୍‌ ଜଣାଶୁଣା ଥିବାରୁ ଏହି ବିବାହରେ ବହୁ ତାରକା ଯୋଗ ଦେବାର ସମ୍ଭାବନା ରହିଛି। ବିଭିନ୍ନ ରିପୋର୍ଟକୁ ବିଶ୍ୱାସ କରାଗଲେ, ଏହି ବିବାହରେ ଅନନ୍ୟା ପାଣ୍ଡେ, ଅକ୍ଷୟ କୁମାର, ଆଦିତ୍ୟ ରୟ କପୁର, ବରୁଣ ଧାୱନଙ୍କ ସମେତ ଅନେକ ବଲିଉଡ ତାରକା ଯୋଗ ଦେବେ। ଏହା ବ୍ୟତୀତ ଜ୍ୟାକିଙ୍କ ପ୍ରଡକ୍ସନ୍‌ ହାଉସ୍‌ ‘ପୂଜା ଏଣ୍ଟରଟେନମେଣ୍ଟ’ ସହ ଜଡିତ ଥିବା ସମସ୍ତ କର୍ମଚାରୀ ମଧ୍ୟ ଏହି ଗ୍ରାଣ୍ଡ ୱେଡିଂରେ ସାମିଲ ହେବେ। ବିବାହରେ ଅତିଥିମାନଙ୍କ ସୁରକ୍ଷା ଏବଂ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନିଆଯାଉିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri