ଟାଇଗର୍‌-ଦିଶାଙ୍କ ବେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଜ୍ୟାକି

ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ବି-ଟାଉନର ଲୋକପ୍ରିୟ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ୬ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଯଦିଓ ଉଭୟ ନିଜ ସମ୍ପର୍କକୁ ନେଇ କେବେ କ୍ୟାମେରା ଆଗରେ ସ୍ବୀକାର କରି ନାହାନ୍ତି। କିନ୍ତୁ ପାର୍ଟି ହେଉ ଅବା କୌଣସି ସ୍ଥାନକୁ ବୁଲିବାକୁ ହେଉ,ପ୍ରାୟତଃ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ। କିନ୍ତୁ ନିକଟରେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ୍‌ ହୋଇଯାଇଥିବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏନେଇ ମୁହଁ ଖୋଲିଛନ୍ତି ଟାଇଗରଙ୍କ ବାପା ତଥା ଅଭିନେତା ଜ୍ୟାକି ଶ୍ରଫ୍‌। ଜ୍ୟାକି ଶ୍ରଫ କହିଛନ୍ତି, ଟାଇଗର ଏବଂ ଦିଶା ସର୍ବଦା ବନ୍ଧୁ ଥିଲେ, ଏବେ ବି ଅଛନ୍ତି। ମୁଁ ସେମାନଙ୍କୁ ଏକାଠି ବାହାରକୁ ଯାଉଥିବାର ଦେଖୁଛି। ଯଦିଓ ମୋ ପୁଅର ପ୍ରେମ ଜୀବନ ଉପରେ ମୁଁ ନଜର ରଖେ ନାହିଁ, କିନ୍ତୁ ଏବେ ବି ସେମାନେ ବହୁତ ଭଲ ବନ୍ଧୁ ହୋଇ ଅଛନ୍ତି। ସେମାନେ କାମ ବ୍ୟତୀତ ପରସ୍ପର ସହ ସମୟ ବିତାଇବାକୁ ମଧ୍ୟ ପସନ୍ଦ କରନ୍ତି। ଆଗକୁ ପରସ୍ପର ସହ ରହିବାକୁ ଚାହିଁବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ। ଦିଶାଙ୍କୁ ଆମ ପରିବାରର ସମସ୍ତ ସଦସ୍ୟ ପସନ୍ଦ କରନ୍ତି।
ଟାଇଗର ଏବେ ଲଣ୍ଡନରେ ନିଜ ଅପକମିଂ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଦିଶା ପଟାନୀ ତାଙ୍କର ଫିଲ୍ମ ‘ଏକ ଭିଲେନ-ରିଟର୍ଣ୍ଣ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

Share