ବସ୍‌ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍‌, ବେଶ ନିଆରା ତାଙ୍କ ପ୍ରେମକାହାଣୀ

ବମ୍ବେ: ବଲିଉଡ୍‌ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍‌ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି। ତେବେ ଅଭିନେତା ହେବା ପୂର୍ବର ଜୀବନ ଜ୍ୟାକିଙ୍କ ଲାଗି ସହଜ ନ ଥିଲା। ସେ ବହୁତ ସଂଘର୍ଷ କରିଥିଲେ। ଚାଳଘରେ ରହି ଆକାଶ ଛୁଇଁବାର ସ୍ବପ୍ନ ଦେଖିଥିଲେ। ଏପରିକି ପ୍ରେମ କରିବାର ଦୁଃସାହସ କରିଥିଲେ।

ଏକ ସମୟରେ ଜ୍ୟାକିଙ୍କ ପାଖରେ କାମ ନ ଥିଲା। ଏହି ସମୟରେ ସେ ରାସ୍ତାରେ ବୁଲୁଥିବା ବେଳେ ବସ୍‌ରେ ଯାଉଥିବା ଏକ ୧୩ ବର୍ଷୀୟା ଝିଅଙ୍କ ଉପରେ ପଡ଼ିଥିଲା। ତାଙ୍କୁ ହସିବା ଦେଖି ଜ୍ୟାଙ୍କିଙ୍କୁ ପ୍ରଥମ ପ୍ରେମର ଅନୁଭବ ମିଳିଥିଲା। ବସ୍‌ ଚାଲିଯାଉଥିବା ଦେଖି ସେ କେବଳ ତାଙ୍କୁ ଏହି ପାଖରେ ଖେଳିବାକୁ ଆସୁଥିବା କହିଥିଲେ। ସେତେବେଳେ ଜ୍ୟାକିଙ୍କୁ ୧୬ ବର୍ଷ ହୋଇଥିଲା। ଝିଅଙ୍କ ନାମ ଥିଲା ଆୟେଶା, ଯିଏ କି ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ହୋଇଥିଲେ।

ଜ୍ୟାଙ୍କିଙ୍କୁ ଆୟେଶାଙ୍କ ତରଫରୁ ଗ୍ରିନ ସିଗ୍‌ନାଲ ମିଳିଥିଲା। ଧିରେ ଧିରେ ଦୁହେଁ ପରସ୍ପରକୁ ଭେଟିଥିଲେ। ହେଲେ ଆୟେଶାଙ୍କ ଘରଲୋକେ ତାଙ୍କୁ ପସନ୍ଦ କରୁ ନ ଥିଲେ। ସେମାନେ ତାଙ୍କ ଲାଗି ଧନୀ ଘରର ପୁଅ ଖୋଜୁଥିଲେ। ମାତ୍ର ଆୟେଶା ଜ୍ୟାକିଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ। ୧୯୮୭ ଜୁନ ୫ରେ ଆୟେଶାଙ୍କ ଜନ୍ମଦିନ ଥିଲା। ଏହିଦିନ ଦୁହେଁ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଦୁଇ ସନ୍ତାନ ରହିଛି। ପୁଅ ଟାଇଗର ବଲିଉଡ୍‌ରେ ନିଜର କମାଲ୍‌ ଜାରି ରଖିଛନ୍ତି। ଝିଅ କୃଷ୍ଣା ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି।

Share