Posted inଫୁରସତ

ପଣସର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପଣସ। ତେଣୁ ଦେଶର ପ୍ରତ୍ୟେକ ଘରେ ଏହାକୁ କଞ୍ଚା ଏବଂ ପାଚିଲା ଖିଆଯାଏ। ଯଦି କେହି ଆପଣଙ୍କୁ କୁହନ୍ତି କଞ୍ଚା ପଣସ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି, ତେବେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ଏବେ ଲଣ୍ଡନରେ ଏକ ପଣସ ବିକ୍ରି ହେଉଛି। ଯାହାର ଦାମ୍‌ ୧୬୦୦୦ ଟଙ୍କା। ଏହାକୁ ଜଣେ ଖବରଦାତା ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି।

ଲଣ୍ଡନର ସର୍ବବୃହତ ତଥା ପୁରାତନ ବଜାର ବୋରଓ୍ବୋ ମାର୍କେଟରେ ବିସିସିଆଇର ଖବରଦାତା କାର୍ଡୋ ସେନ୍‌ରା ଏହି ଫଟୋକୁ କ୍ଲିକ କରିଛନ୍ତି। ଯେଉଁଠି ଏକ କଞ୍ଚା ପଣସ ୧୬୦ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୬୦୦୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ପଣସର ଦାମ୍‌ ଦେଖି ଅନେକ ଲୋକଙ୍କ ହୋସ୍‌ ଉଡ଼ିଗଲା। ଖବରଦାତାଙ୍କ ଭାଇରାଲ ପୋଷ୍ଟ ଦେଖିବା ପରେ, କିଛି ଲୋକ ମଜାରେ କହିଛନ୍ତି ପଣସ ବିକି ଲୋକେ କୋଟିପତି ହୋଇଯିବେ।

ପଣସର ଦାମ୍‌ ଅନ୍ୟାନ୍ୟ ଦେଶରେ ମଧ୍ୟ ବହୁତ ଶସ୍ତା। ଏପରିକି ଅନେକ ସ୍ଥାନରେ ମାଗଣାରେ ଗଛରୁ ଲୋକେ ତୋଳି ଥାନ୍ତି। ଏପରିସ୍ଥିତିରେ ଲୋକେ ଯେତେବେଳେ ଏତେ ଦାମ୍‌ରେ ପଣସ ଦେଖିଲେ, ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବ୍ରିଟେନ ପରି ଥଣ୍ଡା ଦେଶରେ କଞ୍ଚାଫଳ ବ୍ୟବସାୟ ବୃଦ୍ଧି ହୋଇପାରିବ ନାହିଁ। ଫଳସ୍ବରୂପ ଏହାର ଚାହିଦା ଅଧିକ ମାତ୍ର ଯୋଗାଣ କମ୍‌। ତେଣୁ ଏତେ ଦାମ୍‌ରେ ବିକ୍ରି ହେବା ସାଧାରଣ କଥା।

ଏହିପରି ଏକ ମହଙ୍ଗା ପଣସ ଦେଖି ଅନେକ ଲୋକ କହିଛନ୍ତି, ଯେଉଁ ଦେଶରେ ପଣସ ହୋଇଥାଏ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥାନ୍ତି। ମାତ୍ର ଯେଉଁ ଦେଶରେ ଏହାର ଆମଦାନୀ କମ୍‌ ସେଠାରେ ଚାହିଦା ବଢ଼ିବ। ପଣସ ଶାକାହାରୀ ଲୋକଙ୍କ ବହୁ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri