ଜି-୨୦ ପର୍ଯ୍ୟଟନ ବୈଠକରେ ଯୋଗଦେବେ ଜେ.କେ. ମହାନ୍ତି

ଭୁବନେଶ୍ୱର,୮ା୪: ଚଳିତ ବର୍ଷ ସମ୍ମାନଜନକ ଜି-୨୦ ସମ୍ମିଳନୀ ଭାରତରେ ହେବାକୁ ଯାଉଛି। ଏପରିକି ଉକ୍ତ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ କେନ୍ଦ୍ର ସରକାର ଅନେକ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି)ର ମିଳିତ ସହଯୋଗରେ ଏକ ୩ ଦିନିଆ ଜି-୨୦ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସେହିଭଳି ଚଳିତ ବର୍ଷ ଏପ୍ରିଲ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଜି-୨୦ ପର୍ଯ୍ୟଟନ ସମ୍ମିଳନୀ ସହିତ ଗ୍ରେଟ୍‌ ଇଣ୍ଡିଆନ ଟ୍ରାଭେଲ ବଜାର(ଜିଆଇଟିବି) ମଧ୍ୟ ଆୟୋଜିତ ହେବ। ଏପରିକି ଉକ୍ତ ସମ୍ମିଳନୀରେ ଜି-୨୦ ସମେତ ୫୫ ଦେଶରୁ ୨୮୦ରୁ ଊର୍ଦ୍ଧ୍ୱ ବିଦେଶୀ ଟୁର୍‌ ଅପରେଟର ଯୋଗଦେଇ ଭାରତୀୟ ପ୍ରଦର୍ଶନକାରୀମାନଙ୍କ ସହ ମତ ବିନିମୟ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଉକ୍ତ ସମ୍ମିଳନୀରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ବିଶେଷ କରି ପର୍ଯ୍ୟଟନର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ସହ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ଅପରପକ୍ଷରେ ଉକ୍ତ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଆୟୋଜିତ ପ୍ୟାନେଲ ଆଲୋଚନାଚକ୍ର ଜୟପୁରର ରାମବାଗ ପ୍ୟାଲେସ୍‌ରେ ହେବ। ଉକ୍ତ ଆଲୋଚନା ଚକ୍ରରେ ଫିକି ପର୍ଯ୍ୟଟନ କମିଟିର ସହ ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ. ମହାନ୍ତି ବକ୍ତାଭାବେ ଯୋଗଦେବା ପାଇଁ ଆୟୋଜକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏପରିକି ଉକ୍ତ ସମ୍ମିଳନୀ ବୈଠକରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଅଭିଜ୍ଞ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଉକ୍ତ ସମ୍ମିଳନୀ ବେଶ୍‌ ଗୁରୁତ୍ୱ ବହନ କରୁଛି ବୋଲି ଜେ.କେ. ମହାନ୍ତି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ,...

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ...

ଆଜି ଅକ୍ଷୟତୃତୀୟା

ଭୁବନେଶ୍ୱର,୧୦ା୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି। ଅକ୍ଷୟ ତୃତୀୟା ଉପଲକ୍ଷେ...

ଏପ୍ରିଲରେ ହୋଣ୍ଡାର ୧୦,୮୬୭ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୦ା୫:  ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଗାଡ଼ି ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ଏପ୍ରିଲରେ କମ୍ପାନୀ ମୋଟ ୧୦,୮୬୭ ୟୁନିଟ୍‌...

ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ...

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri