Categories: ଜାତୀୟ

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଆୟର

ନୂଆଦିଲ୍ଲୀ,୧୨।୯: ଭାରତର ତାରକା ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିନ୍ତି। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅସ୍ତ୍ରୋପଚାର ପରେ ଫିଟ ହେବା ପରେ ସେ ଦଳକୁ ଫେରିଥିଲେ। ମାର୍ଚ୍ଚରେ ସେ ପିଠିରେ ଆଘାତ ପାଇଥିଲେ। ତେବେ ବର୍ତ୍ତମାନ ଏହି ସମସ୍ୟା ପୁଣି ଥରେ ସାମ୍ନାକୁ ଆସୁଛି। ସ୍ବାସ୍ଥ୍ୟ ଅପଡେଟ ରିଲିଜ କରି ବିସିସିଆଇ ଲେଖିଛି – ଶ୍ରେୟସ ଆୟର ନିଜକୁ ଭଲ ଅନୁଭବ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ସେ ଆଜି ଶ୍ରୀଲଙ୍କା ବିପକ୍ଷ ଭାରତର ସୁପର-୪ ମ୍ୟାଚ ପାଇଁ ଦଳ ସହ ଷ୍ଟାଡିୟମକୁ ଯାଇ ନାହାଁନ୍ତି।

Share