Categories: ଖେଳ

ବାପା ଧୋନୀଙ୍କୁ ଏମିତି ଉପହାର ଦେଇ ଭାବୁକ କରିଦେଲେ ଜିଭା

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଦେଶ ବିଦେଶର କୋଟି କୋଟି ଫ୍ୟାନ୍‌, ସାଥୀ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି। ୩୯ ତମ ଜନ୍ମଦିନରେ ଧୋନୀଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି। ଉପହାରଟି ତାଙ୍କ ଝିଅ ଜିଭା ଦେଇଛନ୍ତି। ଜିଭା ପିତାଙ୍କ ପାଇଁ ଏକ ଖାସ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ୫ବର୍ଷୀୟ ଜିଭା ଏହି ଭିଡିଓଟିରେ ନିଜେ ଗୀତ ଗାଇଛନ୍ତି। ନିଜ ପିତାଙ୍କ ସହ ବିତାଇଥିବା କିଛି ଖାସ୍‌ ମୂହୁର୍ତ୍ତ ଫଟେ ଭିଡିଓ ଦେଖାଯାଇଛି। ଜିଭାଙ୍କ ସୁମଧୁର ସ୍ବର ଭିଡିଓକୁ ଭାବୁକ କରିଦେଇଛି। ଏହି ଭିଡିଓକୁ ଜିଭା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଧୋନୀ ଏକ ସାକ୍ଷାତକାରରେ କହିଥିଲେ ଜିଭା ତାଙ୍କ ଅତି ନିକଟତର। କେବେବି ତାଙ୍କୁ ଏକୁଟିଆ ଛାଡନ୍ତି ନାହିଁ। ସାଙ୍ଗରେ ଥିବାବେଳେ ସବୁବେଳେ କିଛି ନା କିଛି କାମ କରିବାକୁ ପଡେ। ଜିଭା ମଧ୍ୟ ପିତା କୌଣସି ମ୍ୟାଚ୍‌ ଦେଖିବାକୁ ଭୁଲନ୍ତି ନାହିଁ । ଆଇପିଏଲରେ ମଧ୍ୟ ଜିଭା ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ରହି ଜିଭା ପିତାଙ୍କୁ ଚିୟର କରୁଥିବା ଦେଖାଯାଏ।

Share