ଚୀନକୁ ଶିକ୍ଷା ଦେବାର ସମୟ ଆସିଛି: କଙ୍ଗନା

ବଲିଉଡରେ ପାତର ଅନ୍ତର ଅଭିଯୋଗ ଆଣି ସାରା ବଲିଉଡ ଜଗତକୁ ହଲେଇ ଦେଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବର୍ତ୍ତମାନ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଲଦାଖରେ ଭାରତୀୟ ସେନା ଉପରେ ହୋଇଥିବା ଚୀନର ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ଏଥିସହିତ ଶହୀଦ ହୋଇଥିବା ଯବାନଙ୍କ ବଳୀଦାନକୁ ଦେଶ କେବେ ଭୁଲିବ ନାହିଁ। ଭାରତବାସୀ ସମସ୍ତ ଚାଇନା ସାମଗ୍ରୀ ବର୍ଜନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ବର୍ତ୍ତମାନ ଚୀନକୁ ଶିକ୍ଷା ଦେବାର ସମୟ ଆସିଛି ବୋଲି ସେ ତାଙ୍କ ଟୁଇଟରରେ ଏକ ଭିଡିଓ ଶେୟାର କରି କହିଛନ୍ତି।

Share