ଅନୁଶୋଚନାର ସମୟ

ଓଡ଼ିଆ ଚଳଚ୍ଚିତ୍ର ସମ୍ପ୍ରତି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପରି ମନେହୁଏ। କାରଣ ବାର୍ଦ୍ଧକ୍ୟପୀଡ଼ିତ ମଣିଷ ଯେପରି ନାନାଦି ସମସ୍ୟାକୁ ସାମ୍ନାକରେ ଆମ ଚଳଚ୍ଚିତ୍ର ଶିଳ୍ପଟିର ଅନୁରୂପ ଅବସ୍ଥା। ଏହା ସତ୍ତ୍ୱେ ଚଳଚ୍ଚିତ୍ର ପରେ ଚଳଚ୍ଚିତ୍ର ନିର୍ମିତ ହୋଇଚାଲିଛି, ଯାହାକୁ ନେଇ ଚିତ୍ର ବିଶେଷଜ୍ଞଙ୍କ କଥା ଛାଡ଼ନ୍ତୁ; ସାଧାରଣ ଦର୍ଶକଙ୍କ ମଧ୍ୟରେ ବି ସନ୍ଦେହ ସୃଷ୍ଟିହେଲାଣି। ପ୍ରେକ୍ଷାଳୟ ସଂଖ୍ୟା ଯେତିକି କମୁଛି ଚଳଚ୍ଚିତ୍ର ସଂଖ୍ୟା ସେତିକି ବଢୁଛି। ବର୍ଷକରେ ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ଯାଇ ୩୫/୪୦ ଛୁଇଁଲାଣି। ପ୍ରେକ୍ଷାଳୟରେ ସିନେମା ଚାଲୁନାହିଁ, ପ୍ରଯୋଜକମାନେ ଅର୍ଥ ଫେରି ପାଉନାହାନ୍ତି। ତଥାପି ସିନେମା ତିଆରି ଚାଲିଛି। ନିର୍ଦ୍ଦେଶକମାନେ ଚିତ୍ର ନିର୍ମାଣର ମାୟାରେ ନୂଆନୂଆ ପ୍ରଯୋଜକଙ୍କୁ ବାୟା କରିବାରେ ସଫଳ ହୋଇ ଚାଲିଛନ୍ତି। ଗୋଟିଏ କଥା ଆଶ୍ଚର୍ଯ୍ୟ କରୁଛି ଯେ, ପ୍ରଯୋଜକଙ୍କ ସଂଖ୍ୟାଠାରୁ ନୂଆ ନିର୍ଦ୍ଦେଶକ ଏବଂ ନୂଆନୂଆ କଳାକାରଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏତେସବୁ ସତ୍ତ୍ୱେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନବଜାଗରଣ କାହିଁକି ସୃଷ୍ଟି ହେଉନାହିଁ ତାହା ଏକ ମୌଳିକ ପ୍ରଶ୍ନ। କେବଳ କପିକ୍ୟାଟ୍‌ ସାଜି ଅଣଓଡ଼ିଆ ଚଳଚ୍ଚିତ୍ରକୁ ଆଣି ଓଡ଼ିଆ ଫ୍ରେମ୍‌ରେ ପକେଇଲେ କେବେ ଯେ ଓଡ଼ିଆ ଦର୍ଶକେ ତାକୁ ଗ୍ରହଣ କରିବେ ନାହିଁ ସେକଥାକୁ ଆମର ଚଳଚ୍ଚିତ୍ର ବାବୁମାନେ ବୁଝିବା ଦରକାର। ସାମାଜିକ ମୂଲ୍ୟବୋଧଭିତ୍ତିକ କାହାଣୀ, ଗଠନମୂଳକ ସଂଳାପ, ସର୍ବୋପରି ରୁଚିପୂର୍ଣ୍ଣ ସଙ୍ଗୀତ ହେଉଛି ଗୋଟେ ଚଳଚ୍ଚିତ୍ରକୁ ଆଦୃତି ଲାଭ କରେଇବାର ପ୍ରାଥମିକ କଞ୍ଚାମାଲ। ଏସବୁର ପ୍ରଚଣ୍ଡ ଅଭାବବୋଧ ଆମର ସାମ୍ପ୍ରତିକ ଚଳଚ୍ଚିତ୍ରରେ ବିଶେଷଭାବରେ ଅନୁଭୂତ ହେଉଛି ଯାହାକୁ ଏକ ଭଲ ପରମ୍ପରା ବୋଲି କୁହାଯାଇ ନ ପାରେ। ଏହା ପ୍ରତି ସଚେତନ ନ ହେଲେ ଚଳଚ୍ଚିତ୍ର ଶିଳ୍ପ ଯେ ବିଶୃଙ୍ଖଳିତ ହେବ, ଏଥିରେ ସନ୍ଦେହର ଦିରୋକ୍ତି ନାହିଁ। ଆମ ଓଡ଼ିଆ ଚଳଚ୍ଚିତ୍ରକୁ ସରକାର ଶିଳ୍ପର ମାନ୍ୟତା ଦେଇଛନ୍ତି। ହେଲେ ସେଥିପ୍ରତି କାହାର ଦରଦ ଥିବା କଥା ମନେ ହେଉନାହିଁ। ଏବେ ଅନୁଶୋଚନାର ବେଳ ଆସିଛି। ଗୋଟିଏ କଥା ମନେରଖିବା ଦରକାର ଯେ, ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ସାମୂହିକ ସହଯୋଗ ଆବଶ୍ୟକ। ଦର୍ଶକମାନଙ୍କୁ ଫେରାଇ ଆଣିବାକୁ ହେଲେ ଭଲ ସିନେମାର ଆବଶ୍ୟକତା ରହିଛି।

– ଦିଲୀପ ହାଲି, ଭୁବନେଶ୍ୱର,

ମୋ : ୯୮୬୧୦୦୯୨୫୨


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri