ମହାପ୍ରଭୁଙ୍କ ପାଇଁ ଗଢ଼ାସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୯ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ଶୁକ୍ଳ ଦଶମୀ ତିଥି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଓ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତେତିଶ କୋଟି ଦେବଦେବୀଙ୍କ ସମେତ ଗନ୍ଧର୍ବ, କିନ୍ନର, ଯକ୍ଷ, ରକ୍ଷ, ଭୂତ, ପ୍ରେତ, ଚଣ୍ଡୀ ଚାମୁଣ୍ଡା, ରଥରେ ଅଧିଷ୍ଠିତ ପାଶର୍‌ବ ଦେବଦେବୀ ଆଦି ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ପ୍ରଦାନ କରାଯାଇଥାଏ। ଏମାନେ ରଥରେ ଅଦୃଶ୍ୟ ଭାବେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଧରପଣା ସେବନ ପୂର୍ବକ ଆତ୍ମସନ୍ତୋଷ ଲାଭ କରି ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ନୀତିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରଚୁମ୍ବିତ ହେଲାପରି ତିନୋଟି ଲେଖାଏ ମାଟିହାଣ୍ଡି ରଖାଯାଏ। ଏଗୁଡ଼ିିକୁ କୁମ୍ଭାର ସେବକମାନେ ତିଆରି କରିଥାନ୍ତି। ତିନିରଥରେ ୩ଟି ହିସାବରେ ୯ଟି ହାଣ୍ଡି ଆବଶ୍ୟକ ପଡ଼େ। ତେବେ କୁମ୍ଭକାରଙ୍କ ପକ୍ଷରୁ ଗୋଟିଏ ଅଧିକ ହାଣ୍ଡି ନିର୍ମାଣ କରାଯାଇଥାଏ। ୧୦ଟି ହାଣ୍ଡି ରଥ ନିକଟରେ ରଖାଯାଇଥାଏ। ଯଦି କୌଣସି ହାଣ୍ଡିରେ ତ୍ରୁଟି ଦେଖାଦିଏ ତତ୍‌କ୍ଷଣାତ୍‌ ତାହାକୁ ବଦଳାଇ ଦିଆଯାଏ। ତେବେ ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ଅଧରପଣା ନୀତିରେ ମଧ୍ୟ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ନୀତି ନିମନ୍ତେ ହାଣ୍ଡି ଯୋଗାଇ ଦିଆଯାଇଥାଏ। ହାଣ୍ଡିଗୁଡ଼ିକ ଶ୍ରୀବିଗ୍ରହମାନଙ୍କ ଅଧର ଛୁଇଁଁବା ପର୍ଯ୍ୟନ୍ତ ଉଚ୍ଚର ହୋଇଥାଏ। ତେଣୁ ହାଣ୍ଡିଗୁଡ଼ିକୁ ଅଧର ହାଣ୍ଡି ବୋଲି କୁହାଯାଏ। ଅଧର ହାଣ୍ଡି ନିର୍ମାଣ ସମ୍ପର୍କରେ କୁମ୍ଭକାର ନିଯୋଗର ସମ୍ପାଦକ ମହେନ୍ଦ୍ର କୁମାର ବିଶୋୟୀ କହିଛନ୍ତି, କୁମ୍ଭକାର ସେବକମାନେ ଶୁଦ୍ଧପୂତ ଭାବେ ଅକ୍ଷୟତୃତୀୟା ତିଥିରେ ଅଧରହାଣ୍ଡି ନିର୍ମାଣ ଆରମ୍ଭ କରିଥାନ୍ତି। ଏଥିପାଇଁ ୫ବସ୍ତା ମାଟି ଓ ୨ବସ୍ତା ବାଲି ଆବଶ୍ୟକ ହୋଇଥାଏ। ପ୍ରଥମେ ବାଲି ଓ ମାଟିକୁ ଉପଯୁକ୍ତ ପରିମାଣର ମିଶ୍ରଣ କରାଯାଇ ହାଣ୍ଡି ପାଇଁ ମାଟି ପ୍ରସ୍ତୁତ କରାଯାଏ। ପରେ ଉକ୍ତ ମାଟିକୁ ଚକରେ ପକାଯାଇ ଅଧର ହାଣ୍ଡି ଗଢ଼ାଯାଏ। ହାଣ୍ଡି ତିଆରି ପରେ ଖରାରେ ଶୁଖାଯାଏ। ଶୁଖିଯିବା ପରେ ହାଣ୍ଡିକୁ ଭାଟିରେ ପକାଯାଇ ପୋଡ଼ାଯାଏ। ଏହା ପରେ ଅଧର ହାଣ୍ଡି ପ୍ରସ୍ତୁତ ହୋଇଥାଏ। ହାଣ୍ଡିଗୁଡ଼ିିକର ଉଚ୍ଚତା ପ୍ରାୟ ସାଢେ ୪ଫୁଟ୍‌ରୁ ୫ ଫୁଟ୍‌ ରହିଥାଏ। ସେହିପରି ଓସାର ୫ ଫୁଟ ୮ ଇଞ୍ଚ ହୋଇଥାଏ। ଅଧର ହାଣ୍ଡି ସହ ପାଣି ବୋହିବା ପାଇଁ ୩୦ଟି ଦାସିଆ ହାଣ୍ଡି ଓ ୫୦ଟି ଠେକ ହାଣ୍ଡି ଯୋଗାଇ ଦିଆଯାଏ। ଏହି ସେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭକାରମାନଙ୍କୁ ଖେଇ ଦିଆଯାଏ। ମହାପ୍ରଭୁଙ୍କ କାମ କରିବାର ସୁଯୋଗ ମିଳିଥିବାରୁ କୁମ୍ଭକାର ସେବକମାନେ ନିଜକୁ ଧନ୍ୟ ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri