Posted inଫୁରସତ

ମଣିଷ ଗଢ଼ିବା ସହଜ ନୁହେଁ

ପିଲାଟିଏ ଜନ୍ମ ହେବାପରେ ପ୍ରଥମେ ଜନ୍ମଦାତ୍ରୀଙ୍କୁ ଚିହ୍ନିବା ଆରମ୍ଭ କରିଥାଏ। ଧୀରେଧୀରେ ମା’ଠାରୁ ଦରୋଟି ଭାଷା ଶିଖି ଥାଏ। ତେଣୁ ମା’ଙ୍କୁ ପ୍ରଥମ ଶିକ୍ଷକ କୁହାଯାଇଥାଏ। ବୟସ ବଢ଼ିବା ସହିତ ଅନୁକରଣ ପ୍ରିୟ ଶିଶୁର ଶିକ୍ଷାର ବିକାଶରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶିଶୁମନରେ କିଭଳି ସହଜରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ସେ ନେଇ ଶିକ୍ଷକ ପ୍ରୟାସ କରିଥାନ୍ତି। କଞ୍ଚାମାଟିରେ ମାଠିଆର ପୂର୍ଣ୍ଣାଙ୍ଗ ରୂପ ଭଳି ଶିଶୁର ଜ୍ଞାନର ବିକାଶ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଶିକ୍ଷକ ରଖିଥାନ୍ତି। ଶିଶୁର ନିରୀହ ମନକୁ ବୋଧଗମ୍ୟ ହେଉଥିବା ବିଭିନ୍ନ ସରଳ ଗପ ଏବଂ ଖେଳ ସହିତ ପାଠପଢ଼ା ଆଗେଇ ନେବା ପ୍ରତି ଶିକ୍ଷକ ଗୁରୁତ୍ୱ ଦିଅନ୍ତି। ପାଠପଢ଼ା ଶିକ୍ଷା ଦେବା ସହଜ ନୁହେଁ। ସେଥିପାଇଁ ପ୍ରତିଟି ସଭ୍ୟତାରେ ଶିକ୍ଷାଦାନ କରୁଥିବା ଗୁରୁଙ୍କୁ ସବୁବେଳେ ସମ୍ମାନର ସ୍ଥାନ ପ୍ରଦାନ କରାଯାଇଥାଏ। ଶିକ୍ଷକ ନିଜର ଗୁରୁତ୍ୱ ରକ୍ଷା କରି ପ୍ରତିଟି ଯୁଗରେ ଜ୍ଞାନ ଚକ୍ଷୁରେ ମଣିଷ ଗଢ଼ିବା କାର୍ଯ୍ୟକୁ ଜାରି ରଖିଛନ୍ତି।
ଗୁରୁଙ୍କୁ ସମ୍ମାନ ପ୍ରଦାନ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ୟୁନେସ୍କୋ ପକ୍ଷରୁ ୧୯୯୪ରେ ପ୍ରୟାସ କରାଯାଇଥିଲା। ଏହା ଅନ୍ତର୍ଗତ ପ୍ରତିବର୍ଷ ଅକ୍ଟୋବର ୫କୁ ବିଶ୍ୱ ଶିକ୍ଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।
ଏହା ପୂର୍ବରୁ ୧୯୬୬ ଅକ୍ଟୋବର ୫ରେ ପ୍ୟାରିସ୍‌ଠାରେ ୟୁନେସ୍କୋ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ଶିକ୍ଷକଙ୍କ ବହୁବିଧ ସମସ୍ୟାର ସମାଧାନ ଲାଗି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରର ଶିକ୍ଷାନୀତି, ନିଯୁକ୍ତି, ଗୁଣବତ୍ତାଯୁକ୍ତ ଶିକ୍ଷାଦାନରେ ଶିକ୍ଷକଙ୍କ ସ୍ଥିତିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
୧୯୯୭ ଅକ୍ଟୋବର ୫ରେ ୟୁନେସ୍କୋ ବୈଠକରେ ଶିକ୍ଷକଙ୍କ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୬ରେ ବିଶ୍ୱ ଶିକ୍ଷକ ଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହାମଡାନ୍‌ ପୁରସ୍କାର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ପୁରସ୍କାର ସମାଜ ପ୍ରତି ଥିବା ଶିକ୍ଷକଙ୍କ ଅମୂଲ୍ୟ ଅବଦାନ ଲାଗି ଉଦ୍ଦିଷ୍ଟ।
ଶିକ୍ଷକଙ୍କ ଋଣ ତ ଶୁଝି ହେବ ନାହିଁ। ମାତ୍ର ଏଭଳି ପ୍ରୟାସ ଦ୍ୱାରା କିଞ୍ଚତ୍ତ ସମ୍ମାନ ପ୍ରଦାନର ପ୍ରୟାସ ବିଶ୍ୱ ଶିକ୍ଷକ ଦିବସ ପାଳନ ମାଧ୍ୟମରେ କରାଯାଇଥାଏ। ସମାଜରେ ଶିକ୍ଷକଙ୍କ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri