Posted inଫୁରସତ

ମଣିଷ ଗଢ଼ିବା ସହଜ ନୁହେଁ

ପିଲାଟିଏ ଜନ୍ମ ହେବାପରେ ପ୍ରଥମେ ଜନ୍ମଦାତ୍ରୀଙ୍କୁ ଚିହ୍ନିବା ଆରମ୍ଭ କରିଥାଏ। ଧୀରେଧୀରେ ମା’ଠାରୁ ଦରୋଟି ଭାଷା ଶିଖି ଥାଏ। ତେଣୁ ମା’ଙ୍କୁ ପ୍ରଥମ ଶିକ୍ଷକ କୁହାଯାଇଥାଏ। ବୟସ ବଢ଼ିବା ସହିତ ଅନୁକରଣ ପ୍ରିୟ ଶିଶୁର ଶିକ୍ଷାର ବିକାଶରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶିଶୁମନରେ କିଭଳି ସହଜରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ସେ ନେଇ ଶିକ୍ଷକ ପ୍ରୟାସ କରିଥାନ୍ତି। କଞ୍ଚାମାଟିରେ ମାଠିଆର ପୂର୍ଣ୍ଣାଙ୍ଗ ରୂପ ଭଳି ଶିଶୁର ଜ୍ଞାନର ବିକାଶ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଶିକ୍ଷକ ରଖିଥାନ୍ତି। ଶିଶୁର ନିରୀହ ମନକୁ ବୋଧଗମ୍ୟ ହେଉଥିବା ବିଭିନ୍ନ ସରଳ ଗପ ଏବଂ ଖେଳ ସହିତ ପାଠପଢ଼ା ଆଗେଇ ନେବା ପ୍ରତି ଶିକ୍ଷକ ଗୁରୁତ୍ୱ ଦିଅନ୍ତି। ପାଠପଢ଼ା ଶିକ୍ଷା ଦେବା ସହଜ ନୁହେଁ। ସେଥିପାଇଁ ପ୍ରତିଟି ସଭ୍ୟତାରେ ଶିକ୍ଷାଦାନ କରୁଥିବା ଗୁରୁଙ୍କୁ ସବୁବେଳେ ସମ୍ମାନର ସ୍ଥାନ ପ୍ରଦାନ କରାଯାଇଥାଏ। ଶିକ୍ଷକ ନିଜର ଗୁରୁତ୍ୱ ରକ୍ଷା କରି ପ୍ରତିଟି ଯୁଗରେ ଜ୍ଞାନ ଚକ୍ଷୁରେ ମଣିଷ ଗଢ଼ିବା କାର୍ଯ୍ୟକୁ ଜାରି ରଖିଛନ୍ତି।
ଗୁରୁଙ୍କୁ ସମ୍ମାନ ପ୍ରଦାନ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ୟୁନେସ୍କୋ ପକ୍ଷରୁ ୧୯୯୪ରେ ପ୍ରୟାସ କରାଯାଇଥିଲା। ଏହା ଅନ୍ତର୍ଗତ ପ୍ରତିବର୍ଷ ଅକ୍ଟୋବର ୫କୁ ବିଶ୍ୱ ଶିକ୍ଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।
ଏହା ପୂର୍ବରୁ ୧୯୬୬ ଅକ୍ଟୋବର ୫ରେ ପ୍ୟାରିସ୍‌ଠାରେ ୟୁନେସ୍କୋ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ଶିକ୍ଷକଙ୍କ ବହୁବିଧ ସମସ୍ୟାର ସମାଧାନ ଲାଗି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରର ଶିକ୍ଷାନୀତି, ନିଯୁକ୍ତି, ଗୁଣବତ୍ତାଯୁକ୍ତ ଶିକ୍ଷାଦାନରେ ଶିକ୍ଷକଙ୍କ ସ୍ଥିତିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
୧୯୯୭ ଅକ୍ଟୋବର ୫ରେ ୟୁନେସ୍କୋ ବୈଠକରେ ଶିକ୍ଷକଙ୍କ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୬ରେ ବିଶ୍ୱ ଶିକ୍ଷକ ଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହାମଡାନ୍‌ ପୁରସ୍କାର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ପୁରସ୍କାର ସମାଜ ପ୍ରତି ଥିବା ଶିକ୍ଷକଙ୍କ ଅମୂଲ୍ୟ ଅବଦାନ ଲାଗି ଉଦ୍ଦିଷ୍ଟ।
ଶିକ୍ଷକଙ୍କ ଋଣ ତ ଶୁଝି ହେବ ନାହିଁ। ମାତ୍ର ଏଭଳି ପ୍ରୟାସ ଦ୍ୱାରା କିଞ୍ଚତ୍ତ ସମ୍ମାନ ପ୍ରଦାନର ପ୍ରୟାସ ବିଶ୍ୱ ଶିକ୍ଷକ ଦିବସ ପାଳନ ମାଧ୍ୟମରେ କରାଯାଇଥାଏ। ସମାଜରେ ଶିକ୍ଷକଙ୍କ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri