Posted inକଟକ

‘ଆଜିର ସମୟରେ ପତ୍ରିକାକୁ ଦୀର୍ଘଦିନ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ’

କଟକ,୧ା୪: ଧର୍ମ, ତତ୍ତ୍ୱ, ଜ୍ଞାନ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ ’ର ଏପ୍ରିଲ ସଂଖ୍ୟା ଏକକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ମଧୁପାଟଣା ଶ୍ରୀରାମ ନଗରରେ ଥିବା ରେକୀ ମିଶନ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଆଶ୍ରମର ଅଧ୍ୟକ୍ଷ ବିଜ୍ଞାନଗୁରୁ ପୂଜ୍ୟ ଶ୍ରୀ ସନ୍ଥ ଜୀ ପତ୍ରିକାକୁ ଉନ୍ମୋଚନ କରି ଦୀର୍ଘ ୨୩ବର୍ଷ କାଳ ପତ୍ରିକାକୁ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ ବୋଲି କହିବା ସହ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ସଦର ପ୍ରେସ୍‌ କ୍ଲବ ସଭାପତି ତଥା ବରିଷ୍ଠ ଖବରଦାତା ସୁରେନ୍ଦ୍ର ମହାପାତ୍ର, ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, ଖବରଦାତା ବିଭୂତି ଭୂଷଣ ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପତ୍ରିକାର ପରିଚାଳନା ସମ୍ପାଦକ ଇଂ. ବିପ୍ଳବ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଦୀପ୍ତ କୁମାର ଦାସ ବିଶେଷ ସହଯୋଗ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ...

ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍‌ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ...

ନଦୀକୁ ଖସିପଡ଼ିଲା କାର୍‌, ଭିତରେ ଅଛନ୍ତି…

କଟକ,୩ା୧୨: ବିରୂପା ନଦୀରେ ବୁଧବାର ସନ୍ଧ୍ୟାରେ ଏକ ବ୍ୟାଟେରୀ ଚାଳିତ କାର୍‌ ଖସିପଡ଼ିଛି। ତିନି ଘଣ୍ଟା ଧରି ପାଣି ଭିତରେ ଏହି କାର୍‌ ଫସିରହିଛି। ଜଣେ...

ବାରବାଟୀରେ ୫ରୁ ଅଫଲାଇନ ଟିକେଟ: ପୂର୍ବ ରାତିରୁ ଧାଡ଼ିରେ ନ ରହି ସକାଳୁ ଧାଡ଼ିରେ ରହିବାକୁ ଦିଆଯିବ ଅନୁମତି

ଭୁବନେଶ୍ୱର,୩।୧୨: ବାରବାଟୀ ଟି ଟ୍ବେଣ୍ଟି ପାଇଁ ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଡିସିପି ସମୀକ୍ଷା କରି କହିଛନ୍ତି, କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri