କଳାକାରଙ୍କ ପାଇଁ ସହଜ ନୁହେଁ ମୋ ସହ କାମ କରିବା: ଭଂସାଲି

ମୁମ୍ବାଇ: ନାମୀଦାମୀ ଫିଲ୍ମ ମେକର ସଞ୍ଜୟ ଲିଲା ଭଂସାଲିଙ୍କ ଭବ୍ୟ ସେଟ, ମହଙ୍ଗା ଏବଂ ସାନଦାର ଫିଲ୍ମ ନିର୍ମାଣ ପାଇଁ ସେ ବେଶ ପରିଚିତ । ବଡ ପରଦାରେ ସଫଳତାର ଧ୍ୱଜା ଉଡାଇବାରେ ଆଗରେ ଥିବା ଭଂସାଲି ‘ହିରାମଣ୍ଡି’ରୁ ଡିଜିଟାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ୧୮ ଫେବୃୟାରୀରେ ‘ହିରାମଣ୍ଡି’ର ଫାଷ୍ଟ ଲୁକ ରିଲିଜ କରାଯାଇଛି । ଫାଷ୍ଟ ଲୁକ ପ୍ରଶଂସକଙ୍କ ମଧ୍ୟରେ ୱେବ ସିରିଜକୁ ନେଇ ଉତ୍ସାହ ବଢାଇ ଦେଇଛି । ଏକ ଇଭେଣ୍ଟରେ ଭଂସାଲି ‘ହିରାମଣ୍ଡି’ ଓ ତାଙ୍କ କାମ କରିବାର ପ୍ରୋସେସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ।
ଇଣ୍ଡଷ୍ଟ୍ରିରେ ପାଦ ରଖୁଥିବା ପ୍ରତିଟି କଳାକାରଙ୍କର ସ୍ୱପ୍ନ ଥାଏ ଭଂସାଲିଙ୍କ ସହ କାମ କରିବା । ହେଲେ ଖୁବ୍ କମ ଲୋକଙ୍କ ଭାଗ୍ୟରେ ଏହା ମିଳିଥାଏ । ତେଣୁ କୁହାଯାଏ ଭଂସାଲିଙ୍କ ସହ ସବୁ କଳାକାର କାମ କରିବା ଏତେ ସହଜ ନୁହେଁ । ଯେତେବେଳେ ସେ ଶୁଟରେ ଥାଆନ୍ତି ସେତେବେଳେ ସେ କୌଣସି କମ୍ପରମାଇଜ କରିବାକୁ ରାଜି ହୁଅନ୍ତି ନାହିଁ । ଏହି କଥାକୁ ନେଇ ଏକ ଇଭେଣ୍ଟରେ ଭଂସାଲି କହିଛନ୍ତି, ମୁଁ କୌଣସି ଟାସ୍କ ମାଷ୍ଟର ନୁହେଁ, ହେଲେ ମୋର ଛବିକୁ ଏମିତି କରି ଦିଆଯାଇଛି କି ମୋ ସହ କାମ କରିବା ସରଳ ନୁହେଁ । ମୁଁ ସେହି କଳାକାରଙ୍କ ସହ ବସିଥାଏ, କାମକୁ ନେଇ ଚର୍ଚ୍ଚା କରିଥାଏ, ସେମାନଙ୍କ ଦିମାଗର ଉପଯୋଗ କରିଥାଏ ଆଉ ସେମାନେ ମୋର । ଆମେ ଯେତେବେଳେ ଏକାଠି ଆସୁ ସେତେବେଳେ ଏକ ମ୍ୟାଜିକ କ୍ରିଏଟ ହୋଇଥାଏ । ପରେ ଏହି ମ୍ୟାଜିକର କ୍ରେଡିଟ ମୁଁ ନେଇଥାଏ ଓ କହିଥାଏ ମୁଁ ଯାଦୁ କରିଦେଲି ।
ଭଂସାଲି ଆହୁରି ମଧ୍ୟ କୁହନ୍ତି, ଗୋଟିଏ ଫିଲ୍ମ ବହୁତ ପରିଶ୍ରମ, ଫୋକସ, ପ୍ରତିବଦ୍ଧତା ଓ ଦୃଢ ବିଶ୍ୱାସ ପରେ ନିର୍ମାଣ ହୋଇଥାଏ । ସେମାନେ ମୋତେ ଟାସ୍କ ମାଷ୍ଟର କୁହନ୍ତି, କାରଣ ମୁଁ ସେମାନଙ୍କୁ ମୋ ଭ୍ୟାନରେ ଯିବାକୁ ଦେଇ ନ ଥାଏ ଯେତେ ପର୍ଯ୍ୟନ୍ତ ସେମାନେ ମୋତେ ସଟ ଦେଇ ନ ଥାଆନ୍ତି । ଏହି ମୁହୂର୍ତ୍ତ କେବଳ ମୋ ପାଇଁ ନୁହେଁ ସେମାନଙ୍କ ପାଇଁ ବି ମୂଲ୍ୟବାନ, ଯାହା ସମସ୍ତଙ୍କ ପରିଶ୍ରମ ପରେ ଆସିଥାଏ । ‘ହିରାମଣ୍ଡି’ର କାହାଣୀ ସ୍ୱାଧିନତା ପୂର୍ବରୁ ଚାଲୁଥିବା ବେଶ୍ୟାଳୟର କାହାଣୀ ଉପରେ ଆଧାରିତ । ଫିଲ୍ମରେ ଲଭ ଧୋକା ଦେଖିବାକୁ ମିଳିବ । ‘ହିରାମଣ୍ଡିରେ ଅଦିତି ରାୟ ହୈଦରି, ସୋନାକ୍ଷି ସିହ୍ନା, ଋଚା ଚଢା, ସଂଜିଦା ଶେଖ, ମନିଷା କୋଇରାଲା ଏବଂ ଶରମିନ ସହଗଲ ଲିଡ ରୋଲରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri