‘ଆଗଭଳି ବେପାର ହେଉନି’ – କରୋନା ପାଇଁ ସବୁ ଠପ୍‌

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-କରୋନା କଟକଣାରେ ବହୁ ଲୋକଙ୍କ ଜୀବନଜୀବିକା ଠପ୍‌ ହୋଇଯାଇଛି। ବିଶେଷ କରି ଦିନମଜୁରିଆ ଓ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଜଳଖିଆ ଦୋକାନ, ହୋଟେଲ ଆଦି ଖୋଲି ଗୁଜୁରାଣ ମେଣ୍ଟାଉଥିବା ବହୁ ଗରିବ ଶ୍ରେଣୀର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଜଳଖିଆ ବିକ୍ରି କରୁଥିବା ବିଦ୍ୟାଧର ସାହୁ ନାମକ ଜଣେ ବ୍ୟବସାୟୀ ୮ମାସ ହେଲା ଏଭଳି ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି। ସେ ସ୍ଥାନୀୟ ଇଞ୍ଜିନିୟରିଂ କଲେଜ ନିକଟରେ ଛୋଟ ଦୋକାନ ଖୋଲି ଦହିବରା ଓ ଜଳଖିଆ ବିକି ପରିବାର ଚଳାଇ ଆସୁଥିଲେ। କଲେଜ ପାଖ ହୋଇଥିବାରୁ ଭଲ ବେପାର ମଧ୍ୟ ହେଉଥିଲା। କରୋନା ମହାମାରୀ ପାଇଁ କଲେଜ ବନ୍ଦ ହୋଇଯାଇଥିବାରୁ ବିଦ୍ୟାଧରଙ୍କ ବେପାର ପୂରା ଠପ୍‌ ହୋଇଯାଇଛି କହିଲେ ଭୁଲ୍‌ ହେବନାହିଁ। ଏବେ କରୋନା କଟକଣା କୋହଳ ହୋଇଥିଲେ ହେଁ କଲେଜ ଖୋଲି ନ ଥିବାରୁ ସେ ପେଟପାଟଣା ପାଇଁ ଏଣେ ତେଣେ ବୁଲି ଦହିବରା ବିକି ଚଳୁଛନ୍ତି।
ବିଦ୍ୟାଧରଙ୍କ ବୟସ ୬୦ ହେବ। ଘର ନୟାଗଡ ଜିଲାରେ କିନ୍ତୁ ଦୀର୍ଘ ୧୦/୧୨ ବର୍ଷ କେନ୍ଦୁଝରକୁ ଆସି ଦହିବରା, ଜଳଖିଆ ଆଦି ବିକି ଦୁଇ ପୁଅ, ସ୍ତ୍ରୀଙ୍କୁ ଧରି ରହିଆସୁଥିଲେ। ସ୍ତ୍ରୀଙ୍କ ଦେହାନ୍ତ ପରେ ଦୁଇ ପୁଅ ଓ ବୋହୂ ସହିତ ରହୁଛନ୍ତି। ଆଗରୁ ଭଲ ରୋଜଗାର ହେଉଥିଲା। ବଡ ପୁଅ ଓ ଅନ୍ୟ ଜଣେ ପିଲା ସହାୟତାରେ ଦୋକାନ ଖୋଲି ବରା, ଇଡ୍‌ଲି, ଗୁଲୁଗୁଲା, ସିଙ୍ଗଡା ଏବଂ ଦହିବରା ଆଦି ବିକି ଚଳୁଥିଲେ। ଏବେ ବୁଲି ବୁଲି ବିକିବାକୁ ପଡୁଛ, ଯାହାକି କଷ୍ଟଦାୟକ ହୋଇଥିଲେ ହେଁ କରିବାକୁ ପଡୁଛି ବୋଲି କୁହନ୍ତି ବିଦ୍ୟାଧର। ସାନ ପୁଅ କଟକରେ ଦହିବରା ବିକୁଥିବା ବେଳେ ବଡ ପୁଅ ତାଙ୍କ ପାଖରେ ରହି ତାଙ୍କୁ ସହାୟତା କରୁଛି।
କଲେଜ ବନ୍ଦ ଯୋଗୁ ଏବେ ସେ ସାଇକେଲରେ ବୁଲି ବୁଲି ଦହିବରା ସାଙ୍ଗକୁ ବରା, ଆଳୁଚପ ବିକୁଥିବା କହିଛନ୍ତି। ଆଗଭଳି ରୋଜଗାର ହେଉ ନ ଥିଲେ ହେଁ କଷ୍ଟେମଷ୍ଟେ ଚଳିଯାଉଛୁ ବୋଲି କହିଛନ୍ତି। ଏହି ବୟସରେ ମଧ୍ୟ ସେ ବେଶ୍‌ ଦୃଢ। ବିଭିନ୍ନ ସ୍ଥାନକୁ ସାଇକେଲରେ ଯାଇ ଜଳଖିଆ ବିକିପାରୁଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି। କଲେଜ ଖୋଲିଲେ ପରିସ୍ଥିତି ସୁଧୁରିବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri