‘ଆଗଭଳି ବେପାର ହେଉନି’ – କରୋନା ପାଇଁ ସବୁ ଠପ୍‌

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-କରୋନା କଟକଣାରେ ବହୁ ଲୋକଙ୍କ ଜୀବନଜୀବିକା ଠପ୍‌ ହୋଇଯାଇଛି। ବିଶେଷ କରି ଦିନମଜୁରିଆ ଓ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଜଳଖିଆ ଦୋକାନ, ହୋଟେଲ ଆଦି ଖୋଲି ଗୁଜୁରାଣ ମେଣ୍ଟାଉଥିବା ବହୁ ଗରିବ ଶ୍ରେଣୀର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଜଳଖିଆ ବିକ୍ରି କରୁଥିବା ବିଦ୍ୟାଧର ସାହୁ ନାମକ ଜଣେ ବ୍ୟବସାୟୀ ୮ମାସ ହେଲା ଏଭଳି ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି। ସେ ସ୍ଥାନୀୟ ଇଞ୍ଜିନିୟରିଂ କଲେଜ ନିକଟରେ ଛୋଟ ଦୋକାନ ଖୋଲି ଦହିବରା ଓ ଜଳଖିଆ ବିକି ପରିବାର ଚଳାଇ ଆସୁଥିଲେ। କଲେଜ ପାଖ ହୋଇଥିବାରୁ ଭଲ ବେପାର ମଧ୍ୟ ହେଉଥିଲା। କରୋନା ମହାମାରୀ ପାଇଁ କଲେଜ ବନ୍ଦ ହୋଇଯାଇଥିବାରୁ ବିଦ୍ୟାଧରଙ୍କ ବେପାର ପୂରା ଠପ୍‌ ହୋଇଯାଇଛି କହିଲେ ଭୁଲ୍‌ ହେବନାହିଁ। ଏବେ କରୋନା କଟକଣା କୋହଳ ହୋଇଥିଲେ ହେଁ କଲେଜ ଖୋଲି ନ ଥିବାରୁ ସେ ପେଟପାଟଣା ପାଇଁ ଏଣେ ତେଣେ ବୁଲି ଦହିବରା ବିକି ଚଳୁଛନ୍ତି।
ବିଦ୍ୟାଧରଙ୍କ ବୟସ ୬୦ ହେବ। ଘର ନୟାଗଡ ଜିଲାରେ କିନ୍ତୁ ଦୀର୍ଘ ୧୦/୧୨ ବର୍ଷ କେନ୍ଦୁଝରକୁ ଆସି ଦହିବରା, ଜଳଖିଆ ଆଦି ବିକି ଦୁଇ ପୁଅ, ସ୍ତ୍ରୀଙ୍କୁ ଧରି ରହିଆସୁଥିଲେ। ସ୍ତ୍ରୀଙ୍କ ଦେହାନ୍ତ ପରେ ଦୁଇ ପୁଅ ଓ ବୋହୂ ସହିତ ରହୁଛନ୍ତି। ଆଗରୁ ଭଲ ରୋଜଗାର ହେଉଥିଲା। ବଡ ପୁଅ ଓ ଅନ୍ୟ ଜଣେ ପିଲା ସହାୟତାରେ ଦୋକାନ ଖୋଲି ବରା, ଇଡ୍‌ଲି, ଗୁଲୁଗୁଲା, ସିଙ୍ଗଡା ଏବଂ ଦହିବରା ଆଦି ବିକି ଚଳୁଥିଲେ। ଏବେ ବୁଲି ବୁଲି ବିକିବାକୁ ପଡୁଛ, ଯାହାକି କଷ୍ଟଦାୟକ ହୋଇଥିଲେ ହେଁ କରିବାକୁ ପଡୁଛି ବୋଲି କୁହନ୍ତି ବିଦ୍ୟାଧର। ସାନ ପୁଅ କଟକରେ ଦହିବରା ବିକୁଥିବା ବେଳେ ବଡ ପୁଅ ତାଙ୍କ ପାଖରେ ରହି ତାଙ୍କୁ ସହାୟତା କରୁଛି।
କଲେଜ ବନ୍ଦ ଯୋଗୁ ଏବେ ସେ ସାଇକେଲରେ ବୁଲି ବୁଲି ଦହିବରା ସାଙ୍ଗକୁ ବରା, ଆଳୁଚପ ବିକୁଥିବା କହିଛନ୍ତି। ଆଗଭଳି ରୋଜଗାର ହେଉ ନ ଥିଲେ ହେଁ କଷ୍ଟେମଷ୍ଟେ ଚଳିଯାଉଛୁ ବୋଲି କହିଛନ୍ତି। ଏହି ବୟସରେ ମଧ୍ୟ ସେ ବେଶ୍‌ ଦୃଢ। ବିଭିନ୍ନ ସ୍ଥାନକୁ ସାଇକେଲରେ ଯାଇ ଜଳଖିଆ ବିକିପାରୁଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି। କଲେଜ ଖୋଲିଲେ ପରିସ୍ଥିତି ସୁଧୁରିବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri