୮ ବର୍ଷ ହେଲା ଆସୁନି ବିଦ୍ୟୁତ୍‌

ବନ୍ତଳା,୧୫ା୧: ଜଙ୍ଗଲ ମଧ୍ୟରେ ଗାଁ। ଯୋଗାଯୋଗ ପାଇଁ ରାସ୍ତାଟିଏ ନାହିଁ। ତେଣୁ ମୌଳିକ ସୁବିଧା ପାଇବା ଏହି ଆଦିବାସୀ ମହ୍ଲାର ସମ୍ପ୍ରଦାୟଙ୍କ ପାଇଁ ସାତସପନ ହୋଇଛି। ତଥାପି ୨୦୦୯ରେ ରାଜୀବ ଗାନ୍ଧୀ ବିଦ୍ୟୁତୀକରଣ ଯୋଜନାରେ ୨୫ ପରିବାର ରହୁଥିବା ଅନୁଗୋଳ ବ୍ଲକ ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ଗଦେଇମୁଣ୍ଡା ମହ୍ଲାରସାହିକୁ ବିଦ୍ୟୁତ୍‌ ସଂଯୋଗ ମିଳିଥିଲା। ହେଲେ ୨୦୧୨ରେ ଟ୍ରାନ୍ସଫର୍ମର ଅଚଳ ହୋଇପଡ଼ିବାରୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଗଲା। ସେବେଠୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ସାହିକୁ ଏଯାଏ ବିଜୁଳି ଆସିନାହିଁ। କେବଳ ବିଦ୍ୟୁତ୍‌ ନୁହେଁ, ସରକାରଙ୍କ ଆବାସ, ପାଇଖାନା ଯୋଜନାରେ ମଧ୍ୟ ବହୁ ଅନିୟମିତତା ହୋଇଥିବା ମହ୍ଲାରସାହିବାସୀ ଅଭିଯୋଗ କରିଛନ୍ତି।
ଅନୁଗୋଳ ବ୍ଲକଠାରୁ ୨୫ କିଲୋମିଟର ଦୂର ମହ୍ଲାରସାହିରେ ସରକାରୀ ଅବହେଳା ଜଳ ଜଳ ଦିଶୁଛି। ୨୫ ପରିବାରଙ୍କୁ ଏକ ଗୁଣ୍ଠ ଲେଖାଏ ଘରଡିହ ଜାଗା ଛାଡ଼ିଦେଲେ ବାକି ସରକାରୀ ଯୋଜନାର ସୁଫଳ ମିଳୁନାହିଁ। ମୂଲମଜୁରି ଓ ବନ ବିଭାଗ କାମ ଦେଲେ ସାହିବାସୀ କିଛି ରୋଜଗାର କରନ୍ତି। ନ ହେଲେ ଜଙ୍ଗଲରୁ ସଂଗ୍ରହ କରିଥିବା କସା ସାରୁ ଓ ମହୁ ବିକି ଯାହା ଯେମିତି ଚଳିଯାଆନ୍ତି। ୨୦୦୯ରେ ଗାଁରେ ବିଦ୍ୟୁତ୍‌ ପହଞ୍ଚିବା ପରେ ସାହିବାସୀଙ୍କ ଆଶା ବଢ଼ିଯାଇଥିଲା। ସରକାର ସେମାନଙ୍କ ଦୁଃଖ ଦୂର କରିବେ ବୋଲି ବିଶ୍ୱାସ ଜନ୍ମିଥିଲା। କିନ୍ତୁ ୮ ବର୍ଷ ହେଲା ବିଦ୍ୟୁତ୍‌ ବିଭାଗ ଟ୍ରାନ୍ସଫର୍ମରଟିଏ ବସାଇପାରୁ ନ ଥିବାରୁ ସାହିବାସୀ ରାତିରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗାଁକୁ ସର୍ବଦା ହାତୀ, ବାର୍‌ହା, ଭାଲୁ ପଶି ଆସୁଥିବାରୁ ସେମାନେ ରାତିରେ ସୁରକ୍ଷିତ ମଣୁନାହାନ୍ତି। ଜନପ୍ରତିନିଧିଙ୍କୁ ଅସୁବିଧା ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ସେହିପରି ପିଲାଙ୍କ ଶିକ୍ଷା ପାଇଁ ଅଙ୍ଗନଓ୍ବାଡି କି ସ୍କୁଲ ବ୍ୟବସ୍ଥା ହୋଇନି। ସ୍ବାସ୍ଥ୍ୟସେବା ପାଇଁ ଗାଁକୁ କେବେ ସ୍ବାସ୍ଥ୍ୟକର୍ମୀ ଆସିନାହାନ୍ତି। ଦୀର୍ଘଦିନ ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତାଟିଏ ନିର୍ମାଣ ହେଉଥିଲେ ମଧ୍ୟ ତାହା ଅଧାରେ ଅଟକିଯାଇଛି। ସ୍ବଚ୍ଛ ପରିମଳ ଯୋଜନାରେ ସାହିରେ ପାଇଖାନା ନିର୍ମାଣ କରାଯାଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ସେସବୁ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୁଇବର୍ଷ ତଳେ ପୂର୍ଣ୍ଣଚନ୍ଦ୍ର ପଧାନ, କାନ୍ଦୁରୁ ପଧାନ, କୁମାରୀ ପଧାନ, ଅପର୍ଣ୍ଣା ପଧାନଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳିଥିଲା। ମାତ୍ର ନିର୍ମାଣ ନେଇ ସେମାନେ ଅସମର୍ଥ ପ୍ରକାଶ କରିବାରୁ ଠିକାଦାର ବାଉଁଶ ବାଡ଼ିରେ ଆଜବେଷ୍ଟସ ପକାଇ ଟଙ୍କା ଉଠାଇ ନେଇଯାଇଛି। କବାଟ ଲାଗି ନ ଥିବା କୋଠାଘର ଫାଟି ଆଁ କରିଥିବାରୁ ଏବେ ସେମାନଙ୍କ ଜୀବନ ବିପଦରେ ଥିବା କେତେଜଣ ସାହିବାସୀ ଅଭିଯୋଗ କରିଛନ୍ତି। ସାହିର ପଙ୍କଜ ପଧାନ, ପ୍ରଶ୍ନ ପଧାନ, ଶୁକ୍ରୁ ପଧାନ, ଶନ୍ତୁ ପଧାନ, ମିଲୁ ପଧାନ, ରଞ୍ଜୁ ପଧାନ, ଲୋଚନ ପଧାନ, କୁମାରୀ ପଧାନ ପ୍ରମୁଖ ୯ ପରିବାରକୁ ରାଶନ କାର୍ଡ ମିଳି ନ ଥିବାରୁ ସରକାରୀ ଚାଉଳ ପାଇବାରୁ ସେମାନେ ବଞ୍ଚିତ ରହିଛନ୍ତି। କେତେଜଣ ବିଧବା ଓ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ମିଳିନାହିଁ। କରୋନା ଲକ୍‌ଡାଉନ ସମୟରେ ଦିଆଯାଉଥିବା ଚାଉଳ ସହ ୧୦୦୦ ଟଙ୍କା ଲେଖାଏ ମହ୍ଲାରସାହିବାସୀଙ୍କୁ ମିଳିନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଶିବପ୍ରସାଦ ବଳିଆରସିଂ କହିଛନ୍ତି, ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମରରେ ସମସ୍ୟା ଦେଖା ଦେଇଥିଲା। ଆଗରୁ ଉକ୍ତ ସାହିରେ କେହି ରହୁ ନ ଥିଲେ। ଏବେ ଲୋକେ ରହୁଥିବାରୁ ସେଠାକୁ କର୍ମଚାରୀଙ୍କୁ ପଠାଇ ଟ୍ରାନ୍ସଫର୍ମର ଅବସ୍ଥା ଦେଖିବା ପରେ ନୂଆ ବ୍ୟବସ୍ଥା କରାଯିବ। ଅନୁଗୋଳ ବିଡିଓ ଅଶ୍ୱିନୀ ଶତପଥୀଙ୍କୁ ବାରମ୍ବାର ନଂ.୯୪୩୭୩୨୪୩୫୩ରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିବାରୁ ମତାମତ ମିଳିପାରି ନାହିଁ। ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଗଦେଇମୁଣ୍ଡା ମହ୍ଲାରସାହି ବାସିନ୍ଦାଙ୍କ ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ। ଆବାସ ଯୋଜନା, ଭତ୍ତା, ରାଶନ ବିଷୟରେ ଘଟଣାସ୍ଥଳକୁ ବିଡିଓଙ୍କୁ ପଠାଇ ତଦନ୍ତ କରାଯିବ। ଯଦି ସରକାରୀ କର୍ମଚାରୀ ବା ଡିଲରଙ୍କ ଅବହେଳା ନଜରକୁ ଆସେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।

କେହି ଦୁଃଖ ବୁଝୁନାହାନ୍ତି
ଅଶିକ୍ଷିତ ହୋଇଥିବାରୁ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରୁନୁ। ଜଙ୍ଗଲରୁ ଝୁଣା, ମହୁ, ଆଳୁ, ସାରୁ ସଂଗ୍ରହ କରି ଚଳୁଛୁ। ତିନିବର୍ଷ ବିଦ୍ୟୁତ୍‌ ସେବା ପାଇଛୁ। ୮ ବର୍ଷ ହେଲା ବିଜୁଳି ସଂଯୋଗ ବିଚ୍ଛିନ୍ନ ରହିଛି। କେହି ଆମ ଦୁଃଖ ବୁଝୁନାହାନ୍ତି।
-କୃଷ୍ଣ ପଧାନ, ସାହିବାସୀ
ପଦକ୍ଷେପ ନିଆଯାଉନି
ସରକାର କ’ଣ ଦେଉଛନ୍ତି ଜାଣିନୁ। ଲକ୍‌ଡାଉନ୍‌ ବେଳେ ଗରିବ ପରିବାରକୁ ଦିଆଯାଇଥିବା ୧୦୦୦ ଟଙ୍କା ଆମକୁ ଦେଲେନାହିଁ। ମୂଲମଜୁରି କରି ଚଳୁଛୁ। ଥିଲେ ଖାଉଛୁ ନ ହେଲେ ନାହିଁ। ବିଦ୍ୟୁତ୍‌ ବିଷୟରେ ସରପଞ୍ଚଙ୍କୁ କୁହାଯାଇଥିଲା। କିଛି ହେଲା ନାହିଁ।
-ଯଶୋଦା ପଧାନ, ସାହିବାସୀ
ପାଠପଢ଼ାର ସୁବିଧା ନାହିଁ
କାମଧନ୍ଦା କିଛି ମିଳୁନି। ଗାଁକୁ ରାସ୍ତା ନାହିଁ। ପିଲାମାନେ ପାଠ ପଢିବାର ସୁବିଧା ନାହିଁ। ଅଙ୍ଗନଓ୍ବାଡ଼ିରୁ ଗର୍ଭବତୀ ଓ ଶିଶୁଙ୍କ ପାଇଁ କିଛି ମିଳୁନି। ଖୋଲା କୂଅରେ ପ୍ରଶାସନ ନଳକୂପ ବସେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଦ କେବେ ଗଁାରେ ପଡ଼ିନି।
-ଅତର ପଧାନ, ସାହିବାସୀ
ଯୋଜନା ସମ୍ପର୍କରେ ଜାଣିପାରୁନୁ
ସାହିର କେତେଜଣଙ୍କୁ ଭତ୍ତା ମିଳିନି। ପାଇଖାନା ସବୁ ଭାଙ୍ଗି ଗଲାଣି। ୨୫ ପରିବାରରୁ ୬ ପରିବାର ଆବାସ ପାଇଛନ୍ତି। କିନ୍ତୁ ସେ ଘର ସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସରକାରୀ ସୁବିଧା କଥା ଜାଣି ପାରୁନୁ। ପାଖ ଗାଁର ମୁରବି, ରାଜନେତାମାନେ ଯାହା କହୁଛନ୍ତି ତାହା କରୁଛୁ।
-ଲୋକନାଥ ପଧାନ, ସାହିବାସୀ
ନିର୍ବାଚନ ଆସିଲେ ପ୍ରତିଶ୍ରୁତି ମିଳୁଛି
ଲକ୍‌ଡାଉନ୍‌ ବେଳର ଚାଉଳ, ଟଙ୍କା କିଛି ମିଳିନାହିଁ। ୯ ପରିବାର ଡିଲର ଚାଉଳ ପାଉନାହାନ୍ତି। ମୂଲ ମିଳିଲେ ଖାଉଛୁ ନ ହେଲେ ଭୋକରେ ରହିବାକୁ ପଡ଼ୁଛି। ସରକାର ଏତେ ଯୋଜନା କରୁଥିଲେ ମଧ୍ୟ ସାହିକୁ ସୁଫଳ ମିଳୁନି। ଖାଲି ନିର୍ବାଚନ ଆସିଲେ ପ୍ରତିଶ୍ରୁତି ମିଳୁଛି।
-ମୁନା ପଧାନ, ସାହିବାସୀ
ସାହିବାସୀ ବହୁ କଷ୍ଟରେ ଅଛନ୍ତି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ନିର୍ମାଣ କାର୍ଯ୍ୟ ଏଯାଏ ଆରମ୍ଭ ହୋଇନି। ରାସ୍ତା, ପାଣି, ସ୍ବାସ୍ଥ୍ୟ ବ୍ୟବସ୍ଥା, ସ୍କୁଲ, ବିଦ୍ୟୁତ୍‌ ସେବା ନାହିଁ। ଜଙ୍ଗଲ ମଧ୍ୟରେ ରହୁଥିବାରୁ ଆମ ସମସ୍ୟା ସରକାରଙ୍କ ଯାଏ ପହଞ୍ଚିପାରୁନାହିଁ। ସାହିବାସୀ ବହୁ କଷ୍ଟରେ ଅଛନ୍ତି।
-ନେଙ୍କୁରି ପଧାନ, ସାହିବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri