ସେଲ୍‌ରୁ ୧୦% ଅଂଶଧନ ଖସାଇବେ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌)ରୁ ସରକାର ୧୦% ଅଂଶଧନ ଖସାଇବେ। ଏ ନେଇ ପ୍ରସ୍ତାବ ଦିଆଯାଇଥିବା ସରକାର ବୁଧବାର ସୂଚନା ଦେଇଛନ୍ତି। ଏଥିଲାଗି ଅଫର ଫର୍‌ ସେଲ୍‌ (ଓଏଫ୍‌ଏସ୍‌) ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଣ ରିଟେଲ ନିବେଶକଙ୍କ ଲାଗି ଓଏଫ୍‌ଏସ୍‌ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ରିଟେଲ ନିବେଶକ ମାନେ ଏଥିରେ ଭାଗ ନେଇପାରିବେ। କେନ୍ଦ୍ର ସରକାର ୫% ଇକ୍ୱିଟି ଅଂଶଧନ ପୁଞ୍ଜି ପ୍ରତ୍ୟାହାର କରିବାକୁ ଥିବା ବେଳେ ୫% ଗ୍ରୀନ୍‌ସୋ ବିକଳ୍ପ ବାଛିବେ ବୋଲି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।
ସେଲ୍‌ରେ ସରକାରଙ୍କର ୭୫% ଅଂଶଧନ ରହିଛି। ଏହା ପୂର୍ବରୁ ୫% ଅଂଶଧନକୁ ସରକାର ଖସାଇଥିଲେ। ବର୍ତ୍ତମାନ ଜାରି ହୋଇଥିବା ଓଏଫ୍‌ଏସ୍‌ ଫ୍ଲୋର ପ୍ରାଇସ ଇକ୍ୱିଟି ଶେୟାର ପିଛା ୬୪ ଟଙ୍କା ରହିଥିବା ସଂସ୍ଥା ପକ୍ଷରୁ ରେଗୁଲେଟୋରି ଫାଇଲିଂରେ ସୂଚନା ଦିଆଯାଇଛି। ମୋଟ ୪୧.୩ କୋଟି ଶେୟାର ଲାଗି ଓଏଫ୍‌ଏସ୍‌ ଜାରି କରାଯାଇଛି। ଏହାଦ୍ୱାରା ସରକାର ମୋଟ ୨,୬୬୪ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଅଂଶଧନ ବିକ୍ରିରୁ ୨.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖାଯାଇଛି। ସେଲ୍‌ର ଏହି ଓଏଫ୍‌ଏସ୍‌ ଏଥିରେ ଯୋଗଦାନ ରଖିପାରିବ। ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଂଶଧନ ବିକ୍ରିରୁ ୧.୨୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ମଧ୍ୟ ସାମିଲ ରହିଛି। ସେହିଭଳି ବଳକା ୯୦ ହଜାର କୋଟି ଆର୍ଥତ୍କ ପ୍ରତିଷ୍ଠାନଗୁଡିକରୁ ପୁଞ୍ଜି ପ୍ରତ୍ୟାହାର ନେଇ ଲକ୍ଷ୍ୟ ରଖାଯାଇଛି।
ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଲାଗି ଇଣ୍ଡିଆନ ରେଲଓ୍ବେ ଫାଇନାନ୍ସ କର୍ପୋରେଶନ (ଆଇଆର୍‌ଏଫ୍‌ସି) ଆଇପିଓ ଦ୍ୱାରା ୪,୬୦୦ କୋଟି ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଦୀପମ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସରକାର ବର୍ତ୍ତମାନ ସୁଦ୍ଧା ୨୮,୨୯୮ କୋଟି ଟଙ୍କା ସଂଗ୍ରହ କରିସାରିଛନ୍ତି। ସରକାର ତାଙ୍କ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣ କରିବେ ନାହିଁ ବୋଲି କୁହାଯାଉଛି। ସେହିଭଳି ବିତ୍ତୀୟ ନିଅଣ୍ଟ ମଧ୍ୟ ଚିନ୍ତାର କାରଣ ପାଲଟିଛି। କୋଭିଡ୍‌ ଯୋଗୁ ଭାରତ ପେଟ୍ରୋଲିୟମର ଘରୋଇକରଣକୁ ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚାଯାଇଛି। ସେହିଭଳି ମହାମାରୀ ଯୋଗୁ ରାଜସ୍ବ ସଂଗ୍ରହ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri