୫ ବର୍ଷ ହେଲା ନିଦରେ ପ୍ରଶାସନ

ଆଠମଲ୍ଲିକ,୧୭।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଛି। ୫ଟି ଶ୍ରେଣୀଗୃହ ମଧ୍ୟରୁ ୩ଟି କୋଠରି ଚଟାଣ ଦବି ଗଲାଣି। ଛାତରୁ ଖଣ୍ଡ ଖଣ୍ଡ ପଲସ୍ତରା ଖସିଲାଣି। ଏପରି ଅବସ୍ଥାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାତ୍ର ୨ଟି କୋଠରିରେ ବସାଯାଉଛି। ଫଳରେ ଶିକ୍ଷାଦାନ ଠିକ୍‌ରେ ହୋଇପାରୁ ନାହିଁ। ତେଣୁ ପୁରୁଣାମାଣତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂଆ କୋଠା ନିର୍ମାଣ କରାଯାଉ ବୋଲି ଦୀର୍ଘ ୫ ବର୍ଷ ହେଲା ସ୍କୁଲ ପରିଚାଳନା କମିଟି ପକ୍ଷରୁ ଦାବି କରାଯାଉଛି। ଏ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର, ସମ୍ବଲପୁର ଏମ୍‌ପି, ବିଧାୟକଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଇଛି। ହେଲେ ପ୍ରଶାସନର ନିଦ ଏଯାଏ ଭାଙ୍ଗି ନ ଥିବାରୁ ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି।
ଆଠମଲ୍ଲିକ ଉପଖଣ୍ଡ ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ପୁରୁଣାମାଣତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୯୩୪ ମସିହାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୫ ଛାତ୍ରୀଛାତ୍ର ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି। ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ସ୍କୁଲରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ୫ଟି କୋଠରି ମଧ୍ୟରୁ ୩ଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ୨ଟି ଶ୍ରେଣୀଗୃହରେ ୮ଟି ଶ୍ରେଣୀର ପିଲାଙ୍କୁ ପଢ଼ାଯାଉଛି। ଏପରି ଅବ୍ୟବସ୍ଥାର ପ୍ରତିକାର ନିମନ୍ତେ ୨୮ ଅକ୍ଟୋବର ୨୦୧୭ରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା। ୬ ଜୁଲାଇ ୨୦୧୯ରେ ଆଠମଲ୍ଲିକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୨୫ ନଭେମ୍ବର ୨୦୧୯ରେ ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ସ୍କୁଲର ସମସ୍ୟା ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ନିକଟକୁ ୨ ଥର ଚିଠି କରାଯାଇଥିଲା। ତଥାପି ଛାତ୍ରୀଛାତ୍ରମାନଙ୍କ ଶ୍ରେଣୀଗୃହ ସମସ୍ୟାର ସମାଧାନ ହୋଇପାରି ନାହିଁ। ରାଜ୍ୟ ସରକାର ବିଦ୍ୟାଳୟ ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ ନାନା ପଦକ୍ଷେପ ନେଉଥିବା ବେଳେ ପୁରୁଣାମାଣତ୍ରୀ ସ୍କୁଲ ପ୍ରତି ୫ ବର୍ଷ ହେଲା ଚରମ ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ଅଭିଭାବକ ଓ ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ବିଡିଓ ସନ୍ତୋଷ କୁମାର ସାହୁ କହିଛନ୍ତି, ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri