ଖମାର/କଣିହାଁ/ଅନୁଗୋଳ, ୨୬।୬(ରଜନୀକାନ୍ତ ମହାରଣା/ସଚ୍ଚିଦାନନ୍ଦ ପ୍ରଧାନ/ଅମିତ ସାମଲ): ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପତଳ ଅନ୍ଧାର। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା ଅବହେଳିତ ବୋଲି ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ଜିଲା ଗସ୍ତର ଦ୍ୱିତୀୟ ଦିନରେ ରବିବାର ପାଲଲହଡ଼ା ବ୍ଲକ ଖମାର କଲେଜ ପଡ଼ିଆରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର କୃଷି, ଜଳସେଚନ, ଅପହଞ୍ଚ ବିଦ୍ୟୁତ୍ ଆଦି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଲେ,କଣିହାଁ ହେଉଛି କୃଷି ଆଧାରିତ ଅର୍ଥନୀତି ଅଞ୍ଚଳ। ରେଙ୍ଗାଳି ଡ୍ୟାମ୍, ସମଲ ବ୍ୟାରେଜ୍, ରେଙ୍ଗାଳି ଲେଫ୍ଟ କେନାଲ, ରେଙ୍ଗାଳି ରାଇଟ କେନାଲ, ପ୍ରସ୍ତାବିତ ଦୁର୍ଗାପୁର କେନାଲ ଏଠାରେ ଅଛି। ମାତ୍ର ଦୀର୍ଘ ୨୩ ବର୍ଷର ଅପାରଗ ଶାସନ କାରଣରୁ ଇଞ୍ଚେ ଜମିରେ ଜଳସେଚନ ବ୍ୟବସ୍ଥା ହୋଇପାରିନାହିଁ। ସମାକୋଇ ଜଳସେଚନ ପ୍ରକଳ୍ପ ଆକାଶ କଇଁଆ ଚିଲିକା ମାଛ ଭଳି ହୋଇଛି। ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବା ସତ୍ତ୍ୱେ ଏଠାରେ ବିଜୁଳି ଶକ୍ତି ସଙ୍କଟ ରହିଛି। ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତୃତୀୟ ମହଲାର କେତେଜଣ ମୁଖ୍ୟମନ୍ତ୍ରୀଙ୍କ ନଁା ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି। ପ୍ରଶ୍ନ କଲେ ଦିନରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି ବୋଲି ସେ କହିଛନ୍ତି।
ଭାଜପା ସରକାର ସମୟରେ ଅନୁଗୋଳ ଜିଲା ଓଡ଼ିଶା ରାଜକୋଷକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି। ଏହାସତ୍ତ୍ୱେ ଅଞ୍ଚଳର ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଅନୁଗୋଳ ବିଶେଷ ଲାଭବାନ ହୋଇଛି। ଖଣିନୀତି ସଂସ୍କାରରୁ ଓଡ଼ିଶାକୁ ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ରାଜସ୍ବ ମିଳିଛି, ଯାହା ପୂର୍ବ ସରକାର ଅମଳରେ ମାତ୍ର ୫ ହଜାର କୋଟି ଥିଲା। ଓଡ଼ିଶାରେ ୨୦୨୩ ଜାନୁୟାରୀ ସୁଦ୍ଧା ଡିଏମ୍ଏଫ୍ ବାବଦରେ ୨୧ ହଜାର ୩୭୪ କୋଟି ଟଙ୍କା ଆଦାୟ ହୋଇଛି। କେନ୍ଦ୍ର ସରକାର ଉକ୍ତ ପାଣ୍ଠି ବିନିଯୋଗରେ ଖଣି ପ୍ରଭାବିତ ଅଞ୍ଚଳରେ ଜନକଲ୍ୟାଣକାରୀ କାର୍ଯ୍ୟ କରୁଛନ୍ତି। ଅନୁଗୋଳ-ସୁକିନ୍ଦା ରେଳଲାଇନ ସହ ରେଳ ଭିତ୍ତିଭୂମିକୁ ମଜଭୁତ୍ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କଣିହାଁସ୍ଥିତ ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କଂସମୁଣ୍ଡାସ୍ଥିତ ରାଧାକୃଷ୍ଣ ମନ୍ଦିର, ବଡ଼ଗୁଣ୍ଡୁରୀସ୍ଥିତ ମାଉସୀ ମା’ ମନ୍ଦିରରେ ଦିଅଁ ଦର୍ଶନ ସହ ପଦଯାତ୍ରାରେ ଯୋଗଦେଇଥିଲେ। ଏଥିସହ ନାଲ୍କୋନଗରରେ ସମ୍ବିଧାନ ପ୍ରଣେତା ଡ. ଭୀମାରାଓ ଆମ୍ବଡକରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନେତା କର୍ମୀ ଏଥିରେ ସାମିଲ ହୋଇଥିଲେ। ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଲିଙ୍ଗରାଜ ଦାସ, ଚନ୍ଦନ ସ୍ବରାଜ, ନୃସିଂହ ବରାଳ, ସୁଦୀପ ଗଡ଼ନାୟକ, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, ପ୍ରଶାନ୍ତ ନନ୍ଦ, ଦେବେନ୍ଦ୍ର ବାରିକ, ଲୋକନାଥ ସାହୁ, ଅଳକା ସାହୁ, ସରପଞ୍ଚ ରଞ୍ଜିତା ବେହେରା, ସସ୍ମିତା ଦଳେଇ, ଶ୍ରମିକ ନେତା ବିରଞ୍ଚତ୍ ସାହୁ, ସୁଶାନ୍ତ ସାମଲ, ସୁଲେନ୍ ଧର, ବିଏମ୍ଏସ ନେତା ରମେଶ ସାମଲ, ଜଗନ୍ନାଥ ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Posted inHome, Home Left, ଅନୁଗୋଳ, ଆମ ଜିଲା ଖବର View All
ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…
ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…
ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ
କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…
ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…
ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…
ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…
Archives

