କଥା ସେଫ୍ଟି ପିନ୍‌ର

ଆମେରିକୀୟ ମେକାନିକ୍‌ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍‌ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକଭାବେ ବେଶ୍‌ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ କରିବା ଲାଗି ସେ ଅନେକ ଉଦ୍ଭାବନ କରିଥିଲେ। ଆଉ ତା’ ମଧ୍ୟରେ ସେଫ୍ଟି ପିନ୍‌ ଥିଲା ଅନ୍ୟତମ। ଏହାକୁ ତିଆରି କରିବା ପରେ ସେ ଯେବେ ଅନୁଭବ କଲେ ଯେ, ଏହା ବହୁତ ଆବଶ୍ୟକୀୟ ଜିନିଷ ତାକୁ ପେଟେଣ୍ଟ କରାଇଲେ। କିନ୍ତୁ ପରେ କରଜ ଶୁଝିବା ଲାଗି ତାକୁ ବିକ୍ରି ବି କରିଦେଲେ। ଯେଉଁଥିପାଇଁ ସେ ୪୦୦ ଡଲାର ପାଇଥିଲେ।

ଉଦ୍ଭାବନ ପଛର କଥା: କୁହାଯାଏ ଓ୍ବାଲ୍ଟର ହଣ୍ଟଙ୍କ ପତ୍ନୀଙ୍କ ଡ୍ରେସ୍‌ର ବଟନ୍‌ ଛିଣ୍ଡି ଥରେ ଯାଇଥିଲା। ସେତେବେଳେ ଓ୍ବାଲ୍ଟର ଛୋଟିଆ ତାରଖଣ୍ଡେକୁ ମୋଡି ଏକ ଯୋଗାଡ କରିଥିଲେ, ଯାହାକି ବଟନ୍‌ ପରି କାମ କରିଥିଲା। ପରେ ସେ ସେହି ତାରରେ ଅଧିକ ଗବେଷଣା କରି ହାତ ଯେମିତି ଫୋଡି ନ ହୁଏ ସେଭଳି ଏକ ଡିଜାଇନ୍‌ କରି ଏହି ସେଫ୍ଟି ପିନକୁ ତିଆରି କଲେ। ସେତେବେଳେ ଏହାକୁ ‘ଡ୍ରେସ୍‌ ପିନ୍‌’ କୁହାଯାଉଥିଲା। ସମୟ ବଦଳିଲା। ହେଲେ ଏହାର ଆବଶ୍ୟକତା କମିଲା ନାହିଁ। ଏହା ଆଙ୍ଗୁଠିକୁ ସୁରକ୍ଷା ପ୍ରଦାନ କରୁଥିବାରୁ ପରେ ଏହାକୁ ‘ସେଫ୍ଟି ପିନ୍‌’ କୁହାଗଲା। ଏବେ ବି ଏହାର ମୁଖ୍ୟ କାମ ଡ୍ରେସ୍‌ ପିନ୍‌ କରିବା ଅଟେ। ଶାଢି, ସାଲଓ୍ବାର ସହ ଅନ୍ୟ ମଡର୍ଣ୍ଣ ଡ୍ରେସ୍‌ରେ ବି ଏହାକୁ ବ୍ୟବହାର କରାଯାଉଛି। ଏହାର ଉପଯୋଗିତା କମି ନ ଥିବାରୁ ଆଜିବି କୌଣସି କମ୍ପାନୀ ଏହାର ଡିଜାଇନ୍‌ରେ କିଛି ପରିବର୍ତ୍ତନ କରି ନାହାନ୍ତି। କେବଳ କିଛି କମ୍ପାନୀ ଶାଢୀ, ଡ୍ରେସ୍‌ ସହ ମ୍ୟାଚ୍‌ କଲାଭଳି କଲରଫୁଲ ସେଫ୍ଟି ପିନ୍‌ ତିଆରି କରୁଛନ୍ତି। ତା’ମାନେ ନୁହେଁ ଯେ, ଷ୍ଟିଲ୍‌ ସେଫ୍ଟି ପିନ୍‌ର ଚାହିଦା କମିଛି। ଏହାର ଚାହିଦା ଏବେବି ବେଶ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

+୩ ଶେଷ ବର୍ଷ ପରୀକ୍ଷାର ଫଳାଫଳ ପ୍ରକାଶ : ବିଶ୍ୱବିଦ୍ୟାଳୟ ର଼୍ୟାଙ୍କରେ ଗଞ୍ଜାମ କଲେଜର ୩ ପିଲା

ଗଞ୍ଜାମ, ୧୫।୫ (ଅନାଥ ତରାଇ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର +୩ ଶେଷ ବର୍ଷ ପରୀକ୍ଷାର ଫଳାଫଳରେ ଗଞ୍ଜାମ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri