Posted inଫୁରସତ

କଥା ମାଇକ୍ରୋଓ୍ବେଭ୍‌ର

୧୯୪୬ ମସିହାରେ ପର୍ସି ସ୍ପେନ୍ସର ନାମକ ଆମେରିକୀୟ ବୈଜ୍ଞାନିକ ନିଜ ରାଡାର ସେଟ୍‌ରେ କାମ କରୁଥାନ୍ତି। ଆଉ ତାଙ୍କୁ ଭୋକ ଲାଗିଲା। ତାଙ୍କର ମନେ ପଡିଲା ପକେଟ୍‌ରେ ଏକ ଚକୋଲେଟ୍‌ ବାର୍‌ ଥିଲା। ଚକୋଲେଟ୍‌କୁ ଆଣିବା ଲାଗି ପକେଟ୍‌ରେ ହାତ ପୂରାଇ ଦେଖିଲେ ତାହା ପୂରା ତରଳି ଯାଇଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆଶ୍ଚର୍ଯ୍ୟର କାରଣ ଏଇୟା ଥିଲା ଯେ, ସେ ଥିବା କୋଠରି ଗରମ ନ ଥିଲା। ତେବେ ତାହା ତରଳିଲା କେମିତି। ସ୍ପେନ୍ସର ବ୍ରିଟିଶ ସେନାର ରାଡାର ସେଟ୍‌ରେ କାମ କରୁଥିଲେ। ଆଉ ପାଖରେ ଥିଲା ମାଗ୍ନେଟ୍ରୋନ, ଯାହାର ପାଓ୍ବାର ରାଡାରକୁ ଚଲାଉଥିଲା। ସ୍ପେନ୍ସରଙ୍କ ସନ୍ଦେହ ହେଲା ମାଗ୍ନେଟ୍ରୋନର ଶକ୍ତିଶାଳୀ ସୂକ୍ଷ୍ମ କଣିକା ଲାଗି ଚକୋଲେଟ ତରଳିଲା। ତେବେ ତାହା ସତ ନା ମିଛ ଜାଣିବା ଲାଗି ସେ ମକା ଦାନାକୁ ମାଗ୍ନେଟ୍ରୋନ୍‌ ପାଖରେ ରଖିଲେ। ଅଳ୍ପ ସମୟ ଭିତରେ ମକାଦାନା ଫୁଟି ପପକର୍ନ ହୋଇଗଲା। ତା’ପରଦିନ ସେ ଏକ ଚା’ କେଟଲୀରେ ପାଣି ଭର୍ତ୍ତି କରି ସେଇ ସୂକ୍ଷ୍ମ କଣିକା ବା ମାଇକ୍ରୋଓ୍ବେଭରେ ଗରମ କଲେ। ଏହାପରେ କେଟଲୀରେ କିଛି ଅଣ୍ଡା ବି ରଖିଲେ। ଅଣ୍ଡା ଗରମ ହେଇ ସିଝିବା ସହ ଏକ ଅଣ୍ଡା ଫାଟି ଖୁବ୍‌ ଜୋର ଶବ୍ଦ ବି ହେଲା। ଏମିତି କି ତା’ର କିଛି ଅଂଶ ଛିଟ୍‌କି ପାଖରେ ଠିଆ ହେଇଥିବା ଜଣେ ସହଯୋଗୀଙ୍କ ମୁହଁରେ ଯାଇ ପଡିଲା। ଏହାପରେ ସ୍ପେନ୍ସରଙ୍କୁ ବିଶ୍ୱାସ ହୋଇଗଲା କି ସୂକ୍ଷ୍ମ ତରଙ୍ଗ ବା ମାଇକ୍ରୋଓ୍ବେଭରେ ଖାଦ୍ୟ ବେଶ୍‌ ଆରାମରେ ରୋଷେଇ ହୋଇପାରିବ। ଏହାପରେ ସ୍ପେନ୍ସର ଅଧ୍ୟୟନ ଜାରି ରଖିଲେ। ଆଉ ଜାଣିବାକୁ ପାଇଲେ ଯେ, ଖାଦ୍ୟରେ ମହଜୁଦ ଜଳଅଣୁକୁ ମାଇକ୍ରୋଓ୍ବେଭ ତୀବ୍ର ଗତିରେ ହଲାଇଥାଏ। ଏହି ହଲିବା ଦ୍ୱାରା ଉତ୍ତାପ ଶକ୍ତି ଉତ୍ପନ୍ନ ହୁଏ। ଏହି ଉତ୍ତାପ ସମ୍ପୂର୍ଣ୍ଣ ଖାଦ୍ୟକୁ ବ୍ୟାପି ଥାଏ। ତେବେ କଞ୍ଚା ଅଣ୍ଡା ଫାଟିଯାଏ କାରଣ ତା’ ମଧ୍ୟସ୍ଥ ପାଣି ବାମ୍ଫ ହୋଇ ଚାପ ପକାଏ। ହେଲେ ଶୁଖିଲା ଜିନିଷ ଉପରେ ମାଇକ୍ରୋଓ୍ବେଭର କୌଣସି ପ୍ରଭାବ ପଡ଼ି ନ ଥାଏ। ପରେ ସେ ଧାତୁର ବାକ୍ସ ସହ ହାଇ ଡେନ୍‌ସିଟି ଇଲେକ୍ଟ୍ରୋମାଗନେଟିକ୍‌ ଫିଲ୍ଡ ଜେନେରେଟର୍‌ ଯୋଡି ପ୍ରଥମ ମାଇକ୍ରୋଓ୍ବେଭ ଓଭନ ତିଆରି କରିଥିଲେ। ଅକ୍ଟୋବର ୮, ୧୯୪୫ରେ ଏହି ମାଇକ୍ରୋଓ୍ବେଭ୍‌କୁ ସେ ପେଟେଣ୍ଟ କରିଥିଲେ। ୧୯୪୭ରେ ତିଆରି ପ୍ରଥମ ମାଇକ୍ରୋଓ୍ବେଭ ଓଭନ ୬ ଫୁଟ ଉଚ୍ଚତା ଥିଲା ଓ ଓଜନ ୩୪୦ କିଲୋଗ୍ରାମ ଥିଲା। ଏହାର ଦାମ ୩୦୦୦ ଡଲାର ଥିଲା। ଏହାର ବଡ ଆକାର ପାଇଁ ଏହାକୁ କେବଳ ହୋଟେଲ, ରେଷ୍ଟୁରାଣ୍ଟ ଓ ରେଳ କ୍ୟାଟରିଙ୍ଗ୍‌ରେ ବ୍ୟବହାର ହେଉଥିଲା। ପ୍ରଥମ ମାଇକ୍ରୋଓ୍ବେଭର ଦୁଇ ଦଶକ ପରେ ଏଥିରେ ଅନେକ ସୁଧାର ଅଣାଯାଇଥିଲା। ଏହାର ମାଗ୍ନେଟ୍ରୋନର ଆକାର ଛୋଟ କରାଗଲା। ଏହାକୁ ଆହୁରି ସରଳ କରାଗଲା। ଆଉ ଓଭନ ପଛପଟେ ଲଗାଗଲା। ପାଇପ୍‌ରେ ମାଇକ୍ରୋଓ୍ବେଭ(ସୂକ୍ଷ୍ମ ତରଙ୍ଗ) ଆସି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ପହଞ୍ଚିଲା। ଫଳରେ ଏବେ ମାଇକ୍ରୋଓ୍ବେଭ ଓଭନ ଟିଭି ପରି ଛୋଟ ଆକାରରେ ଉପଲବ୍ଧ ହେଲା। ଏବେ ରୋଷେଇରେ ଏହା ମହିଳାଙ୍କୁ ଅନେକ ସାହାଯ୍ୟ କରୁଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ସ୍ପେନ୍ସର ସ୍କୁଲ ଶିକ୍ଷା ପୂର୍ଣ୍ଣ କରି ନ ଥିଲେ। ହେଲେ ସେ ରେଥିଓନ୍‌ ସଂସ୍ଥାରେ ଲଗାତାର ଗବେଷଣା କରି ୩୯ ବର୍ଷରେ ୧୨୦ଟି ପେଟେଣ୍ଟ ହାସଲ କରିଥିଲେ। ସେଥିମଧ୍ୟରେ ମାଇକ୍ରୋଓ୍ବେଭ ଦ୍ୱାରା ଖାଦ୍ୟ ପ୍ରସ୍ତୁତି ମେଶିନ୍‌ ଥିଲା ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri