Posted inଫୁରସତ

କଥା ଜିନ୍ସର

ଘରେ ହେଉକି ବାହାରେ, ଅଫିସ୍‌ ହେଉ ଅବା ପାର୍ଟି, ମହିଳା ହୁଅନ୍ତୁ କି ପୁରୁଷ, ଜିନ୍ସ ସବୁବେଳେ ସମସ୍ତଙ୍କର ପସନ୍ଦ। ଜିନ୍ସ କାହାକୁ ବି ଟ୍ରେଣ୍ଡି ଓ ଷ୍ଟାଇଲିସ୍‌ ଲୁକ୍‌ ଦେଇପାରେ। ତାସହ ଏହାର ବ୍ରାଣ୍ଡ ବ୍ୟକ୍ତିଙ୍କର ଷ୍ଟାଟସ୍‌କୁ ବି ଦର୍ଶାଇଥାଏ। ହେଲେ ଜାଣନ୍ତିକି ସମସ୍ତଙ୍କର ପ୍ରିୟ ଏହି ଜିନ୍ସର ଇତିହାସ କ’ଣ?

ଜିନ୍ସ ପ୍ୟାଣ୍ଟ ଯେତେବେଳେ ପ୍ରଥମେ ତିଆରି ହେଲା, ତାହା ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ ନ ଥିଲା ବରଂ ଗରିବ ମିସ୍ତ୍ରୀ ଓ ସୁନା ଖଣିରେ କାମ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ୧୮୭୩ ମସିହାରେ ଜ୍ୟାକବ୍‌ ଡେଭିସ୍‌ , ଯେକି ଟେଲର୍‌ ଥିଲେ ଏବଂ ସାନ୍‌ଫ୍ରାନ୍ସିସ୍କୋର କପଡା ବିକ୍ରେତା ଲିଭାଏ ଷ୍ଟ୍ରସ୍‌ ମିଳିତଭାବେ ଜିନ୍ସ ତିଆରି କରିଥିଲେ। ସେତେବେଳେ ମୁଲିଆ ମଜୁରି ଲାଗୁଥିବା ଲୋକଙ୍କର କପଡା ଶୀଘ୍ର ଫାଟି ଯାଉଥିଲା। କାରଣ ସେମାନେ ପକେଟ୍‌ରେ ନିଜର କିଛି ହତିଆର୍‌କୁ ବି ପକେଟ୍‌ରେ ରଖୁଥିଲେ। ତେଣୁ ସେମାନଙ୍କୁ ଏଭଳି କପଡାର ଆବଶ୍ୟକତା ଥିଲା ଯାହା ମଜଭୁତ ହେବା ସହ ଶୀଘ୍ର ଫାଟୁ ନ ଥିବ। ଏହାକୁ ନଜରରେ ରଖି ଆଜିକାର ଲୋକପ୍ରିୟ ଲିଭାଇସ୍‌ ଜିନ୍ସର ମାଲିକ ଲିଭାଏ ଏହି ମଜଭୁତ କପଡା ତିଆରି କରିଥିଲେ। ଆଉ ଜ୍ୟାକ୍‌ବଙ୍କ ସାହାଯ୍ୟରେ ସେଥିରେ ପ୍ୟାଣ୍ଟ ତିଆରି କଲେ। ହେଲେ ମଜାର କଥା ଯେହେତୁ ଜିନ୍ସ ଗରିବଙ୍କ ପାଇଁ ତିଆରି ହୋଇଥିଲା ସେଥିପାଇଁ ଲିଭାଏ କେବେ ବି ତାକୁ ପିନ୍ଧି ନ ଥିଲେ। ଗବେଷକଙ୍କ ମତରେ ଇଟାଲିର ଜେନୋଆ ଓ ଫ୍ରାନ୍ସର ନାଇମ୍‌ସରେ ପ୍ରଥମେ ଜିନ୍ସ ଫ୍ୟାବ୍ରିକ୍‌ ତିଆରି ଆରମ୍ଭ ହୋଇଥିଲା। ଜିଓନାର ଫ୍ରେଞ୍ଚ ଶବ୍ଦ ହେଉଛି ଜିନେସ୍‌। କୁହାଯାଏ ‘ଜିନେସ୍‌’ରୁ ‘ଜିନ୍ସ’ ଶବ୍ଦ ଆସିଥାଇପାରେ। ସେହିଭଳି ‘ଡେନିମ୍‌’ ଶବ୍ଦଟି ଫ୍ରେଞ୍ଚ ସିଟି ‘ନାଇମ୍‌’ରୁ ଆସିଛି। ଆଉ De Nimes ଡି ନାଇମ୍‌ ଅର୍ଥ ହେଉଛି ‘ଫ୍ରମ୍‌ ନାଇମ୍‌ସ’।

ପ୍ରଥମେ ନୀଳରଙ୍ଗର ଜିନ୍ସ ଏଇଥିପାଇଁ ତିଆରି କରାଯାଇଥିଲା କାରଣ ଧୂଳି ଓ ମଇଳାକୁ ଏହା ବେଶ୍‌ ଭଲଭାବେ ଲୁଚାଇପାରେ। ବେଶ୍‌ ମଜଭୁତ ଏହି ଜିନ୍ସକୁ ପରେ ଆମେରିକୀୟ ସୈନ୍ୟମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଡ୍ୟୁଟିରେ ନ ଥିବାବେଳେ ବି ପିନ୍ଧୁଥିଲେ। ଯଦ୍ୱାରା ଏହା ଲୋକଙ୍କ ଭିତରେ ଅଧିକ ଲୋକପ୍ରିୟ ହେଇଗଲା। ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ପ୍ରଥମେ ୧୯୩୪ରେ ତିଆରି ହୋଇଥିଲା। ନୀଳରଙ୍ଗର ଏହି ଜିନ୍ସକୁ ଲଞ୍ଚ କରିବା ପରେ ପ୍ରଚାର ପାଇଁ ବିଭିନ୍ନ ଯାଗାରେ ଏହାର ପୋଷ୍ଟର ଲଗାଯାଇଥିଲା। ଏହି ଜିନ୍ସର ବିଶେଷତ୍ୱ ଏହା ଥିଲା ଯେ, ଏଥିରେ ଜିପ୍ସ ସାଇଡ୍‌ରେ ନ ଥିଲା। ବରଂ ପୁରୁଷଙ୍କ ଜିନ୍ସ ପରି ସାମ୍‌ନା ପଟେ ଥିଲା। ତେଣୁ ଅନେକ ପୁରୁଷ ଏହାକୁ ବିରୋଧ କରିଥିଲେ। ଏହି ବିରୋଧ ସତ୍ତ୍ୱେ ଲିଭାଇସ୍‌ କମ୍ପାନୀ ଏହି ଜିନ୍ସ ତିଆରି କରିବା ଜାରି ରଖିଥିଲା। ଆଉ ସମୟକ୍ରମେ ଏହା ମହିଳାମାନଙ୍କର ପ୍ରିୟ ଜିନ୍ସ ପାଲଟିଗଲା। ପରେ ରିବେଲ ଉଇଥ ଆଉଟ୍‌ ଏ କଜ୍‌ ମୁଭିରେ ଅଭିନେତା ଜେମ୍ସ ଡିନ୍‌ ଜିନ୍ସ ପିନ୍ଧି ଯୁବଗୋଷ୍ଠି ମଧ୍ୟରେ ଏହାକୁ ଲୋକପ୍ରିୟ କରାଇଥିଲେ। ୧୯୭୦ ବେଳକୁ ୟୁନାଇଟେଡ୍‌ ଷ୍ଟେଟ୍‌ସରେ ଏହା ବେଶ୍‌ ଲୋକପ୍ରିୟ ହୋଇଯାଇଥିଲା। ଆଉ ଧୀରେ ଧୀରେ ଏହା ସାରା ପୃଥିବୀରେ ଲୋକପ୍ରିୟ ହେବାକୁ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri