Posted inଫୁରସତ

କଥା ଜିନ୍ସର

ଘରେ ହେଉକି ବାହାରେ, ଅଫିସ୍‌ ହେଉ ଅବା ପାର୍ଟି, ମହିଳା ହୁଅନ୍ତୁ କି ପୁରୁଷ, ଜିନ୍ସ ସବୁବେଳେ ସମସ୍ତଙ୍କର ପସନ୍ଦ। ଜିନ୍ସ କାହାକୁ ବି ଟ୍ରେଣ୍ଡି ଓ ଷ୍ଟାଇଲିସ୍‌ ଲୁକ୍‌ ଦେଇପାରେ। ତାସହ ଏହାର ବ୍ରାଣ୍ଡ ବ୍ୟକ୍ତିଙ୍କର ଷ୍ଟାଟସ୍‌କୁ ବି ଦର୍ଶାଇଥାଏ। ହେଲେ ଜାଣନ୍ତିକି ସମସ୍ତଙ୍କର ପ୍ରିୟ ଏହି ଜିନ୍ସର ଇତିହାସ କ’ଣ?

ଜିନ୍ସ ପ୍ୟାଣ୍ଟ ଯେତେବେଳେ ପ୍ରଥମେ ତିଆରି ହେଲା, ତାହା ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ ନ ଥିଲା ବରଂ ଗରିବ ମିସ୍ତ୍ରୀ ଓ ସୁନା ଖଣିରେ କାମ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ୧୮୭୩ ମସିହାରେ ଜ୍ୟାକବ୍‌ ଡେଭିସ୍‌ , ଯେକି ଟେଲର୍‌ ଥିଲେ ଏବଂ ସାନ୍‌ଫ୍ରାନ୍ସିସ୍କୋର କପଡା ବିକ୍ରେତା ଲିଭାଏ ଷ୍ଟ୍ରସ୍‌ ମିଳିତଭାବେ ଜିନ୍ସ ତିଆରି କରିଥିଲେ। ସେତେବେଳେ ମୁଲିଆ ମଜୁରି ଲାଗୁଥିବା ଲୋକଙ୍କର କପଡା ଶୀଘ୍ର ଫାଟି ଯାଉଥିଲା। କାରଣ ସେମାନେ ପକେଟ୍‌ରେ ନିଜର କିଛି ହତିଆର୍‌କୁ ବି ପକେଟ୍‌ରେ ରଖୁଥିଲେ। ତେଣୁ ସେମାନଙ୍କୁ ଏଭଳି କପଡାର ଆବଶ୍ୟକତା ଥିଲା ଯାହା ମଜଭୁତ ହେବା ସହ ଶୀଘ୍ର ଫାଟୁ ନ ଥିବ। ଏହାକୁ ନଜରରେ ରଖି ଆଜିକାର ଲୋକପ୍ରିୟ ଲିଭାଇସ୍‌ ଜିନ୍ସର ମାଲିକ ଲିଭାଏ ଏହି ମଜଭୁତ କପଡା ତିଆରି କରିଥିଲେ। ଆଉ ଜ୍ୟାକ୍‌ବଙ୍କ ସାହାଯ୍ୟରେ ସେଥିରେ ପ୍ୟାଣ୍ଟ ତିଆରି କଲେ। ହେଲେ ମଜାର କଥା ଯେହେତୁ ଜିନ୍ସ ଗରିବଙ୍କ ପାଇଁ ତିଆରି ହୋଇଥିଲା ସେଥିପାଇଁ ଲିଭାଏ କେବେ ବି ତାକୁ ପିନ୍ଧି ନ ଥିଲେ। ଗବେଷକଙ୍କ ମତରେ ଇଟାଲିର ଜେନୋଆ ଓ ଫ୍ରାନ୍ସର ନାଇମ୍‌ସରେ ପ୍ରଥମେ ଜିନ୍ସ ଫ୍ୟାବ୍ରିକ୍‌ ତିଆରି ଆରମ୍ଭ ହୋଇଥିଲା। ଜିଓନାର ଫ୍ରେଞ୍ଚ ଶବ୍ଦ ହେଉଛି ଜିନେସ୍‌। କୁହାଯାଏ ‘ଜିନେସ୍‌’ରୁ ‘ଜିନ୍ସ’ ଶବ୍ଦ ଆସିଥାଇପାରେ। ସେହିଭଳି ‘ଡେନିମ୍‌’ ଶବ୍ଦଟି ଫ୍ରେଞ୍ଚ ସିଟି ‘ନାଇମ୍‌’ରୁ ଆସିଛି। ଆଉ De Nimes ଡି ନାଇମ୍‌ ଅର୍ଥ ହେଉଛି ‘ଫ୍ରମ୍‌ ନାଇମ୍‌ସ’।

ପ୍ରଥମେ ନୀଳରଙ୍ଗର ଜିନ୍ସ ଏଇଥିପାଇଁ ତିଆରି କରାଯାଇଥିଲା କାରଣ ଧୂଳି ଓ ମଇଳାକୁ ଏହା ବେଶ୍‌ ଭଲଭାବେ ଲୁଚାଇପାରେ। ବେଶ୍‌ ମଜଭୁତ ଏହି ଜିନ୍ସକୁ ପରେ ଆମେରିକୀୟ ସୈନ୍ୟମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଡ୍ୟୁଟିରେ ନ ଥିବାବେଳେ ବି ପିନ୍ଧୁଥିଲେ। ଯଦ୍ୱାରା ଏହା ଲୋକଙ୍କ ଭିତରେ ଅଧିକ ଲୋକପ୍ରିୟ ହେଇଗଲା। ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ପ୍ରଥମେ ୧୯୩୪ରେ ତିଆରି ହୋଇଥିଲା। ନୀଳରଙ୍ଗର ଏହି ଜିନ୍ସକୁ ଲଞ୍ଚ କରିବା ପରେ ପ୍ରଚାର ପାଇଁ ବିଭିନ୍ନ ଯାଗାରେ ଏହାର ପୋଷ୍ଟର ଲଗାଯାଇଥିଲା। ଏହି ଜିନ୍ସର ବିଶେଷତ୍ୱ ଏହା ଥିଲା ଯେ, ଏଥିରେ ଜିପ୍ସ ସାଇଡ୍‌ରେ ନ ଥିଲା। ବରଂ ପୁରୁଷଙ୍କ ଜିନ୍ସ ପରି ସାମ୍‌ନା ପଟେ ଥିଲା। ତେଣୁ ଅନେକ ପୁରୁଷ ଏହାକୁ ବିରୋଧ କରିଥିଲେ। ଏହି ବିରୋଧ ସତ୍ତ୍ୱେ ଲିଭାଇସ୍‌ କମ୍ପାନୀ ଏହି ଜିନ୍ସ ତିଆରି କରିବା ଜାରି ରଖିଥିଲା। ଆଉ ସମୟକ୍ରମେ ଏହା ମହିଳାମାନଙ୍କର ପ୍ରିୟ ଜିନ୍ସ ପାଲଟିଗଲା। ପରେ ରିବେଲ ଉଇଥ ଆଉଟ୍‌ ଏ କଜ୍‌ ମୁଭିରେ ଅଭିନେତା ଜେମ୍ସ ଡିନ୍‌ ଜିନ୍ସ ପିନ୍ଧି ଯୁବଗୋଷ୍ଠି ମଧ୍ୟରେ ଏହାକୁ ଲୋକପ୍ରିୟ କରାଇଥିଲେ। ୧୯୭୦ ବେଳକୁ ୟୁନାଇଟେଡ୍‌ ଷ୍ଟେଟ୍‌ସରେ ଏହା ବେଶ୍‌ ଲୋକପ୍ରିୟ ହୋଇଯାଇଥିଲା। ଆଉ ଧୀରେ ଧୀରେ ଏହା ସାରା ପୃଥିବୀରେ ଲୋକପ୍ରିୟ ହେବାକୁ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri