Posted inଖେଳ

ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମୁଣ୍ଡର ୩୦ ହାଡ: ଏବେ ଅଲିମ୍ପିକ୍ସରେ ଜିତିଲେ ପଦକ

ବେଜିଂ,୧୦।୨: ଶୀତକାଳୀନ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ସ୍କିଙ୍ଗ ବିଗ୍‌ ଏୟାର ଇଭେଣ୍ଟରେ ଆମେରିକାର କଲବି ଷ୍ଟିଭେନ୍ସନ ରୌପ୍ୟ ପଦକ ଜିତିଛନ୍ତି। ୨୪ ବର୍ଷୀୟା ଅଲିମ୍ପିକ୍ସରେ ଖେଳିବା ଏବଂ ଜିତିବା ଏକ ଚମତ୍କାର ବୋଲି ବିବେଚନା କରାଯାଉଛି। ଷ୍ଟିଭେନ୍ସନଙ୍କ କହିବାନୁସାରେ, ୨୦୧୬ରେ ଏକ ସଡ଼କ ଦୁର୍ଘଟଣାରେ ମୋର ମୁଣ୍ଡରେ ୩୦ଟି ହାଡ ଭାଙ୍ଗିଯାଇଥିଲା। ଏଥିସହିତ ନାକ ଏବଂ ଆଖିରେ ଗଭୀର ଆଘାତ ଲାଗିଥିଲା। ସେତେବେଳେ ଭାବୁଥିଲି ମୁଁ ଆଉ ବଞ୍ଚିବି ନାହିଁ। କାରଣ ମୁଁ ଅସହ୍ୟ ଯନ୍ତ୍ରଣା ଏବଂ ଉଦାସୀନତା ସହିତ ସଂଗ୍ରାମ କରୁଥିଲି। କିନ୍ତୁ ସେହି ଦୁର୍ଘଟଣାରୁ ମୁକ୍ତି ପାଇବା ଏବଂ ୨୦୨୨ ଅଲିମ୍ପିକ୍ସରେ ଯୋଗଦେବା ଏବଂ ରୌପ୍ୟ ପଦକ ଜିତିବା ମୋ ପାଇଁ ଏକ ଚମତ୍କାର। ଏହି ପ୍ରତିଯୋଗିତାରେ ନରୱେର ବିର୍କ ରୁଡ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଷ୍ଟିଭେନ୍ସନ କହିଛନ୍ତି, ଦୁର୍ଘଟଣାର ପାଞ୍ଚ ମାସ ପରେ ଖେଳକୁ ଫେରିଥିଲେ, କିନ୍ତୁ ସେହି ସମୟ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଖେଳ ପାଇଁ ନିଜକୁ କିପରି ପ୍ରସ୍ତୁତ କରିବି ମୋର ଆତ୍ମବିଶ୍ୱାସ ନ ଥିଲା। ସେହି ସମୟରେ ସବୁକିଛି ଭୁଲି ମୁଁ ଆଗକୁ ଯାଇ ମୋର ସ୍ବପ୍ନକୁ ସାକାର କଲି। ଆଜି ମୁଁ ପୋଡିୟମରେ ଆପଣଙ୍କ ସାମ୍ନାରେ ଛିଡା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri