ପ୍ରହସନ ପାଲଟିଛି ପଲିଥିନ କଟକଣା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆସନ୍ତା ଜୁଲାଇ ୧ରୁ ସମଗ୍ର ଦେଶରେ ଥରେ ବ୍ୟବହୃତ (ସିଙ୍ଗଲ୍‌ ୟୁଜ୍‌) ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ନିଷେଧ କରାଯିବ। ରାଜ୍ୟରେ ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ପରିବହନ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ ଇତ୍ୟାଦି ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ଥାଳିଆ, ପାଣି ପାଉଚ, ପ୍ଲାଷ୍ଟିକ ପତାକା, ଛୁରି, ଷ୍ଟ୍ର, ନିମନ୍ତ୍ରଣ ପତ୍ର, ୧୦୦ ମାଇକ୍ରନରୁ କମ୍‌ ମୋଟେଇ ପିଭିସି ବ୍ୟାନର, ମିଠା ପ୍ୟାକେଟ ଆଦି ସାମଗ୍ରୀକୁ ନିଷେଧ କରାଯିବ। ସେହିପରି ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦିରେ ମଧ୍ୟ ସେଭଳି ସାମଗ୍ରୀ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ଏ ନେଇ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ ବଦଳରେ ପରିବେଶକୁ ଖାପ ଖୁଆଇବା ଏବଂ ନଷ୍ଟ ହୋଇପାରୁଥିବା ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ସିପିସିବି ପକ୍ଷରୁ ଅନୁରୋଧ କରାଯାଇଛି।
ନିଷେଧ ହୋଇଥିବା ସାମଗ୍ରୀକୁ ବ୍ୟବହାର କଲେ ୫୦୦ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଘରେ କିମ୍ବା ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ସେହିପରି ଯଦି କୌଣସି ସଂସ୍ଥାରୁ ନିଷେଧ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମିିଳିବ ସମ୍ପୃକ୍ତ ସଂସ୍ଥାକୁ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଏହି ଜରିମାନା ଧାର୍ଯ୍ୟ କରାଯିବ। ସ୍ଥାନୀୟ ପୌର ସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ଜରିଆରେ ଏଭଳି ଜରିମାନା ଆଦାୟ କରାଯିବ। ସମଗ୍ର ରାଜ୍ୟରେ ଜୁଲାଇ ପହିଲାରୁ ଏହି କଟକଣା ଜାରି କରାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୦୧୮ ଅକ୍ଟୋବର ୨ରୁ ୫ ମହାନଗର ନିଗମ(ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର)ରେ ପଲିଥିନ ଉପରେ କଟକଣା ଜାରି କରିଥିଲେ। ୨୦୧୯ ଅକ୍ଟୋବର ୨ରୁ ସମସ୍ତ ସହରାଞ୍ଚଳରେ ଏହାକୁ ନିଷେଧ କରାଯାଇଛି। କଟକଣା ଜାରି ହେବା ପରେ କୁହାଯାଇଥିଲା ଯେକୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହା ଦ୍ୱାରା ଜାଣିକରି ହେଉ କିମ୍ବା ଅନ୍ୟ ମାଧ୍ୟମରେ ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ପରିବହନ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ କରିପାରିବେ ନାହିଁ। ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ, ୨୦୦ ମିଲିଲିଟରରୁ କମ୍‌ ପାଣି ବୋତଲ, ଥର୍ମୋକୁଲ, ସାଜସଜ୍ଜା ପାଇଁ ବ୍ୟବହୃତ ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହାସତ୍ତ୍ୱେ ସହରାଞ୍ଚଳଗୁଡ଼ିକରେ ଅବାଧରେ ପଲିଥିନ ଓ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ବହୁଳ ମାତ୍ରାରେ ବଢ଼ିଚାଲିଛି। ବିଡ଼ମ୍ବନା ଯେ ପୌର ସଂସ୍ଥା କର୍ତ୍ତୃପକ୍ଷ କିମ୍ବା ଏସ୍‌ପିସିବି କଟକଣା ଉପରେ ନଜର ଦେଉ ନ ଥିବାରୁ ୩ ବର୍ଷ ପରେ ମଧ୍ୟ ସହରାଞ୍ଚଳରେ ପଲିଥିନ ଭରା ହୋଇ ରହିଛି।
ପରିବା ବ୍ୟବସାୟ କରୁଥିବା ରତ୍ନାକର ନାୟକ କହିଛନ୍ତି ଯେ ସରକାର ପଲିଥିନ ନିଷେଧ କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ହେଲେ ଆମ ପାଖକୁ ଅଧିକାଂଶ ଗରାଖ ଖାଲି ହାତରେ ଆସୁଛନ୍ତି। ଯଦି ପଲିଥିନ ନାହିଁ ତେବେ ସେମାନେ ଅନ୍ୟ ଜାଗାରୁ ନେଉଛନ୍ତି। ବାଧ୍ୟ ହୋଇ ଆମକୁ ରଖିବାକୁ ପଡୁଛି। ସରକାର ପଲିଥିନ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। ନଚେତ୍‌ ପଲିଥିନ ବ୍ୟବହାର ବନ୍ଦ ହୋଇପାରିବ ନାହିଁ। କ୍ୟାଟରିଂ ବ୍ୟବସାୟ କରୁଥିବା ପ୍ରମୋଦ ସାହୁ କହିଛନ୍ତି, ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ପରିବେଶ ପାଇଁ କ୍ଷତିକାରକ। ମାତ୍ର ଏହାର ବିକଳ୍ପ ନ ଥିବା ଏବଂ ଶସ୍ତାରେ ଉପଲବ୍ଧ ହେଉଥିବାରୁ ଏହାକୁ ଆମେ ବ୍ୟବହାର କରୁଛୁ। ଏହା ବଦଳରେ ବଜାରରେ ବିକଳ୍ପ ବ୍ୟବସ୍ଥା କରାଗଲେ ପ୍ଲାଷ୍ଟିକ ବ୍ୟବହାର କମିପାରିବ। ରାଜ୍ୟ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି ଯେ ୨୦୧୯ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ପଲିଥିନ ଓ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ଉପରେ କଟକଣା ରହିଛି। ବ୍ୟବହାରକାରୀଙ୍କ ଉପରେ ଜରିମାନା କରାଯିବା ସହ ସ୍ବତନ୍ତ୍ର ସ୍କ୍ବାଡ ଜରିଆରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଆସନ୍ତା ଜୁଲାଇ ପହିଲାରୁ ସାରା ରାଜ୍ୟରେ ଏହି କଟକଣା ଲାଗୁ କରାଯିବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ଜିଲାକୁ ଗାଇଡ୍‌ଲାଇନ ପଠାଇ ଦିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିବାକୁ କୁହାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri