Categories: ଜାତୀୟ

ସାଦା ପୋଷାକରେ ଭାରତ ସୀମାରେ ପ୍ରବେଶ କଲେ ଚାଇନା ସେନା!

ଲଦ୍ଦାଖ,୨୧ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଚାଲିଥିଲେ ବି ଚାଇନା ସେନା ସବୁବେଳେ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ କେତେଜଣ ଚାଇନା ସେନା ସାଦା ପୋଷାକରେ ଭାରତର ଲଦ୍ଧାଖ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ଅନୁଯାୟୀ, ଏହି ଘଟଣା ଲେହର ୧୩୫ କିଲୋମିଟର ପୂର୍ବରେ ଥିବା ନ୍ୟୋମା ଅଞ୍ଚଳର ଚାନତାଂଜ ଗାଁରେ ଘଟିଥିବା ଜଣାପଡିଛି । ତେବେ ସେମାନେ ଭାରତ ଭିତରକୁ ବେଶି ବାଟ ପ୍ରବେଶ କରିପାରି ନାହାନ୍ତି । କାରଣ ସେମାନଙ୍କ ଅନୁପ୍ରବେଶ ଜଣାପଡିବା ପରେ ଆଇଟିବିପି ଯବାନ ଓ ସ୍ଥାନୀୟ ଲୋକେ ତାଙ୍କୁ ପଛକୁ ହଟାଇ ଦେଇଛନ୍ତି । ହେଲେ ଭାରତୀୟ ସେନା ବା ଆଇଟିବିପି ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଉକ୍ତ ଘଟଣାର ଏକ ଭିଡିଓ ଶେୟାର କରିଥିବା କୁହାଯାଉଛି ।

Share