Categories: ଜାତୀୟ

ନକ୍ସଲଙ୍କ ଆଇଡି ବିସ୍ଫୋରଣ: ଆଇଟିବିପି ଯବାନ ଶହୀଦ

ରାୟପୁର,୧୪।୩: ପୁଣି ଥରେ ନକ୍ସଲମାନଙ୍କ ଭୟଭୀତ କାର୍ଯ୍ୟ ସାମ୍ନାକୁ ଆସିଛି। ଛତିଶଗଡର ନାରାୟଣପୁରରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଅଧିକାରୀ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ ଜଣେ ହେଡ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ବିମାନ ଉଡ଼ାଣ କରାଯାଇ ରାୟପୁରକୁ ଚିକିତ୍ସା ପାଇଁ ପଠାଯାଇଛି।
ନାରାୟଣପୁର ଏସପି ସଦାନନ୍ଦ କୁମାର କହିଛନ୍ତି, ସୋମବାର ଆଇଟିବିପି ଯବାନମାନେ ପାଟ୍ରୋଲିଂ ପାଇଁ ବାହାରକୁ ଯାଇଥିଲେ। ନକ୍ସଲମାନେ ସୋନାପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଆଇଡି ଲଗାଇଥିଲେ। ଯବାନମାନେ ଏହାର ଶିକାର ହୋଇଥିଲେ। ଏହି ବିସ୍ଫୋରଣରେ ଏସଆଇ ରାଜେନ୍ଦ୍ର କୁମାର ଶହୀଦ ହୋଇଥିବାବେଳେ କନଷ୍ଟେବଳ ମହେଶ କୁମାର ଆହତ ହୋଇଥିବାବେଳେ।
ଏହାପୂର୍ବରୁ ମାର୍ଚ୍ଚ ୧୩ରେ ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜଲାରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଜିଲା ରିଜର୍ଭ ଗାର୍ଡ କର୍ମଚାରୀ ଆହତ ହୋଇଥିଲେ।

Share