୩୦ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କଲା ଇଟାଲୀ …

ରୋମ୍‌/ମସ୍କୋ, ୫।୪ : ସୁରକ୍ଷା ଦୃଷ୍ଟିରୁ ଇଟାଲୀ ୩୦ ଜଣ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କରିଛି। ୟୁକେନ୍‌ ଉପରେ ରୁଷିଆ ଆକ୍ରମଣ ପରେ କେତେକ ପାଶ୍ଚାତ୍ୟ ଦେଶ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଇଟାଲୀ ମଧ୍ୟ ସେଭଳି କରିଛି।

ନ୍ୟୁଜ୍‌ ଏଜେନ୍ସି ଟାସ୍‌ରେ ପ୍ରକାଶିତ ହୋଇଛି ଯେ ଇଟାଲୀର ବିଦେଶମନ୍ତ୍ରୀ ଲୁଇଗି ଡି ମାଓ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ପୋଲାଣ୍ଡ ୪୫ ରୁଷୀୟ ରାଜନେତାଙ୍କୁ ଗୁପ୍ତଚରୀ ଅଭିଯୋଗରେ ଦେଶରୁ ବାହାର କରିଦେଇଥିଲା।

ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରୁଷିଆ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ମାରିଆ ଜଖାରୋଓ୍ବା କହିଛନ୍ତି ଯେ, ଏହାର ଉଚିତ ଜବାବ ଦିଆଯିବ।

Share