‘ସ୍ତ୍ରୀଙ୍କ ସହଯୋଗ ବିନା ଏହା ସମ୍ଭବ ନ ଥିଲା’

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍‌) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାର ସୁଦେବ କୁମାର ପୃଷ୍ଟି ରାଜ୍ୟରେ ଟପ୍ପର ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ବାୟୁ ସେନାରେ ଜାହାଜ ଟେକ୍ନିସିଆନ ଭାବେ କାର୍ଯ୍ୟରତ। ଚାକିରି ଜୀବନ ସହ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପାଠ ପଢ଼ି ସଫଳତା ପାଇପାରିଛନ୍ତି। ତାଙ୍କର ଏହି ସଫଳତା ସମ୍ପର୍କରେ ସେ ଯାହା କୁହନ୍ତି…
ପ୍ରଶ୍ନ-ଆପଣ ରାଜ୍ୟରେ ପ୍ରକାଶିତ ଓସିଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି, କ’ଣ କହିବେ?
ଉତ୍ତର-ମୁଁ କେବେ ଟପ୍ପର ହେବି ବୋଲି ସ୍ବପ୍ନରେ ବି ଭାବି ନ ଥିଲି। ଏହା ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଙ୍କ କୃପା ବୋଲି ମୁଁ ଭାବୁଛି।
ପ୍ରଶ୍ୱ-ଏୟାରଫୋର୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଚାକିରି କରି କିଭଳି ପ୍ରସ୍ତୁତି କରୁଥିଲେ?
ଉତ୍ତର-ଏୟାରଫୋର୍ସର ଗୁଆହାଟୀ ତେଜପୁର ଏୟାରଫୋର୍ସରେ ମୁଁ ବର୍ତ୍ତମାନ ଜାହାଜ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଛି। ଏ ପଦବୀରେ ଥାଇ ସମୟ ବାହାର କରି ପାଠ ପଢ଼ିବା ମୋ ପାଇଁ ଅନେକ ଚ୍ୟାଲେଞ୍ଜ ଥିଲା।
ପ୍ରଶ୍ନ-ସଫଳତାର ଶ୍ରେୟ କାହାକୁ ଦେବେ?
ଉତ୍ତର-ମା’, ବାପା, ସ୍ତ୍ରୀ ଓ ସାଙ୍ଗଙ୍କ ପ୍ରେରଣା ମୋତେ ଆଜି ଏଠାରେ ପହଞ୍ଚାଇଛି। ମୋ ସ୍ତ୍ରୀ ମୋତେ ସହଯୋଗ ନ କରିଥିଲେ ମୁଁ ପାଠ ପଢ଼ିପାରି ନ ଥାନ୍ତି। ତାଙ୍କ ସହଯୋଗ ବିନା ଏ ସଫଳତା ସମ୍ଭବ ନ ଥିଲା।
ପ୍ରଶ୍ନ-ଆପଣ ଏଥିପାଇଁ କୌଣସି କୋଚିଂ ନେଉଥିଲେ କି?
ଉତ୍ତର-ନା ଏଥିପାଇଁ ମୁଁ ବିଧିବଦ୍ଧ ଭାବେ କୌଣସି କୋଚିଂ ନେଇନାହିଁ। ତେବେ ଭୁବନେଶ୍ୱରର ଏକ କୋଚିଂ ସେଣ୍ଟରର ଅଶୋକ ପଣ୍ଡା ଓ ଦୀପକ ସ୍ବାଇଁ ସାର୍‌ଙ୍କ ଗାଇଡ୍‌ରେ ପାଠ ପଢ଼ୁଥିଲି।
ପ୍ରଶ୍ନ-ବର୍ତ୍ତମାନର ଛାତ୍ର ଓ ଯୁବପିଢ଼ିଙ୍କୁ କ’ଣ କହିବେ?
ଉତ୍ତର-ସବୁ ସଫଳତା ପଛରେ କଠିନ ପରିଶ୍ରମ ଦରକାର। ବର୍ତ୍ତମାନ ଯୁବପିଢ଼ି ମୋବାଇଲମନସ୍କ ନ ହୋଇ ପଠନମନସ୍କ ହେବା ଦରକାର। ଏଥିପ୍ରତି ମା’ ବାପା ଗୁରୁତ୍ୱ ଦେବା ଆବଶ୍ୟକ।
ପ୍ରଶ୍ନ- ଚାକିରିରେ ଯୋଗଦେଲେ କେଉଁ ଦିଗ ପ୍ରତି ପ୍ରାଥମିକତା ଦେବେ?
ଉତ୍ତର- ଏୟାରଫୋର୍ସରେ ମୋର ଆଉ ୨ ବର୍ଷ ଚାକିରି। ଏହା ଏକ ଶୃଙ୍ଖଳିତ କାର୍ଯ୍ୟ। ଏଣୁ ମୁଁ ଭିଆରଏସ୍‌ ନେଇ ଓଡ଼ିଶା ପ୍ରଶାସନିକ ସେବା ଚାକିରିରେ ଯୋଗଦେବି। ପିଲାବେଳୁ ମୁଁ ଓ ଆମ ପରିବାର ଅଭାବରେ ଗତି କରିଛୁ। ଏଣୁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଲୋକଙ୍କ କାର୍ଯ୍ୟ କିଭଳି ଗୋଟିଏ ଦିନରେ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବି। ଏଥିସହ ବୃତ୍ତିରେ ସ୍ବଚ୍ଛତା ଅବଲମ୍ବନ କରିବି।
ପ୍ରଶ୍ନ-ବହୁ ଅଫିସରଙ୍କ ଘରେ ଭିଜିଲାନ୍ସ, ଇଡି ଚଢ଼ାଉ ହେଉଛି। ସେ ବିଷୟରେ କ’ଣ କହିବେ?
ଉତ୍ତାର-ମଣିଷ ମଣିଷ ଭିତରେ ପାର୍ଥକ୍ୟ ରହିବ। ବହୁ ଭଲ ଅଫିସର ମଧ୍ୟ କାର୍ଯ୍ୟ କରୁଛନ୍ତି। କେତେକ ଭଲ ଲୋକଙ୍କ ପାଇଁ ସୃଷ୍ଟି ବଞ୍ଚତ୍ଛି। ମୁଁ ଦୁର୍ନୀତିକୁ ପ୍ରଶ୍ରୟ ଦେବି ନାହିଁ।

– ସାକ୍ଷାତକାର: ବୀରକିଶୋର ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri