Posted inଜାତୀୟ

ରୋଗୀଙ୍କ ସମ୍ପର୍କୀୟ ଧମକଚମକ ଦେଲେ ଡାକ୍ତରଙ୍କ ପାଇଁ କାମ କରିବା କଷ୍ଟକର ହେବ: କୋର୍ଟ…

ଚଣ୍ଡିଗଡ଼,୧୪।୧୦: ଯଦି ଡାକ୍ତରମାନେ ସବୁବେଳେ ରୋଗୀଙ୍କୁ ସମ୍ପର୍କୀୟଙ୍କ ଦ୍ୱାରା ମାଡ ମାରାଯିବା, ନିର୍ଯାତନା ଦିଆଯିବା ସହ ଧମକ ଚମକ ଦିଆଯାଏ, ତେବେ ସେମାନଙ୍କ କାମ କରିବା କଷ୍ଟକର ହେବ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି। ବିଚାରପତି ବିକାଶ ବାହଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର ସମୟରେ ଏଭଳି କହିଛନ୍ତି।

ରିପୋର୍ଟ ମୁତାବକ, ଜଣେ ରୋଗୀ ଓମ୍‌ ପତିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚି ଅଶାନ୍ତି ସୃଷ୍ଟି କରିଥିଲେ ଏବଂ ଡାକ୍ତରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସେମାନେ ଡାକ୍ତରମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ହାତରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡ଼ାଇ ନେଉଥିବାର ଦୃଶ୍ୟ ସିସିଟିଭି ରେକର୍ଡିଂରୁ ଜଣାପଡ଼ିଛି। ପରେ ଡାକ୍ତରଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଥିଲା। ଅଦାଲତ ମାମାଲାର ପର୍ଯ୍ୟବେକ୍ଷଣ ଏବଂ ଏଫଆଇଆର୍‌କୁ ଅନୁଧ୍ୟାନ କରି ଅନ୍ୟାନ୍ୟ ପ୍ରାସଙ୍ଗିକ ପରିସ୍ଥିତି ଏବଂ ପ୍ରମାଣକୁ ଧ୍ୟାନରେ ରଖି କୋର୍ଟ କହିଥିଲେ ଯେ, ମୃତ ଓମ ପତିଙ୍କ ସମ୍ପର୍କୀୟଙ୍କ ଦ୍ୱାରା ହସ୍ପିଟାଲରେ ହିଂସା ସୃଷ୍ଟି ହୋଇଛି।

ସିସିଟିଭି କ୍ୟାମେରାର ରେକର୍ଡିଂ ଅନୁଯାୟୀ ଡକ୍ଟର ପଙ୍କଜ ପର୍ଶରଙ୍କୁ ମାଡ ଦିଆଯାଇଥିଲା ଏବଂ ଡକ୍ଟର ରାଜ କୁମାର ଶର୍ମାଙ୍କଠାରୁ କାଗଜପତ୍ର ଛଡ଼ାଇ ନିଆଯାଇଥିଲା। ଅନୁସନ୍ଧାନ ଏବଂ ଚ୍ୟାଲେଞ୍ଜ ଦାଖଲ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଯେଉଁମାନଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ ହୋଇଛି ସେମାନଙ୍କ ପ୍ରତି ସହାନୁଭୂତି ଦେଖାଯିବ, କିନ୍ତୁ ଆବେଦନକାରୀଙ୍କ ସମେତ ଉକ୍ତ ବ୍ୟକ୍ତିମାନେ ଡାକ୍ତରମାନଙ୍କୁ ସମ୍ମାନ ଦେବା ଉଚିତ, ଯେଉଁମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ବଦା ଚେଷ୍ଟା କରନ୍ତି ଏବଂ ସେମାନଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବା କରିବା ଉଚିତ ନୁହେଁ।

ଯେତେବେଳେ କିଛି ଅଘଟଣ ଘଟେ ସେତେବେଳେ କେତେକ ନିୟମ ଉଲ୍ଲଂଘନ କରିଥାନ୍ତି। ମାତ୍ର ଏହା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri