‘ମୃତ୍ୟୁହାର କମିବାକୁ ଆହୁରି ୬ରୁ ୭ ସପ୍ତାହ ଲାଗିବ’

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସଂକ୍ରମଣ ପିକ୍‌ ପରେ ମୃତ୍ୟୁହାର କମିବାକୁ ୬ରୁ ୭ ସପ୍ତାହ ଲାଗିବ। ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ବର୍ତ୍ତମାନ ବିଭିନ୍ନ ଭାରିଆଣ୍ଟ ରହିବ, ଭାଇରସ ଥିବା ଯାଏ ପ୍ରଜାତି ମଧ୍ୟ ବଦଳିବ। ନୂଆ ଭାରିଆଣ୍ଟ ଅଧିକ ଘାତକ ହେବ କି ନାହିଁ ସେ ତଥ୍ୟ ‘ହୁ’ପାଖରେ ବି ନାହିଁ। ସାଇଣ୍ଟିଫିକ୍‌ ତଥ୍ୟରେ ନାଜାଲ ଡ୍ରପ୍‌ କାମ କରୁଛି। ତେବେ ଗାଇଡ୍‌ଲାଇନ ଆସିଲେ ଯାହା ହେବ ବୋଲି ସେ କହିଛନ୍ତି।
ଆହୁରି କହିଛନ୍ତି, ବହୁ ରୋଗୀ ଏବେ ବି ଭେଣ୍ଟିଲେଟରରେ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଏପରି ବଢିବ। ବର୍ତ୍ତମାନ ବି ୭୦ କି ୭୧ ଜଣ ଆକ୍ରାନ୍ତ ଭେଣ୍ଟିଲେଟରରେ ଅଛନ୍ତି। ତେବେ ମୃତ୍ୟୁହାର କମିବାକୁ ୬ରୁ ୭ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି।