Posted inଜାତୀୟ

କଂଗ୍ରେସ ସ୍ଥାନରେ ପହଞ୍ଚିବାକୁ ଏଏପିକୁ ଲାଗିବ ୨୦ ବର୍ଷ, କହିଲେ ପ୍ରଶାନ୍ତ…

ନୂଆଦିଲ୍ଲୀ, ୩୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଏକପାଖିଆ ବିଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ଜାତୀୟ ସ୍ତରରେ ପାଦ ବିସ୍ତାର କରିବା ଆରମ୍ଭ କରିଛି। ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏବେ ଦଳର ରଣନୀତିଜ୍ଞମାନେ ବ୍ୟସ୍ତ ଅଛନ୍ତି। ଦେଶରେ କଂଗ୍ରେସର ସ୍ଥାନ ହାସଲ କରିବା ପାଇଁ ଦଳର ପ୍ରୟାସ ଜାରି ରହିଛି। ଏପରିସ୍ଥଳେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ, କଂଗ୍ରେସ ସ୍ଥାନ ନେବାକୁ ଏଏପିକୁ ୨୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ପରିସଂଖ୍ୟାନ ସହିତ ପ୍ରଶାନ୍ତ କିଶୋର ଏହାକୁ ବୁଝାଇଛନ୍ତି। ଏକ ସାକ୍ଷାତ୍‌କାରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ କେନ୍ଦ୍ରରେ ଶାସକ ଭାଜପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମ ଆଦମୀ ପାର୍ଟିକୁ ବହୁ ସମୟ ଅପେକ୍ଷା କରିବାକୁ ପଡିବ। ସେ କହିଛନ୍ତି ଯେ ଭାଜପା ସମକ୍ଷକ ହେବାକୁ ଏଏପିକୁ ୧୫ ରୁ ୨୦ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ। ସେ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ଏଏପି ମୋଟ ୨୭ ଲକ୍ଷ ଭୋଟ ପାଇଛି। ଏଥିସହ ସେ କହିଛନ୍ତି ଯେ କେନ୍ଦ୍ରରେ ପ୍ରତିଦ୍ୱନ୍ଦିତା କରିବା ପାଇଁ କୌଣସି ଦଳ ପାଇଁ ୨୦ କୋଟିରୁ ଅଧିକ ଭୋଟ ଆବଶ୍ୟକ। ଏଭଳି ପରିସ୍ଥିତିରେ ଏଏପିକଚ ୨୭ ଲକ୍ଷରୁ ୨୦ କୋଟି ଭୋଟରେ ଯାତ୍ରା କରିବାକୁ ଆଉ ୧୫ରୁ୨୦ ବର୍ଷ ସମୟ ଲାଗିବ। ତେବେ ଏଏପି ଭାଜପାକୁ କ୍ଷମତାରୁ ହଟାଇବା ସ୍ଥିତିରେ ରହିବ।

ସେ କହିଛନ୍ତି ଯେ ନିର୍ବାଚନ ଏକ ଚମତ୍କାର ନୁହେଁ, ଯାହା ରାତାରାତି ଘଟିବ। ପ୍ରଶାନ୍ତ କହିଛନ୍ତି ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ଜିତିବା ଏକ ଭିନ୍ନ କଥା ହୋଇପାରେ କିନ୍ତୁ ଲୋକସଭା ନିର୍ବାଚନରେ ଜିତିବା ସମ୍ପୂର୍ଣ୍ଣ ଅଲଗା। ପ୍ରଶାନ୍ତ କହିଛନ୍ତି କେବଳ ଭାଜପା ଏବଂ କଂଗ୍ରେସ ହେଉଛି ଜାତୀୟ ଦଳ।

ସେ କହିଛନ୍ତି ଯେ ନିୟମ ଆଧାରରେ ଯେକୌଣସି ଦଳ ଜାତୀୟ ଦଳର ମାନ୍ୟତା ପାଇପାରିବେ, କିନ୍ତୁ ଲୋକସଭା ନିର୍ବାଚନରେ ଜିତିବା ଏବଂ କେନ୍ଦ୍ରର କ୍ଷମତା ଦଖଲ କରିବା ଏକ ଭିନ୍ନ ପ୍ରସଙ୍ଗ। ଭାରତୀୟ ଗଣତନ୍ତ୍ର ଇତିହାସରେ ଏପର୍ଯ୍ୟନ୍ତ କେବଳ କଂଗ୍ରେସ ଏବଂ ଭାଜପା ସମଗ୍ର ଦେଶର ଦଳ ହୋଇପାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ଅର୍ଥ ନୁହେଁ ଯେ ଅନ୍ୟ କୌଣସି ଦଳ ଏପରି ସ୍ଥିତି ହାସଲ କରିପାରିବେ ନାହିଁ, କିନ୍ତୁ ଏହାକୁ ଅତି କମରେ ୧୫ରୁ ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡିବ।

ଏହି ପରିବର୍ତ୍ତନଗୁଡ଼ିକ ରାତାରାତି ଘଟି ନଥାଏ। ଆଜିର ସ୍ଥିତିକୁ ଆସିବାକୁ ଭାଜପାକୁ ୫୦ ବର୍ଷ ଲାଗିଛି। ୨୯୭୮ରେ ଭାଜପା ପ୍ରୟାସ ଆରମ୍ଭ କରିଥିଲା। ବହୁ ବର୍ଷ ପରେ ଦଳକୁ ଏକ ମେଣ୍ଟ ସରକାର ଗଠନ କରିବାରେ ସଫଳତା ମିଳିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ବମ୍ପର ଭୋଟ ପାଇଥିଲା। ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ଜନସାଧାରଣଙ୍କ ସମର୍ଥନ ହାସଲ କରିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ୧୭.୧୬ କୋଟି ଭୋଟ ପାଇଛି। ଏଥି ସହିତ, ୨୦୧୯ ସାଧାରଣ ନିର୍ବାଚନରେ ଏହା ୨୨.୯୦ କୋଟିକୁ ବୃଦ୍ଧି ପାଇଛି। ୨୦୧୯ ରେ ଉତ୍ତରପ୍ରଦେଶ ୪.୨୮ କୋଟି, ପଶ୍ଚିମବଙ୍ଗ ରେ ୨.୩୦ କୋଟି, ମଧ୍ୟପ୍ରଦେଶରେ ୨.୧୪ କୋଟି, ରାଜସ୍ଥାନରେ ୧.୯୦ କୋଟି, ଗୁଜୁରାଟରେ ୧.୮୦ କୋଟି ଏବଂ ମହାରାଷ୍ଟ୍ରରେ ୧.୪୯ କୋଟି ଭୋଟ ଭାଜପା ଖାତାକୁ ଯାଇଛି।

ଭୋଟ ଦୃଷ୍ଟିରୁ କଂଗ୍ରେସ ଦ୍ୱିତୀୟ ନମ୍ବର ଦଳ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାୟ୧୨ କୋଟି ଭୋଟ ପାଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଏହା ୧୯.୩ ପ୍ରତିଶତଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ ୧୯.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୨୦୧୯ ନିର୍ବାଚନରେ କଂଗ୍ରେସ ୨୦୧୪ ତୁଳନାରେ ଏକ କୋଟି ୨୫ ଲକ୍ଷରୁ ଅଧିକ ଭୋଟ ପାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri