ଆହୁରି ବର୍ଷିବ

ଭୁବନେଶ୍ୱର,୯।୭(ବ୍ୟୁରୋ): ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ମୌସୁମୀ ସକ୍ରିୟ ସହ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ। ୭ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛିି । ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓ ଉପକୂଳର ପ୍ରାୟ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।