୯ରୁ ପୁଣି ବର୍ଷିବ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷିବ। ଆସନ୍ତା ୯ ଓ ୧୦ ତାରିଖରେ ପଶ୍ଚିମ ଓ ଓ ଉତ୍ତର ଓଡ଼ିଶା କିଛି ସ୍ଥାନରେ ବର୍ଷା ହେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ ସମେତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖା ଦେଇଛି । ତେବେ ମଙ୍ଗଳବାର ବି ସମ୍ଭାବ୍ୟ ଘନ କୁହୁଡି ପାଇଁ ୧୨ ଜିଲାରେ ସତର୍କ ସୂଚନା ଜାରି ହୋଇଛି ।