ବାତ୍ୟା ହେବନି କେବଳ ବର୍ଷିବ

ଭୁବନେଶ୍ୱର, ୩।୯(ବ୍ୟୁରୋ): ସେପ୍ଟେମ୍ବରରେ ଏକ ବାତ୍ୟା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଶୁକ୍ରବାର ଏକ ଆଶ୍ୱସ୍ତିକର ଖବର ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କୌଣସି ସୂଚନା ଜାରି କରି ନାହିଁ। ଏ ନେଇ ଆକଳନ କରାଯାଇ ନାହିଁ।
ସେପ୍ଟେମ୍ବରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ସେପ୍ଟେମ୍ବର ୮ ତାରିଖରେ ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଦ୍ୱିତୀୟ ଲଘୁଚାପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ୫ଟି ଜିଲ୍ଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।