ଆଗାମୀ ୫ ଦିନ ଯାଏ ପାଗ ଶୁଖିଲା, ବଢ଼ିବ ଥଣ୍ଡା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ପଶ୍ଚିମା ଝଡର ପ୍ରଭାବ କମିଛି । ଏବେ ସ୍ବାଭାବିକ ହେବ ରାତ୍ରି ତାପମାତ୍ରା । ତେବେ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ।  ଫଳରେ ରାଜ୍ୟର ବିଭିନ୍ନ ଜିଲାରେ ସାମାନ୍ୟ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟରେ କୁହୁଡି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।