ଆଜିଠୁ କମିବ, ୧୮ରୁ ବଢିବ

ଭୁବନେଶ୍ବର,୧୪।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ରାଜ୍ୟରେ ଲାଗି ରହିଥିବା ଲଘୁଚାପ ବର୍ଷାର ପ୍ରଭାବ ଆଜିଠୁ କମିବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ ଚଳିତ ମୌସୁମି ଋତୁରେ ବର୍ତ୍ତମାନ ସୁଦ୍ଧା ୧୦୮୪.୩ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସୱାଭାବିକ ବର୍ଷା ତୁଳନାରେ ୫% ଅଧିକ ରହିଛି।