ଏହି ଦିନ ଓଟିଟିରେ ହେବ ରିଲିଜ୍‌

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ପାଖାପାଖି ୧,୧୨୭ କୋଟି ଟଙ୍କା କଲେକ୍ସନ ସହିତ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଫିଲ୍ମ ମେ’୨୦ରେ ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଯେଉଁମାନେ କୌଣସି କାରଣରୁ ଏହି ଫିଲ୍ମକୁ ବଡ ପରଦାରେ ଦେଖିପାରି ନାହାଁନ୍ତି, ସେମାନେ ଓଟିଟିରେ ଦେଖିବାକୁ ସୁଯୋଗ ପାଇବେ।
ଫିଲ୍ମ ‘ଆର୍‌ଆର୍‌ଆର୍‌’୨୫ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। ସାଉଥ୍‌ ସୁପରଷ୍ଟାର ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆରଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଛନ୍ତି।

Share