୧୮ ଦିନ ହେବ ମଣ୍ଡିରେ ପଡ଼ିଛି ଧାନ: ଚିନ୍ତାରେ ଚାଷୀ

ବାଲିକୁଦା,୧।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଜାନୁୟାରୀ ୧୩ ତାରିଖରୁ ଚାଷୀମାନେ ଧାନ ବସ୍ତା ରଖି ଜଗି ରହିଛନ୍ତି। ଇତିମଧ୍ୟରେ ୧୮ ଦିନ ବିତିଯାଇଥିଲେ ମଧ୍ୟ ମିଲରଙ୍କ ଦେଖା ମିଳୁନାହିଁ। ଏନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ସମସ୍ୟା ଲାଗି ରହିଲେ ଆଗକୁ ଟୋକନ ରଦ୍ଦ ହେବାର ଆଶଙ୍କା ରହିଛି ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଏନେଇ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ା
ପ୍ରକାଶ ଯେ, ଚଳିତ ବର୍ଷ ଅନନ୍ତପୁର ସେବା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ୪୪୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ା ଏହି ମଣ୍ଡିରେ ପ୍ରାୟ ୧୪ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୁଇଣ୍ଟାଲ ଧାନ କିଣିବାକୁ ସରକାର ମଣ୍ଡିକୁ ଅନୁମତି ଦେଇଛନ୍ତି ା ମାତ୍ର ଏପର୍ଯ୍ୟନ୍ତ କେବଳ ଗୋଟିଏ ଗାଡି ଦ୍ୱାରା ୨୩୩.୮୭ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ା ଅପରପକ୍ଷେ ମଣ୍ଡିରେ ପ୍ରାୟ ୧ ହଜାର କୁଇଣ୍ଟାଲରୁ ଅଧିକ ଧାନବସ୍ତା ପଡ଼ି ରହିଛି। ଚାଷୀମାନେ ଶୀତ କାକରରେ ଧାନ ଜଗି ରହିବା ସହ ଅନ୍ୟ କିଛି କାମ କରିପାରୁନାହାନ୍ତି। ଚଳିତ ବର୍ଷ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ମଣ୍ଡିରୁ ଧାନ ଉଠାଇବା ୪ ମିଲରଙ୍କୁ ଅନୁମତି ମିଳିଛି। ସେଗୁଡ଼ିକ ହେଲା ଏମ୍‌ଏସସ୍‌ ସାରଦା ଇଣ୍ଡଷ୍ଟ୍ରି, ଚୌଧୁରୀ ରାଇସ ଆଣ୍ଡ ଚୁଡା ଇଣ୍ଡଷ୍ଟ୍ରି, ନାରାୟଣ ରାଇସ ମିଲ ଓ ସୁମିତ୍ରା ଆଗ୍ରୋ। ସେମାନଙ୍କ ମଧ୍ୟରୁ କେବଳ ଚୌଧୁରୀ ଇଣ୍ଡଷ୍ଟି ଗୋଟିଏ ଗାଡ଼ିରେ ଧାନ ନେଇଥିବା ବେଳେ ଅନ୍ୟ କୌଣସି ମିଲରଙ୍କ ଦେଖାନାହିଁ।
ସରକାରଙ୍କ ନିୟମ ଅନୁସାରେ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମାତ ୧ ମାସ ା ଚାଷୀ ଯେଉଁ ତାରିଖରେ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିବେ ତାର ୧ ମାସ ଭିତରେ ଧାନ ବିକ୍ରି କରି ପାରିବ ା ନ ହେଲେ ସେମାନଙ୍କ ଟୋକନ ରଦ୍ଦ ହୋଇଯିବ ା ସେହି ଦୃଷ୍ଟିରୁ ଆଉ ୧୩ ଦିନ ପର୍ଯ୍ୟନ୍ତ ମଣ୍ଡି ଠିକ୍‌ ଭାବେ ନ ଚାଲିଲେ ଚାଷୀଙ୍କ ଟୋକନ ରଦ୍ଦ ହେବା ଆଶଙ୍କା ରହିଛି।
ଏ ସମ୍ପର୍କରେ ଅନନ୍ତପୁର ସେବା ସମବାୟ ସମିତିର ସମ୍ପାଦକ ଜୟନ୍ତ ହାତୀ କହିଛନ୍ତି, ଏହି ମଣ୍ଡିରୁ ଧାନ ଉଠାଇବା ପାଇଁ ଅନୁମତି ପାଇଥିବା ମିଲରମାନଙ୍କ ସହ ପ୍ରତ୍ୟେକ ଦିନ ଯୋଗାଯୋଗ କରାଯିବା ସହ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ମିଲର ନ ଆସିବା ପର୍ଯ୍ୟନ୍ତ ସମିତି ପକ୍ଷରୁ କିଛି କରାଯାଇପାରିବ ନାହିଁ ବୋଲି ଜୟନ୍ତ କହିଛନ୍ତି। ଏସମ୍ପର୍କରେ ମିଲର ଏମଏସ ସାରଦା, ଚୌଧୁରୀ ଓ ସୁମିତ୍ରା ଆଗ୍ରୋଙ୍କ ମାଲିକଙ୍କୁ ପଚାରିବାରୁ ଗାଡି ସମସ୍ୟା ପାଇଁ ଧାନ ଉଠାଇବାରେ ବିଳମ୍ବ ହେଉଛି। ବୁଧବାର ଗାଡି ପଠାଯାଇ ଧାନ ଉଠାଯିବ ବୋଲି ସେମାନେ କହିଛନ୍ତି। ଖାଲି ଅନନ୍ତପୁର ନୁହେଁ ବାଲିକୁଦା, ନହରଣା, ବରମୁଣ୍ଡଳି, କାଞ୍ଜିଆକଣ, ଦୁଆ, ରାହାଣ, ଅପଣ୍ଡରା ଆଦି ଅଧିକାଂଶ ମଣ୍ଡି ମଧ୍ୟରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?