ଫିଲ୍ମ ପରି ଥିଲା ରାଜ୍‌-ମନ୍ଦିରାଙ୍କ ପ୍ରେମ କାହାଣୀ: ବିବାହ ନଥିଲା ସହଜ ତା’ ପରେବି…

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହି ସମୟରେ ମନ୍ଦିରାଙ୍କ ଉପରେ କ’ଣ ଘଟୁଥିବ ତାହା କେହି ଅନୁମାନ କରିପାରିବେ ନାହିଁ। ତେବେ ଉଭୟଙ୍କ ପ୍ରଥମ ସାକ୍ଷାତରୁ ବିବାହ ପର୍ଯ୍ୟନ୍ତ ଏବଂ ପରେ ଏହି ଶେଷ ବିଦାୟ ଫିଲ୍ମର କାହାଣୀ ପରି ଥିଲା । ତେବେ ଜାଣନ୍ତୁ ମନ୍ଦିରା ରାଜ୍‌ଙ୍କ ପ୍ରେମ କାହାଣୀ ସମ୍ପର୍କରେ।

୧୯୯୬ ମସିହାରେ ରାଜ ଏବଂ ମନ୍ଦିରାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ରେ ପ୍ରୀତି ଭୂମିକାରେ ଅଭିନୟ କରିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ମନ୍ଦିରା ସିରିଏଲ ‘ଶାନ୍ତି’ରେ ମଧ୍ୟ କାମ କରିଥିଲେ। ଏହି ସମୟରେ ରାଜ ମୁକୁଲ ଆନନ୍ଦଙ୍କ ମୁଖ୍ୟ ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ସେ ‘ଫିଲିପ୍ସ ୧୦ ’ଶୋ ପାଇଁ ଅଡିସନ ପରିଚାଳନା କରୁଥିଲେ।

ରାଜ ଏହା ପୂର୍ବରୁ ମନ୍ଦିରାଙ୍କୁ ଅନେକ ଶୋ ଏବଂ ଚଳଚ୍ଚିତ୍ରରେ କାମ କରୁଥିବା ଦେଖିଥିଲେ। କିନ୍ତୁ ସେ ସେତେବେଳେ ମନ୍ଦିରାଙ୍କ ଉପରେ ଧ୍ୟାନ ଦେଇଥିଲେ ଯେତେବେଳେ ଅଡିଶନ ପାଇଁ ସେ ନାଲି-ଧଳା ରଙ୍ଗର ଟି-ସାର୍ଟ ଏବଂ ଖାକି ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଥିଲେ। ରାଜ ଏହା କହିଥିଲେ ଯେ, ‘ମୁଁ ମୁକୁଲ ଆନନ୍ଦଙ୍କ ମୁଖ୍ୟ ସହାୟକ ଥିଲି ଏବଂ ଶୋ ଫିଲିପ୍ସ ୧୦ ପାଇଁ ଅଡିସନ କରୁଥିଲି। ଅଡିସନ ପାଇଁ ମନ୍ଦିରାଙ୍କୁ ମଧ୍ୟ ଡକାଯାଇଥିଲା। ମୁଁ ତାଙ୍କୁ ସେବେ ପ୍ରଥମ ଥର ଦେଖିଲି ।‘ଦିଲୱାଲେ ଦୁଲହନିଆ ଲେଜାୟେଙ୍ଗେ’ରେ ଦେଖିଥିଲି, କିନ୍ତୁ ଏହା ପୂର୍ବରୁ ଏତେଟା ମାର୍କ କରି ନଥିଲି।

ତେବେ କିଏ ଜାଣିଥିଲା ଯେ, ଗୋଟିଏ ଭେଟ ଦିନେ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେବ। ଉଭୟଙ୍କ ସାକ୍ଷାତ ଧିରେ ଧିରେ ବଢ଼ିଲା। ପରେ ପରସ୍ପରକୁ ବହୁତ ଭଲ ପାଇଲେ। ଉଭୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ରାଜ କହିଥିଲେ ଯେ, ତିନୋଟି ଦେଖାରେ ସେ ନିଶ୍ଚିତ ହୋଇଥିଲେ ଯେ, ସେ ପ୍ରକୃତ ପ୍ରେମ ପାଇଛନ୍ତି। ରାଜ କହିଥିଲେ, ‘ଆମେ ମୁକୁଲ ଆନନ୍ଦଙ୍କ ଘରେ ପ୍ରାୟତ ସାକ୍ଷାତ କରୁଥିଲୁ। ମୁଁ ଜାଣିଥିଲି ଯେ ସେ କେବଳ ମୋ ପାଇଁ ତିଆରି ହୋଇଥିଲେ। ମନ୍ଦିରା କୁହନ୍ତି, ‘ସେ ଜଣେ ସରଳ ସତ୍ୟ ମଣିଷ ।ତାଙ୍କ ଭିତରେ କିଛି ମିଥ୍ୟା ଦେଖାଇବା ଭଳି ନୁହେଁ । ପରଦା ପଛରେ ଅନେକ ଲୋକ ଥିବାବେଳେ ରାଜ କିନ୍ତୁ ସେପରି ନୁହନ୍ତି।

ରାଜ ଏବଂ ମନ୍ଦିରାଙ୍କ ବିବାହ ମଧ୍ୟ ଏତେ ସହଜ ନଥିଲା। ରାଜ ମନ୍ଦିରାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଭଳି ପରିସ୍ଥିତିରେ ସେ ଶୀଘ୍ର ନିଜ ପରିବାର ସଦସ୍ୟଙ୍କୁ ମନ୍ଦିରାଙ୍କ ସହ ପରିଚିତ କରାଇଥିଲେ। ରାଜଙ୍କ ପିତାମାତା ମନ୍ଦିରାଙ୍କୁ ବହୁତ ପସନ୍ଦ କରିଥିଲେ। ସେ ବିବାହ ପାଇଁ ରାଜି ହୋଇଥିଲେ। ତେବେ ମନ୍ଦିରାଙ୍କ ପରିବାର ଚାହୁଁ ନଥିଲେ ଯେ, ସେମାନଙ୍କ ଝିଅ ଫିଲ୍ମ ନିର୍ଦ୍ଦେଶକଙ୍କୁ ବିବାହ କରନ୍ତୁ। ତେବେ ତାଙ୍କର ପ୍ରକୃତ ପ୍ରେମ ଦେଖିବା ପରେ ତାଙ୍କ ପରିବାର ମଧ୍ୟ ରାଜି ହୋଇଥିଲେ। ୧୪ ଫେବୃଆରୀ ୧୯୯୯ରେ ରାଜ ମନ୍ଦିରାଙ୍କ ବିବାହ ହୋଇଥିଲା।

 

Share