ବୁଝିବାକୁ ୮ବର୍ଷ ଲାଗିଲା

ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ ଅତ୍ୟନ୍ତ ଜଟିଳ ହେବା ସହ ଏହାର ବୋଝ ଗରିବଙ୍କ ଉପରେ ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସରେ ‘ପରବର୍ତ୍ତୀ ପିଢ଼ିର’ ଜିଏସ୍‌ଟି ସଂସ୍କାର ଆଣିବା ପାଇଁ ଘୋଷଣା କରିଥିଲେ। ଅଗଷ୍ଟ ୧୧ରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ୬ ସଦସ୍ୟ ବିଶିଷ୍ଟ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଦାଖଲ ପ୍ରସ୍ତାବଗୁଡ଼ିକର ସମୀକ୍ଷାକରିବା ପରେ ୩ଟି ଟ୍ୟାକ୍ସ ସ୍ଲାବ୍‌ ପ୍ରସ୍ତାବ ଦେଇଥିଲେ। ସେପ୍ଟେମ୍ବର ୩ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୫୬ତମ ବୈଠକରେ ଜିଏସ୍‌ଟି ହାରରେ ପରିବର୍ତ୍ତନ କରାଯାଇଛି। ଏହା ସେପ୍ଟେମ୍ବର ୨୨ରେ ନବରାତ୍ରର ପ୍ରଥମଦିନରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପ ୨୦୧୭ରେ ଜିଏସ୍‌ଟି ପ୍ରଚଳନ ପରେ ସବୁଠାରୁ ବଡ଼ ସଂସ୍କାର ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସାମଗ୍ରୀ ଏବଂ ସେବା ଟିକସ ସଂସ୍କାରକୁ ପ୍ରଶଂସାକରି କହିଛନ୍ତି, ଏହା ପରିବାର ଉପରେ ବୋଝ କମ୍‌ କରିବ, ଛୋଟ ବ୍ୟବସାୟକୁ ପ୍ରୋତ୍ସାହିତ କରିବ ଏବଂ ସାଧାରଣ ଲୋକ, ଚାଷୀ, ମହିଳା, ଯୁବକମାନେ ଲାଭବାନ୍‌ ହେବେ।
କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି, ଆତ୍ମନିର୍ଭର ଭାରତରେ ଏହା ସହାୟକ ହେବା ସହ ଟ୍ରମ୍ଫଙ୍କ ଟାରିଫ ବୃଦ୍ଧିର କୁପ୍ରଭାବକୁ ସମ୍ମୁଖୀନ ହେବାରେ ସାହାଯ୍ୟ କରିବ। ଏହା ଦରଦାମ ହ୍ରାସ କରିବ , ମୁଦ୍ରାସ୍ଫୀତି ହାର ହ୍ରାସ କରିବ , ଲୋକଙ୍କ କ୍ରୟଶକ୍ତି ବୃଦ୍ଧି କରିବ ଏବଂ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଅନେକ ଅର୍ଥନୀତିଜ୍ଞ କହୁଛନ୍ତି। ଏଠାରେ ସ୍ବତଃ ପ୍ରଶ୍ନ ଉଠେ, ଯଦି ଏହି ଜିଏସ୍‌ଟି ସରଳୀକରଣରେ ଏତେ ଭଲ ହୋଇପାରିବ ତେବେ ଏହାକୁ ବୁଝିବାକୁ ସରକାରଙ୍କୁ ୮ ବର୍ଷ ଲାଗିଗଲା କାହିଁକି। ଏହାର ଅର୍ଥ ଦୀର୍ଘ ୮ ବର୍ଷ ଧରି ସରକାର ଲୋକଙ୍କଠାରୁ ବହୁମାତ୍ରାରେ ବା ଚଢ଼ା ଟିକସ ନେଇଛନ୍ତି , ଯାହାକୁ କିଛି ବର୍ତ୍ତମାନ ହ୍ରାସ କରୁଛନ୍ତି। ୨୦୧୭ ଜୁଲାଇ ୧ରେ ଜିଏସ୍‌ଟି ପ୍ରଚଳନ ବେଳେ ଆମେ କହିଥିଲୁ,ଏହା ଜଟିଳ। ଗରିବଙ୍କ ଉପରେ ଅଧିକ ବୋଝ ପଡ଼ିବ, କାରଣ ଗୁଡ଼ାଏ ଟିକସ ସ୍ଲାବ୍‌ ସହ ଟିକସ ହାର ରେକର୍ଡ ସର୍ବାଧିକ। ବର୍ତ୍ତମାନ ସେଥିରେ କିଛି ଟିକସ ହ୍ରାସ ବା ପରିବର୍ତ୍ତନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ବିଶେଷ ସ୍ବାଗତଯୋଗ୍ୟ ହେଉଛି ବ୍ୟକ୍ତିଗତ ଜୀବନବୀମା ଓ ସ୍ବାସ୍ଥ୍ୟବୀମା ଉପରେ ଜିଏସ୍‌ଟି ଉଠାଇଦେବା, ଯାହା ପାଇଁ ନିଖିଳ ଭାରତ ବୀମା କର୍ମଚାରୀ ସଙ୍ଗଠନ ଦେଶବ୍ୟାପୀ ସାଂସଦମାନଙ୍କୁ ଭେଟିଥିଲା। କିନ୍ତୁ ଏହାକୁ ନେଇ ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରିବା ନିନ୍ଦନୀୟ। ଅବଶ୍ୟ ଲୋକମାନେ ନିଶ୍ଚୟ ଉପକୃତ ହେବେ ଯଦି ବ୍ୟବସାୟୀ , ଉତ୍ପାଦନକାରୀ ବିଭିନ୍ନ ସାମଗ୍ରୀ ଓ ସେବାର ମୂଲ୍ୟ ହ୍ରାସ କରିବେ। କିନ୍ତୁ ତାହା ସମୟ କହିବ। କର୍ପୋରେଟ ଟିକସ ହ୍ରାସବେଳେ ସରକାର ପ୍ରଚାର କରୁଥିଲେ ଘରୋଇ ନିବେଶ ବୃଦ୍ଧିପାଇବ, କିନ୍ତୁ ତାହା ବିପରୀତ ହୋଇଛି।
ଜିଏସ୍‌ଟି ଆରମ୍ଭ ବେଳେ ଏହାକୁ ଏକ ଦେଶ, ଏକ ଟିକସ ଓ ଏକ ବଜାର ଆଖ୍ୟା ଦିଆଯାଇ ଏହା ଟିକସ ଫାଙ୍କି ରୋକିବା ସହ ଟିକସ ଉପରେ ଟିକସ ପଡ଼ିବାକୁ ରୋକିବ, ବିଭିନ୍ନ ମୂଲ୍ୟ ହ୍ରାସ ପାଇବ,ଦରଦାମ ହ୍ରାସ ପାଇବ ଓ ଟିକସ ଆଦାୟ ସହଜ ହେବ ବୋଲି କୁହାଯାଇଥିଲା। କିନ୍ତୁ ଦରଦାମ ହ୍ରାସ ପାଇନାହିଁ କି ଟିକସ ଫାଙ୍କି ରୋକାଯାଇପାରିନାହିଁ। ଡାଇରେକ୍ଟର ଜେନେରାଲ ଅଫ୍‌ ଦି ଇଣ୍ଟେଲିଜେନ୍ସ ଅନୁସାରେ ଗତ ୫ ବର୍ଷରେ ୭.୦୮ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଟିକସ ଫାଙ୍କି ହୋଇଛି। କେବଳ ୨୦୨୩-୨୪ରେ ଏହାର ପରିମାଣ ୨.୩୦ ଲକ୍ଷ କୋଟି ଟଙ୍କା। ଜିଏସ୍‌ଟି ଲାଗୁହେବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ଅଲଗା ଅଲଗା ଟିକସ ଅସୁଲ କରୁଥିଲେ। ଜିଏସ୍‌ଟି ରେ ୧୭ଟି କେନ୍ଦ୍ରୀୟ ଏବଂ ରାଜ୍ୟ ଟିକସ ଓ ୧୩ଟି ସେସ୍‌ ଅନ୍ତର୍ଭୁକ୍ତ। ମଦ ,ତମାଖୁ ଉପରେ ରାଜ୍ୟ ଅବକାରୀ ଶୁଳ୍କ ଓ ପେଟ୍ରୋଲିୟମ ସାମଗ୍ରୀ ଉପରେ ଭାଟ୍‌ ପୂର୍ବପରି ଲାଗୁରହିଥିଲା। ସମ୍ପତ୍ତିରେ ଷ୍ଟାମ୍ପ ଡ୍ୟୁଟି, ବିଦ୍ୟୁତ୍‌ ଶୁଳ୍କ, ଯାନ ରେଜିଷ୍ଟ୍ରେଶନ ଟିକସ, ସ୍ଥାନୀୟ ସଂସ୍ଥାର ଘରବାଡ଼ି ଉପରେ ହୋଲ୍ଡିଂ ବା ସମ୍ପତ୍ତି କର ଆଦି ରାଜ୍ୟ ଆଦାୟ କରୁଛି। କେନ୍ଦ୍ରର ପେଟ୍ରୋଲିୟମ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ କି ଏହି ସଂସ୍କାର ପରେ ମଧ୍ୟ ହୋଇନାହିଁ। ଏତେଗୁଡିଏ ପରୋକ୍ଷ କର ରହିବା ଅନୁଚିତ। କିନ୍ତୁ ପେଟ୍ରୋଲିୟମ ସାମଗ୍ରୀ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ ହେବା ଉଚିତ। ପେଟ୍ରୋଲିୟମ ସାମଗ୍ରୀ ଉପରେ ୫୦ରୁ ୬୦% ଶୁଳ୍କ ଆଦାୟ କରାଯାଉଛି। ୨୦୧୪ ପରଠାରୁ ୩୦୦ ପ୍ରତିଶତ ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁ ଭାରତୀୟମାନେ ଇନ୍ଧନ ଉପରେ ସେମାନଙ୍କ ଆୟର ୨୨% ଖର୍ଚ୍ଚ କରନ୍ତି, ଯାହା ବିଶ୍ୱ ସ୍ତରରେ ସର୍ବାଧିକ।
ସଂସ୍କାର ପୂର୍ବରୁ ଜିଏସ୍‌ଟି ହାର ଶୂନ , ୦.୨୫% , ୧.୫% , ୩% , ୫%, ୧୨% ,୧୮ % ଏବଂ ୨୮% ରହିଛି। ବର୍ତ୍ତମାନର ୧୨% ଓ ୨୮ % ଟ୍ୟାକ୍ସ ସ୍ଲାବ୍‌ ଉଚ୍ଛେଦ କରାଯାଇଛି। ୨ ପ୍ରକାର ଷ୍ଚାଣ୍ଡାର୍ଡ ବା ମାନକ ଓ ମେରିଟ୍‌ ବା ଯୋଗ୍ୟତା ଜିଏସ୍‌ଟି ସ୍ଲାବ୍‌ ଯଥା ୫% , ୧୮% ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଧନିକ ଶ୍ରେଣୀକୁ ସୁହାଇଲା ପରି ହୀରା, ମୂଲ୍ୟବାନ୍‌/ଅର୍ଦ୍ଧ ମୂଲ୍ୟବାନ୍‌ ପଥର, ଅଶୋଧିତ ହୀରାରେ ୦.୨୫%; ପରିଶୋଧିତ ହୀରାରେ ୧.୫% ; ସୁନା,ମୁକ୍ତା ,ସୁନା ବାର୍‌ , କଏନ, ଡିଜିଟାଲ ଗୋଲ୍ଡ, ଗହଣାରେ ୩% ଜିଏସ୍‌ଟି ପୂର୍ବପରି ରହିବ।
ଏହା ବ୍ୟତୀତ ବିଳାସପୂର୍ଣ୍ଣ ଏବଂ ଉଚ୍ଚ-ସମ୍ପନ୍ନ ସାମଗ୍ରୀ ଓ ତମାଖୁ ଏବଂ ପାନମସଲା ଇତ୍ୟାଦି ନିଶା ସାମଗ୍ରୀ ଉପରେ ଯେଉଁ ୨୮% ଓ ବିଭିନ୍ନ ହାରର ସେସ୍‌ ଥିଲା ତାକୁ ଉଚ୍ଛେଦ କରାଯାଇଛି ଓ ୪୦%କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ୧୨% ସ୍ଲାବ୍‌ ଥିବା ୯୯% ସାମଗ୍ରୀ ୫% ହାରକୁ ସ୍ଥାନାନ୍ତରିତ ହେବ ଏବଂ ୨୮% ବର୍ଗରେ ଥିବା ୯୦% ସାମଗ୍ରୀ ଏବଂ ସେବା ୧୮% ସାମଗ୍ରୀକୁ ସ୍ଥାନାନ୍ତରିତ ହେବ ବୋଲି କୁହାଯାଉଛି। କିନ୍ତୁ ୨୮% ଉପରେ ଯେଉଁ ସେସ୍‌ ଲାଗୁଥିଲା ତାହା ଉଠାଇ ଦିଆଯାଇଛି। ଜିଏସ୍‌ଟି ପ୍ରଚଳନ ବେଲେ ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବାକୁ ପଡ଼ିଥିଲା ତାହା ଭରଣା ପାଇଁ ସେସ୍‌ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ପରେ ଲାଗୁହେବ।
ଉଲ୍ଲେଖଯୋଗ୍ୟ, ପଞ୍ଚଦଶ ଅର୍ଥ ଆୟୋଗ ଅନୁଯାୟୀ, ରାଜ୍ୟଗୁଡ଼ିକ ୬୨%ରୁ ଅଧିକ ଖର୍ଚ୍ଚ ଦାୟିତ୍ୱ ବହନ କରିଲା ବେଳେ ରାଜସ୍ବ ଆଦାୟ କରିବାର କ୍ଷମତା ମାତ୍ର ୩୭%। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ହାତରେ ରାଜସ୍ବ ସଂଗ୍ରହ କ୍ଷମତାର ୬୩% ଥିଲାବେଳେ ମାତ୍ର ୩୮% ଖର୍ଚ୍ଚ ବହନ କରିଥାନ୍ତି। ପୁନଶ୍ଚ ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ରାଜ୍ୟଗୁଡ଼ିକର ଟିକସ ଆଦାୟ କରିବାର କ୍ଷମତା ସଙ୍କୁଚିତ ହୋଇଛି। ଅବଶ୍ୟ ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେବେ, କାରଣ ସେମାନେ ମୋଟ ବ୍ୟୟ ୬୨% କଲାବେଳେ ଟିକସ ଆଦାୟ କରିବାର କ୍ଷମତା ମାତ୍ର ୩୮% ଅବଶ୍ୟ। କେନ୍ଦ୍ର ଅଧିକ ସହାୟତା ଦେଇ ପରିବର୍ତ୍ତନ ଆଣିପାରିବ । ସରକାର ୨୦୧୯-୨୦ ରୁ ୨୦୨୪-୨୫ ମଧ୍ୟରେ ୨୨.୨୧ ଲକ୍ଷ କୋଟି ଟଙ୍କା ସେସ୍‌ ସଂଗ୍ରହ କରିଛନ୍ତି, ଯେଉଁଥିରେ ରାଜ୍ୟର କୌଣସି ଅଂଶ ନାହିଁ। କେବଳ ୨୦୨୩-୨୪ରେ ୩,୮୬,୬୩୦ କୋଟି ଟଙ୍କା ସଂଗ୍ରହ ହୋଇଛି। ଯଦିଓ ଅର୍ଥ କମିଶନ ବିଭାଜିତ ପୁଲ୍‌ରୁ ରାଜସ୍ବର ୪୨% ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରିବାକୁ ସୁପାରିସ କରିଛନ୍ତି, ମାତ୍ର ୩୧% ରାଜ୍ୟଗୁଡ଼ିକ ପ୍ରାପ୍ତ ହେଉଛନ୍ତି । ତେଣୁ ସେସ୍‌ ବିଭାଜିତ ପୁଲ୍‌ର ଅଂଶ ହେବା ଉଚିତ ଏବଂ ବିଭାଜିତ ପୁଲ୍‌ରେ ରାଜ୍ୟଗୁଡ଼ିକର ଅଂଶ ବୃଦ୍ଧି କରାଯିବା ଉଚିତ। ଜିଏସ୍‌ଟି ସଂସ୍କାର ଯୋଗୁ ରାଜ୍ୟଗୁଡ଼ିକର ଯାହା ରାଜସ୍ବ କ୍ଷତି ହେବ ବା ଭବିଷ୍ୟତରେ ହେବା ସମ୍ଭାବନା ଅଛି , ତାକୁ କେନ୍ଦ୍ର ଭରଣା କରିବା ଉଚିତ।

ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri