Categories: ଫୁରସତ

ସମ୍ବିଧାନ ପ୍ରସ୍ତୁତିକୁ ଲାଗିଥତ୍ଲା ୨ବର୍ଷ ୧୧ମାସ ୧୮ଦିନ

୧୯୪୭ ଅଗଷ୍ଟ ୧୫ ରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ବାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନ ଥିଲା ବ୍ରିଟିଶ୍ ଉପନିବେଶ ଅାଇନ ଦେଶରେ ପ୍ରଚଳିତ ଥତ୍ଲା ବ୍ରିଟିଶ ସରକାର ୧୯୩୫ରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ଗଭର୍ନମେଣ୍ଟ ଅଫ ଇଣ୍ଡିଆ ଆ-୧୯୩୫ ପ୍ରସ୍ତୁତ କରିଥିଲେ ୧୯୪୬ ଡିସେମ୍ବର ୯ରେ ପ୍ରଥମଥର ଭାରତର ସମ୍ବିଧାନ ପ୍ରଣୟନ ସଭା ଅର୍ଥାତ୍ କନ୍ଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ ଗଠିତ ହୋଇଥିଲା ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜ ଗୋପାଳଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୁଖାର୍ଜୀ, ବଳବନ୍ତ ରାଏ ମେହେଟ୍ଟା, କେ.ଏମ୍. ମୁନ୍ସୀ, ସରୋଜିନୀ ନାଇଡୁ ଓ ରାଜକୁମାରୀ ଅମୃତ କାଉରଙ୍କ ଭଳି ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଥତ୍ଲା ୧୯୪୭ ଅଗଷ୍ଟ ୨୯ରେ ସ୍ଥାୟୀ ସମ୍ବିଧାନ ପ୍ରସ୍ତୁତ ଲାଗି ଏକ ଚିଠା କମିଟି ଗଠନ ହୋଇଥତ୍ଲା ଡ. ଆମ୍ବେଡକରଙ୍କ ଅଧ୍ୟକ୍ଷତାରେ ଗଠିତ ସାତଜଣିଆ କମିଟି ୧୯୪୭ ନଭେମ୍ବର ୪ ଦିନ ସମ୍ବିଧାନ ଚିଠା ପ୍ରସ୍ତୁତ କରି ସମ୍ବିଧାନ ସଭାରେ ଉପସ୍ଥାପନ କରିଥତ୍ଲେ ସମ୍ବିଧାନ ସଭାର ବୈଠକ ୧୬୬ଥର ଅନୁଷ୍ଠିତ ହୋଇଥିଲା ଏବଂ ୩୦୮ ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରିଥିଲେ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହୀତ ହୋଇଥିଲା ଭାରତର ସମ୍ବିଧାନ ପ୍ରସ୍ତୁତି ଲାଗି ୨ବର୍ଷ ୧୧ମାସ ୧୮ଦିନ ବ୍ୟାପୀ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇ ଶେଷରେ ସମ୍ବିଧାନ ସଭାର ୩୦୮ଜଣ ସଦସ୍ୟ ଏହାର ହିନ୍ଦୀ ଓ ଇଂଲିଶ ସଂସ୍କରଣରେ ୧୯୫୦ ଜାନୁୟାରୀ ୨୪ରେ ହସ୍ତାକ୍ଷର କରିଥତ୍ଲେ ଦସ୍ତଖତର ଦୁଇ ଦିନ ପରେ ଅର୍ଥାତ ୧୯୫୦ ଜାନୁୟାରୀ ୨୬ରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାକୁ ହଟାଇ ଦିଅାଯାଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଦେଶରେ ଏକ ବୃହତ୍ ଲିଖିତ ସମ୍ବିଧାନ କାଯର୍ୟକାରୀ ହୋଇଥିଲା

Share