ଆଜିଠୁ ବଦଳିବ ପାଗ, ୨୪ରେ ପୁଣି ବର୍ଷା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ପରେ ଆଜିଠୁ ବଦଳିବ ପାଗ । ରାତ୍ରି ତାପମାତ୍ରା ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏ ତଳକୁ ଖସିବ । ୩ ଦିନ ପରେ ଆସନ୍ତା ୨୪ରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୨୫ ରେ ମଧ୍ୟ ବିଜୁଳି, ଘଡଘଡି ହେବା ନେଇ ସମ୍ଭାବନା ରହିଛି। ରବିବାର ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଛି ।