Categories: ଜାତୀୟ

ହୁଓ୍ବେଇ ଉପରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍‌ ଟେଲିକମ୍‌ କମ୍ପାନୀ ହୁଓ୍ବେଇର ଭାରତରେ ଥିବା ବିଭିନ୍ନ ଶାଖା କାର୍ଯ୍ୟାଳୟରେ ଆୟକର (ଆଇଟି) ଚଢ଼ାଉ ହୋଇଛି। ଦିଲ୍ଳୀ, ହରିୟାଣାର ଗୁରୁଗ୍ରାମ ଏବଂ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଏହି କମ୍ପାନୀ କାର୍ଯ୍ୟାଳୟରେ ଆଇଟି ଅଧିକାରୀମାନେ ଚଢ଼ାଉ କରି କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରିଛନ୍ତି। ଆୟକର ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ହୁଓ୍ବେଇ ଭାରତରେ ବ୍ୟବସାୟ ଏବଂ ବିଦେଶୀ କାରବାରରେ ଟିକସ ଫାଙ୍କିଥିବା ଅଭିଯୋଗ ରହିଛି। ଏହାର ତଦନ୍ତ ପାଇଁ କମ୍ପାନୀ କାର୍ଯ୍ୟାଳୟରେ ଥିବା ଆର୍ଥକ ଦଲିଲକୁ ଯାଞ୍ଚ କରାଯାଇଛି। ତେବେ ଅଭିଯୋଗକୁ ହୁଓ୍ବେଇ ପକ୍ଷରୁ ଖଣ୍ଡନ କରାଯାଇଛି। ଭାରତରେ ଆଇନଗତ ଭାବେ କାରବାର ଚାଲିଛି। ସରକାରଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି ବୋଲି କମ୍ପାନୀ କହିଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ହୁଓ୍ବେଇ ଉପରେ ୫ଜି ସେବାର ଟ୍ରାଏଲ ପାଇଁ ଅନୁମତି ଦେଇନାହାନ୍ତି।

Share