ପ୍ରତିଶୋଧ ମନୋଭାବ ରଖି ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ: ଭାରତ

ଜେନେଭା, ୮।୧୦: ଜାତିସଂଘ ସୁରକ୍ଷା ପରିଷଦର ଅପବ୍ୟବହାର କରି ପ୍ରତିଶୋଧ ମନୋଭାବ ରଖି କୌଣସି ଦେଶର ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଭାରତ କହିଛନ୍ତି। ବିନା ପ୍ରମାଣରେ ଏବଂ ଆଇନଗତ ବ୍ୟବସ୍ଥାରେ ସ୍ବଚ୍ଛତା ରଖି ଏଭଳି କରାଯିବା ନିନ୍ଦନୀୟ। ପାକିସ୍ତାନ ଭାରତ ୪ ଜଣ ସାଧାରଣ ଜନତାଙ୍କ ବିରୋଧରେ ଏଭଳି ଅନ୍ୟାୟ ଜାରି ରଖିଛି। ସେମାନଙ୍କ ନାମକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ୍‌-କାଇଦା ଅନୁମୋଦନ କମିଟିକୁ ପଠାଇଛି। ସେମାନଙ୍କ ମଧ୍ୟରେ ଆଙ୍ଗାରା ଆପ୍ପାଜୀ, ଗୋବିନ୍ଦ ପଟ୍ଟନାୟକ, ଅଜୟ ମିସ୍ତ୍ରୀ ଏବଂ ବେଣୁମାଧବ ଡୋଙ୍ଗରାଙ୍କ ନାମ ରହିଛି। ପୂର୍ବରୁ ଜୁନ୍‌ ଜୁଲାଇରେ ଅଜୟ ମିସ୍ତ୍ରୀ ଏବଂ ବେଣୁମାଧବ ଡୋଙ୍ଗରାଙ୍କ ନାମକୁ ସୁରକ୍ଷା ପରିଷଦରେ ଆମେରିକା, ବ୍ରିଟେନ, ଫ୍ରାନ୍ସ୍‌, ଜର୍ମାନୀ ଏବଂ ବେଲଜିୟମ୍‌ ପକ୍ଷରୁ ରୋକା ଯାଇଥିଲା। ସେହିପରି ଏବେ ଆଙ୍ଗାରା ଆପ୍ପାଜୀ ଏବଂ ଗୋବିନ୍ଦ ପଟ୍ଟନାୟକଙ୍କ ନାମକୁ ମଧ୍ୟ ରୋକା ଯାଇଛି। ସମ୍ପୃକ୍ତ ଭାରତୀୟଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଦାଖଲ କରାଯାଇ ନ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏସମ୍ପର୍କରେ ଜାତିସଂଘରେ ଥିବା ଭାରତୀୟ ସ୍ଥାୟୀ ମିଶନର ଆଇନଗତ ପରାମର୍ଶ ଦାତା ୟେଦଲା ଉମାଶଙ୍କର ସୂଚନା ଦେଇଛନ୍ତି।

Share