ବାରବାଟୀ ନବୀକରଣକୁ ସରକାର ନା କହିବା ଦୁର୍ଭାଗ୍ୟଜନକ: ସୁବାସ

କଟକ,୨୮।୭(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି ସରକାର କଟକ ବାରବାଟୀ ଷ୍ଟାଡିୟମର ନବୀକରଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ତତ୍କାଳୀନ ସରକାରଙ୍କ ଦ୍ୱାରା ଏଥିପାଇଁ ଭିଭିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ବିଧାନସଭାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବାରବାଟୀ ଷ୍ଟାଡିୟମର ନବୀକରଣ ନିମନ୍ତେ କୌଣସି ଯୋଜନା ନାହିଁ। ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। ଏନେଇ କଟକ ଗଡ଼ଖାଇ ନିକଟ ରେସିଡେଣ୍ଟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସିଂ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଶାସନ କାଳ ଆରମ୍ଭରୁ କଟକିଆଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛନ୍ତି। କ୍ରୀଡ଼ା ରାଜଧାନୀ ଭାବେ ପରିଚିତ କଟକ ସହରକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି। ନୂଆ ବାରବାଟୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ପ୍ରକଳ୍ପ ପାଇଁ ଚଳିତ ରାଜ୍ୟ ବଜେଟ୍‌ରେ କୌଣସି ବ୍ୟବସ୍ଥା ହୋଇନାହିଁ। କ୍ରୀଡ଼ାପ୍ରେମୀଙ୍କୁ ଏହା କଠୋର ଆଘାତ ଦେଇଛି। ଯୋଜନାର ନାମ ବଦଳାଇବା ଗ୍ରହଣୀୟ, କିନ୍ତୁ ଯୋଜନା ବଦଳାଇବା ଗ୍ରହଣୀୟ ହୋଇପାରିବ ନାହିଁ। ଏହି କାର୍ଯ୍ୟ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରାଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି କାର୍ଯ୍ୟ ପାଇଁ ଅନୁମତି ଦେଇଛି। ଏପରି କି ଏହାର କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହାକୁ ଏପରି ଖଣ୍ଡନ କରାଯିବା ଦୁର୍ଭାଗ୍ୟଜନକ। ଭାଜପା ଶାସିତ ରାଜ୍ୟ ସରକାର କଟକବାସୀଙ୍କୁ ଅଣଦେଖା କରୁଛନ୍ତି। ଭାଜପା ସରକାର କଟକର କୌଣସି ଯୋଜନାକୁ ବନ୍ଦ ନ କରି ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ତୁରନ୍ତ ବାରବାଟୀ ସମ୍ପର୍କିତ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ। ବାରବାଟୀ ନବୀକରଣ କାର୍ଯ୍ୟର ପୁନଃ ବିଚାର କରି ସମସ୍ତ କାର୍ଯ୍ୟ ଯେପରି ଶୀଘ୍ର ଆରମ୍ଭ ହେବ ସେନେଇ ପଦକ୍ଷେପ ନିଅନ୍ତୁ। ନଚେତ୍‌ ଏହି କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ଚାପ ପକାଯିବ ବୋଲି ମେୟର କହିଛନ୍ତିି।
ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମ୍‌ର ନବକଳେବର ପାଇଁ ବିଜେଡି ସରକାର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୪୪ ହଜାର ଦର୍ଶକ କ୍ଷମତା ଥିବା ଏହି ଷ୍ଟାଡିୟମର ନବକଳେବର ହେବା ପରେ ୬୦ ହଜାର ଦର୍ଶକ ଏକ ସଙ୍ଗରେ ମ୍ୟାଚ୍‌ ଦେଖିପାରିବା ଭଳି ବ୍ୟବସ୍ଥା ସହ ଖେଳାଳିଙ୍କ ଅତ୍ୟାଧୁନିକ ଡ୍ରେସିଂରୁମ୍‌, ନୂତନ ଜ୍ଞାନକୌଶଳରେ ଜିମ୍‌, ଷ୍ଟାଡିୟମ୍‌ ପରିସରରେ ପଞ୍ଚ ତାରକା ହୋଟେଲ ଆଦି ଅନ୍ୟାନ୍ୟ କାର୍ଯ୍ୟ କରାଯାଇଥାନ୍ତା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବାରବାଟୀ ଷ୍ଟାଡିୟମର ନବୀକରଣ ସହ ଏହାର ଆଖପାଖ ଅଞ୍ଚଳର ମଧ୍ୟ ଉନ୍ନତୀକରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri